ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା! ଅଚାନକ ବଦଳିଗଲେ ଅଧିନାୟକ, ୨୭ ଖେଳାଳିଙ୍କ ନାମରେ ଲାଗିଲା ମୋହର….

  1. Home
  2. Cric Special

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା! ଅଚାନକ ବଦଳିଗଲେ ଅଧିନାୟକ, ୨୭ ଖେଳାଳିଙ୍କ ନାମରେ ଲାଗିଲା ମୋହର….


ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ ମ୍ୟାଚ୍ ଆରମ୍ଭ ହୋଇଛି, ଭାରତ ଏହାର ପ୍ରଥମ ମ୍ୟାଚ୍ ୨୦ ଜୁନ୍ ଗୁରୁବାର ଦିନ ଆଫଗାନିସ୍ତାନ ବିପକ୍ଷରେ ଜିତିସାରିଛି। ତେବେ ଏହାରି ମଧ୍ୟରେ ବିସିସିଆଇ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି ଯାହା ଅନୁଯାୟୀ ଭାରତ ନିଜ ଘରେ ଇଂଲଣ୍ଡ ଦଳ ବିପକ୍ଷରେ ଏକ ଧଳା ବଲ୍ ସିରିଜ୍ ଖେଳିବାକୁ ଯାଉଛି।

Ind vs eng

ଦୁଇ ଦଳ ମଧ୍ୟରେ ମୋଟ ୮ ଟି ମ୍ୟାଚ୍ ଖେଳାଯିବ। ଏଭଳି ପରିସ୍ଥିତିରେ କେଉଁ ଖେଳାଳିମାନେ ଏହି ସିରିଜ ପାଇଁ ଭାରତୀୟ ଦଳରେ ସୁଯୋଗ ପାଇପାରିବେ। ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିବା ନିଶ୍ଚିତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଂଲଣ୍ଡ ବିପକ୍ଷରେ ଲମ୍ବା ଧଳା ବଲ୍ ସିରିଜ୍ ପାଇଁ ମୋଟ ୨୭ କ୍ରିକେଟରଙ୍କ ଚୟନ କରାଯିବ। ଏହି ଖେଳାଳୀ କିଏ ହେବେ, ଆସନ୍ତୁ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଇବା।

୨୦୨୪-୨୦୨୫ ର ଘରୋଇ ସିଜନ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ୨ ଟେଷ୍ଟ ସିରିଜରୁ ଭାରତର ଘରୋଇ ସିଜିନ ଆରମ୍ଭ ହେବ ଏବଂ ଟିମ୍ ଇଣ୍ଡିଆ ମଧ୍ୟ ଏହି ଦଳ ସହିତ ୩ ଟି-୨୦ ମ୍ୟାଚ୍ ଖେଳିବ। ଟେଷ୍ଟ ସିରିଜ୍ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ। ତେବେ ଏକଦିବସିୟ ସିରିଜ୍ ୬ ଅକ୍ଟୋବରରୁ ଆରମ୍ଭ ହେବ।

Team india

ଏହା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ଗସ୍ତ କରିବ, ଯେଉଁଠାରେ ଏହା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ୧୬ ଅକ୍ଟୋବରରୁ ଆରମ୍ଭ ହେବ। ରେଡ୍ ବଲ୍ ଟେଷ୍ଟ ସିରିଜ୍ ପରେ ଧଳା ବଲ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଇଂଲଣ୍ଡ ସହିତ ଟିମ୍ ଇଣ୍ଡିଆର ଧଳା ବଲ୍ ସିରିଜ୍ ନୂଆ ବର୍ଷର ଆଗମନ ସହିତ ଆରମ୍ଭ ହେବ।

ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ଧଳା ବଲ୍ ସିରିଜ ହେବ, ଯେଉଁଥିରେ ଇଂଲଣ୍ଡ ପାଞ୍ଚ ଟି-୨୦ ଏବଂ ତିନୋଟି ଏକଦିବସୀୟ ପାଇଁ ଭାରତ ଗସ୍ତ କରିବ। ଇଂଲଣ୍ଡର ଭାରତ ଗସ୍ତ ୨୨ ଜାନୁଆରୀରୁ ଆରମ୍ଭ ହୋଇ ୧୨ ଫେବୃଆରୀରେ ଶେଷ ହେବ। ପ୍ରାୟ ୩ ସପ୍ତାହ ମଧ୍ୟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟି-୨୦ ଏବଂ ୩ ଟି ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଏହି ଆଠଟି ମ୍ୟାଚର ଆୟୋଜନ ଆଠଟି ଭିନ୍ନ ଭିନ୍ନ ଗ୍ରାଉଣ୍ଡକୁ ଦିଆଯାଇଛି। 

Mayank yadav

ଏକଦିବସୀୟ ପାଇଁ ଭାରତୀୟ ଦଳ:- ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶୁଭମାନ ଗିଲ, ଶ୍ରେୟସ ଆୟର, ସାଇ ସୁଦର୍ଶନ, ଋଷଭ ପନ୍ତ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ଶୀରଜ, ଜସପ୍ରୀତ ବୁମ୍ରା।

ଟି-୨୦ ପାଇଁ ଭାରତୀୟ ଦଳ: ଯଶସ୍ୱୀ ଜୟସୱାଲ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ରିୟାନ ପରାଗ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ, ଧ୍ରୁଭ ଜୁରେଲ, ଶିବମ ଦୁବେ, ଅକ୍ସର ପଟେଲ, ରବି ବିସ୍ନୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମୟଙ୍କ ଯାଦବ ଏବଂ ୟସ୍ ଦୟାଲ।