ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

  1. Home
  2. Cric Special

ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

କ୍ରିକେଟ୍ ଖବର : ବିଶ୍ୱ କ୍ରିକେଟ୍ ର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ମଧ୍ୟରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ ବା ବିସିସିଆଇକୁ ଗଣନା କରାଯାଏ। ଏହାର କାରଣ ହେଉଛି, ଭାରତ ପାଇଁ କ୍ରିକେଟ୍ ଖେଳୁଥିବା ଖେଳାଳିମାନେ ବହୁତ ଧନୀ ଅଟନ୍ତି। ଭାରତୀୟ ଦଳର ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ୍ ବ୍ୟତୀତ ଆଇପିଏଲ୍ ଏବଂ ବ୍ରାଣ୍ଡ …


ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

କ୍ରିକେଟ୍ ଖବର : ବିଶ୍ୱ କ୍ରିକେଟ୍ ର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ମଧ୍ୟରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ ବା ବିସିସିଆଇକୁ ଗଣନା କରାଯାଏ। ଏହାର କାରଣ ହେଉଛି, ଭାରତ ପାଇଁ କ୍ରିକେଟ୍ ଖେଳୁଥିବା ଖେଳାଳିମାନେ ବହୁତ ଧନୀ ଅଟନ୍ତି। ଭାରତୀୟ ଦଳର ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ୍ ବ୍ୟତୀତ ଆଇପିଏଲ୍ ଏବଂ ବ୍ରାଣ୍ଡ ପ୍ରମୋସନ ମାଧ୍ୟମରେ ବହୁ ଟଙ୍କା ରୋଜଗାର କରନ୍ତି।

ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତୀୟ ଦଳର କିଛି ଖେଳାଳି ଏପରି ରହିଛନ୍ତି ଯେଉଁମାନେ କି ଅତି ସରଳ ଓ ଗରିବ ପରିବାରରୁ ଆସିଛନ୍ତି। ଆଜିର ଆର୍ଟିକିଲରେ, ଆମେ ଆପଣଙ୍କୁ ଏପରି କିଛି ଖେଳାଳିଙ୍କ ବିଷୟରେ କହିବୁ ଯେଉଁମାନେ ପୂର୍ବରୁ ବହୁତ ଗରିବ ଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ନିଜର କାବିଲିୟତ ଯୋଗୁଁ ବଡ଼ ମଣିଷ ହୋଇପାରିଛନ୍ତି ଏବଂ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି।

୧) ଜସପ୍ରୀତ ବୁମ୍ରା :

ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

ଭାରତୀୟ କ୍ରିକେଟର ଜସପ୍ରୀତ ବୁମ୍ରାଙ୍କୁ ଆଜି ଚିହ୍ନିବା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। କାରଣ ସେ ନିଜର କଠୋର ତପସ୍ୟା ରୂପୀ କାର୍ଯ୍ୟ ବଳରେ ଆଜି କ୍ରୀଡାପ୍ରେମୀ ଓ ଚୟନ କମିଟିର ପ୍ରଥମ ପସନ୍ଦ ହୋଇପାରିଛନ୍ତି। ସେ ବିଶ୍ୱ କ୍ରିକେଟର ସବୁଠାରୁ ଶକ୍ତିଶାଳୀ ଦ୍ରୁତ ବୋଲରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ, ବୁମରାଙ୍କ ଜୀବନରେ ଏକ ପର୍ଯ୍ୟାୟ ଥିଲା ଯେତେବେଳେ ତାଙ୍କ ପାଖରେ ଜୋତା ଏବଂ ଟି-ସାର୍ଟ କିଣିବାକୁ ଟଙ୍କା ନଥିଲା। କିନ୍ତୁ ନିଜର କଠୋର କାର୍ଯ୍ୟ ବଳରେ ବୁମରା ଆଜି ଜଣେ ସଫଳ ଭାରତୀୟ କ୍ରିକେଟର ହୋଇପାରିଛନ୍ତି। ସମ୍ପ୍ରତି, ମୁମ୍ବାଇ ଇଣ୍ଡିଆନ୍ସ ୧୨ କୋଟି ଟଙ୍କାରେ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ – ୧୫ ପାଇଁ ତାଙ୍କୁ ରିଟେନ କରିଛି। ଗରିବ ପରିବାରୁ ଆସି, ସଙ୍ଘର୍ଷ କରି ଜସପ୍ରୀତ ବୁମ୍ରା ଆଜି ଢେର ଟଙ୍କା ଆଉ ମର୍ଯ୍ୟାଦା ହାସଲ କରିଛନ୍ତି।

୨) ମହମ୍ମଦ ସିରାଜ :

ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

ଭାରତୀୟ ଦଳରେ ଦ୍ରୁତ ବୋଲିଂ ଆକ୍ରମଣର ନୂତନ ଉଦୀୟମାନ ତାରକା ହେଉଛନ୍ତି ମହମ୍ମଦ ସିରାଜ। ସେ ଗତ ୧ ବର୍ଷ ଧରି ଭାରତୀୟ କ୍ରିକେଟ୍ ପାଇଁ ବହୁତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତେବେ ସିରାଜ ନିଜର ପିଲାଦିନ ବହୁ ଦାରିଦ୍ରରେ ବିତାଇଥିଲେ। ତାଙ୍କ ପିତା ଏକ ରିକ୍ସା ଚଳାକ ଥିଲେ ଏବଂ ପୁଅକୁ କ୍ରିକେଟର କରିବା ପାଇଁ ସେ ସବୁକିଛି ଲଗାଇଦେଇଥିଲେ । ଶେଷରେ, ବାପାଙ୍କର ସ୍ୱପ୍ନ ଓ ବାପା -ପୁଅର କଠିନ ପରିଶ୍ରମ ମଧ୍ୟ ଫଳପ୍ରଦ ହେଲା ଏବଂ ସେ ବର୍ତ୍ତମାନ ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇପାରିଛନ୍ତି।

୩) ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା :

ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ହେଉଛନ୍ତି ପାଣ୍ଡ୍ୟା ବ୍ରଦର୍ଶ। ଅର୍ଥାତ୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା। ବର୍ତ୍ତମାନ ଏହି ଦୁଇ ଖେଳାଳି ଦୃଢ ନିଷ୍ଠାରେ ନିଜେ କଠିନ ପରିଶ୍ରମ କରି ନିଜ ପରିଚୟ ନିଜେ ସୃଷ୍ଟି କରିଛନ୍ତି। ଏକାଠି ହୋଇ ଉଭୟ ଭାଇ କ୍ରିକେଟରେ ଅନେକ ନାମ ସହିତ ଅନେକ ଟଙ୍କା ରୋଜଗାର କରିଛନ୍ତି। କିନ୍ତୁ ଏହି ଦୁଇ ଖେଳାଳିଙ୍କ ପରିବାର, ଯେଉଁମାନେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି, ସେମାନେ ଏକ ସମୟରେ ବହୁତ ଗରିବ ଥିଲେ। ପିନ୍ଧିବା ପାଇଁ ଜୋତା ମଧ୍ୟ ନ ଥିଲା ଏମାନଙ୍କର ପାଖରେ।

୪) ରବିନ୍ଦ୍ର ଜାଡେଜା :

ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

ଭାରତୀୟ କ୍ରିକେଟ୍ ଦଳର ଆଉ ଜଣେ ଶକ୍ତିଶାଳୀ ଅଲରାଉଣ୍ଡର ହେଉଛନ୍ତି ରବିନ୍ଦ୍ର ଜାଡେଜା। ଯାହାଙ୍କୁ ସମସ୍ତେ ସାର୍ ଜାଡେଜା ଭାବରେ ସମ୍ବୋଧିତ କରୁଛନ୍ତି। ଆଜିର ଯୁଗର ସେ ଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ପରିଗଣିତ ହୋଇଛନ୍ତି। ଜାଡେଜାଙ୍କ ପାଖରେ ଆଜି କୋଟି କୋଟି ମୂଲ୍ୟର ଏକ ବଙ୍ଗଳା ଅଛି ଏବଂ ତାଙ୍କର ଲାଇଫ୍ ଷ୍ଟାଇଲ ମଧ୍ୟ ବହୁତ ବଡ, କିନ୍ତୁ ତାଙ୍କର ପ୍ରାରମ୍ଭିକ ଜୀବନ ଦାରିଦ୍ରରେ ବିତିଥିଲା। ଜାଡେଜାଙ୍କ ପିତା ସିକ୍ୟୁରୀଟି ଗାର୍ଡ ଭାବରେ କାମ କରୁଥିଲେ ଏବଂ ତାଙ୍କ ମା ଜଣେ ନର୍ସ ଥିଲେ।

୫) ମହେନ୍ଦ୍ର ସିଂ ଧୋନି :

ବହୁତ ଗରିବ ପରିବାରରୁ ଆସି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏହି ୫ ଜଣ କ୍ରିକେଟର, ୫ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

ବିଶ୍ୱ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ତଥା ଭାରତୀୟ କ୍ରିକେଟ୍ ଦଳର କୋହିନୂର୍ ହୀରା ଯାହାକୁ କୁହାଯାଏ ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି। ଭାରତୀୟ କ୍ରିକେଟ୍ ଦଳର ପୂର୍ଵତ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ୍ ଜଗତରେ ବହୁତ ଲୋକପ୍ରିୟ ହୋଇଛନ୍ତି। ଧୋନି ଦୁନିଆର ସବୁଠାରୁ ଧନୀ ଏବଂ ସଫଳ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ଆଜି ଧୋନିଙ୍କ ରୋଜଗାର କୋଟିଏରେ ରହିଛି। କିନ୍ତୁ ଧୋନି ମଧ୍ୟ ପିଲାବେଳେ ଏକ ସାଧାରଣ ପରିବାରର ଥିଲେ। ଆଜି ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ବାଇକ୍ ଏବଂ ବହୁ ବିଳାସପୂର୍ଣ୍ଣ ଘରର ମାଲିକ ମହେନ୍ଦ୍ର ସିଂ ଧୋନିଙ୍କର ପିଲାଦିନ ଅତି ସରଳ ଥିଲା। ଦଳରେ ପ୍ରବେଶ କରିବା ପୂର୍ବରୁ ଧୋନି ରେଳବାଇରେ ଟିକେଟ୍ ସଂଗ୍ରହକାରୀଙ୍କ ଚାକିରି ମଧ୍ୟ କରିଥିଲେ। ଯାହାକି ଆପଣ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଦ୍ଵାରା ଅଭିନୀତ ଫିଲ୍ମ ” ମହେନ୍ଦ୍ର ସିଂ ଧୋନି – ଦି ଅନଟୋଲ୍ଡ ଷ୍ଟୋରୀ” ଚଳଚିତ୍ରରେ ନିଶ୍ଚୟ ଦେଖିଥିବେ।