କୋଟି କୋଟି ଟଙ୍କା ରୋଜଗାର କରିବା ସହିତ, ସର୍ବାଧିକ ଟିକସ୍ ଦେଉଛନ୍ତି ଏହି ଖେଳାଳି….
ଭାରତରେ କ୍ରିକେଟକୁ ଭଲପାଉଥିବା ଅନେକ ପ୍ରଶଂସକ ରହିଛନ୍ତି। ସେହିପରି ଭାରତୀୟ କ୍ରିକେଟର୍ ମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ରୋଜଗାର ମଧ୍ୟ କରିଥାନ୍ତି। ତେବେ, ରୋଜଗାର ସହିତ ସେମାନଙ୍କୁ ଅଧିକ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିଥାଏ। ଆଜ୍ଞା ହଁ, ତେବେ ଏଠାରେ ସମସ୍ତଙ୍କ ମନରେ ଏକ ସାଧାରଣ ପ୍ରଶ୍ନ ଉଙ୍କି ମାରିବା ସ୍ୱଭାବିକ ଯେ ଏହି କ୍ରିକେଟର ମାନେ ବର୍ଷକୁ କେତେ ଟଙ୍କା ଟ୍ୟାକ୍ସ ଦେଇଥାନ୍ତି।
ତେବେ, ଫର୍ଚୟୁନ୍ ଇଣ୍ଡିଆ ତରଫରୁ ଏଥିନେଇ ଏକ ସର୍ଭେ ରିପୋର୍ଟ ଜାରି କରାଯାଇଛି। ଯେଉଁଥିରେ ସର୍ବାଧିକ ଟ୍ୟାକ୍ସ ଦେଉଥିବା କ୍ରିକେଟର ମାନଙ୍କୁ ସାମିଲ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବିରାଟ କୋହଲି ସର୍ବାଧିକ ୬୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ତାଙ୍କ ପଛକୁ ଯଥାକ୍ରମେ ମହେନ୍ଦ୍ର ସିଂ ଧୋନୀ ଏବଂ ସଚିନ ତେନ୍ଦୁଲକର ରହିଛନ୍ତି। ସେମାନେ ୩୮ ଏବଂ ୨୮ କୋଟି ଟଙ୍କା ଟ୍ୟାକ୍ସ ଭାବରେ ପୈଠ କରିଛନ୍ତି।
ସେହିପରି ଭାବରେ ସୌରଭ ଗାଙ୍ଗୁଲି ୨୩ କୋଟି ଟଙ୍କା ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୩ କୋଟି ଟ୍ୟାକ୍ସ ପୈଠ କରି କ୍ରୀଡାବିତଙ୍କ ମଧ୍ୟରେ ଟପ୍-୫ରେ ରହିଛନ୍ତି। ଅନ୍ୟପକ୍ଷରେ କଳାକାର ମାନଙ୍କ ମଧ୍ୟରେ କିଙ୍ଗ ଖାଁ ସାହରୁଖ ସର୍ବାଧିକ ୯୦ କୋଟି ଟଙ୍କା ଟ୍ୟାକ୍ସ ରୂପେ ପୈଠ କରିଛନ୍ତି। ତାଙ୍କ ବ୍ୟତୀତ ସାଉଥ୍ ଅଭିନେତା ଥାଲପଥି ବିଜୟ । ସେ ଚଳିତ ଆର୍ଥିକ ବର୍ଷରେ ୮୦ କୋଟି ଟଙ୍କା ଟ୍ୟାକ୍ସ ଭରିଛନ୍ତି। ସଲମାନ ଖାଁ ୭୫ କୋଟି ଟଙ୍କା ଟ୍ୟାକ୍ସ ସହିତ ତୃତୀୟ ସ୍ଥାନରେ ରହିଛନ୍ତି।