ଚାମ୍ପିୟନ୍ସ ଟ୍ରଫି ରେ ଟିମ୍ ଇଣ୍ଡିଆରେ ଅଛନ୍ତି ୮ ଜଣ କ୍ୟାପଟେନ, ଏଥର ଟ୍ରଫି ନିଶ୍ଚିତ ଜିତିବ ଭାରତ
Champions Trophy: ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଦମଦାର ଟିମ୍ ଘୋଷଣା କରିଛି ବିସିସିଆଇ । ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ସ୍କ୍ବାଡ । BCCI ପକ୍ଷରୁ ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ରହିଛନ୍ତି ଏକାଧିକ ଷ୍ଟାର ଖେଳାଳି।
ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ଟିମ୍ ଇଣ୍ଡିଆ ପକ୍ଷରୁ ନେତୃତ୍ବ ନେବେ ରୋହିତ ଶର୍ମାଙ୍କ । ସେହିଭଳି ଉପଅଧିନାୟକ ଭାବେ ରହିବେ ଶୁଭମନ ଗିଲ ।
ଟିମ୍କୁ ଫେରିଛନ୍ତି ଦୁର୍ଦ୍ଦଶ ବୋଲର । ଦୀର୍ଘ ଦିନ ଧରି ଆହତ କାରଣରୁ ଦଳରୁ ବାଦ୍ ପଡିଥିବା ମହମ୍ମଦ ଶାମିଙ୍କୁ ମିଳିଛି ସୁଯୋଗ । ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଏଥର କମାଲ କରିବେ ବୁମରାହ ଓ ଶାମି ଯୋଡି ।
ସବୁଠାରୁ ବଡ କଥା ହେଲା ଚାମ୍ପିୟନ୍ସ ଟ୍ରଫି ଏଥର ଭାରତୀୟ ଦଳରେ ଏକାଧିକ ଷ୍ଟାର ଖେଳାଳି ରହିଥିବା ବେଳେ ଅଧିକାଂଶ କ୍ୟାପଟେନ୍ ରହିଛନ୍ତି । ୮ ଜଣ ଖେଳାଳି ଯେଉଁମାନେ କି ଦଳ ପାଇଁ ଅଧିନାୟକ ଭାର ତୁଲାଇସାରିଛନ୍ତି, ସେମାନଙ୍କୁ ଦଳରେ ସାମିଲ କରାଯାଇଛି ।
ଅଧିନାୟକ ଭାର ତୁଲାଇଥିବା ଖେଳାଳିଙ୍କ ନାମ :
ରୋହିତ ଶର୍ମା: ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ ।
ବିରାଟ କୋହଲି: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଦୀର୍ଘ ବର୍ଷ ଧରି ସେ ଦଳର ଅଧିନାୟକ ଭାରତ ତୁଲାଇଥିଲେ ।
ଋଷଭ ପନ୍ତ: ଦଳର ଓ୍ବିକେଟ କିପର ବ୍ୟାଟର ଋଷଭ ପନ୍ତ ବି କିଛି ସିରିଜ୍ରେ ପୂର୍ବରୁ ଦଳର ଅଧିନାୟକ ଭାର ତୁଲାଇଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା: ବ୍ୟାଟିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଅନେକ ସିରିଜ୍ ଦଳ ପାଇଁ ଅଧିନାୟକ ଭାର ତୁଲାଇ ସାରିଛନ୍ତି ।
ଜସପ୍ରୀତ ବୁମରାହ:ରୋହିତଙ୍କ ପରେ ବୁମରାହ ହିଁ ଅଧିନାୟକ ହେବେ ବୋଲି ଅନେକ କହୁଛନ୍ତି । ପୂର୍ବରୁ ବି ସେ ଅନେକ ସିରିଜ ଏପରିକି ବର୍ଡର ଗାଭାସ୍କର ଟ୍ରଫିରେ ଅଧିନାୟକ ଭାର ସମ୍ଭାଳି ସାରିଛନ୍ତି ।
ଶୁଭମନ ଗିଲ: ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ଶୁଭମନ ଗିଲଙ୍କୁ ମିଳିଛି ସ୍ଥାନ । ଏପରିକି IPLରେ ନିଜ ଅଧିନାୟକତ୍ବ ଦକ୍ଷତା ଦେଖାଇ ସାରିଛନ୍ତି ଗିଲ୍ ।
ଶ୍ରେୟସ ଆୟର: ସେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଅଧିନାୟକ ଦାୟିତ୍ବ ତୁଲାଇ ସାରିଛନ୍ତି । ଏବେ ଚାମ୍ପିୟନ୍ସ ଟ୍ରଫି ପାଇଁ ତାଙ୍କୁ ଦଳରେ ଚୟନ କରାଯାଇଥିବା ବେଳେ ମିଡିଲ ଅର୍ଡରରେ ପ୍ରମୁଖ ଭୂମିକା ତୁଲାଇବେ ।
ଲୋକେସ ରାହୁଲ: ଭାରତୀୟ ଦଳରେ ଅନେକ ସମୟରେ ଅଧିନାୟକ ଦାୟିତ୍ବ ସମ୍ଭାଳିଛନ୍ତି ଲୋକେସ ରାହୁଲ । ଆଉ ସଫଳତା ବି ପାଇଛନ୍ତି ।
ଚାମ୍ପିୟନ୍ସ ଟ୍ରଫି ରେ ଖେଳୁଥିବା ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଲୋକେସ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା