କୋଚ୍ ହେବାପରେ ଧୋନୀଙ୍କ ଏହି ଖେଳାଳିଙ୍କୁ ବିଦା କରିଲେ ଗମ୍ଭୀର! ସଂକଟରେ କ୍ୟାରିଅର….
ମୁଖ୍ୟ ପ୍ରଶିକ୍ଷକ ଭାବରେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହେଉଛି। ଏହି ଟୁର୍ ପାଇଁ ସେ ଭାରତୀୟ ଦଳ ଚୟନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। କିନ୍ତୁ ଯେତେବେଳେ ଭାରତୀୟ ଦଳ ଘୋଷଣା ହେଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ଶ୍ରୀଲଙ୍କା ବିପକ୍ଷ ଟିମ୍ ଇଣ୍ଡିଆରେ ଋତୁରାଜ ଗାଇକୱାଡଙ୍କୁ ଅଣଦେଖା କରାଯାଇଛି।
ଋତୁରାଜଙ୍କ ସମ୍ପ୍ରତି ପ୍ରଦର୍ଶନ ବହୁତ ଭଲ ରହିଛି କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ବାଦ୍ ଦିଆଯାଇଛି। କେବଳ ଋତୁରାଜ ନୁହେଁ ଅନ୍ୟ ଜଣେ ଦକ୍ଷ ଖେଳାଳିଙ୍କୁ ମଧ୍ୟ ଶ୍ରୀଲଙ୍କା ସିରିଜରୁ ଅଣଦେଖା କରାଯାଇଛି। ବିଶେଷ କଥା ହେଉଛି ସେ ଏମଏସ ଧୋନିଙ୍କ ସହ ମଧ୍ୟ ଅତି ନିକଟତର ଅଟନ୍ତି। ସମସ୍ତେ ଜାଣନ୍ତି ଯେ ଋତୁରାଜ ଗାଇକୱାଡ, ସିଏସକେରୁ ଅଟନ୍ତି ଏବଂ ଏମଏସ ଧୋନିଙ୍କ ଅତି ନିକଟତର ମଧ୍ୟ ଅଟନ୍ତି।
ଧୋନିଙ୍କ ପ୍ରିୟ ଖେଳାଳିମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ମଧ୍ୟ ଅନ୍ୟତମ। ଜାଡେଜା ନିଜେ ଭାରତ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ମନୋନୀତ ହୋଇନାହାଁନ୍ତି। ଆପଣଙ୍କୁ କହିରଖୁଛୁ ଯେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ବରିଷ୍ଠ ଖେଳାଳିମାନେ ଦିନିକିଆ ସିରିଜ୍ ପାଇଁ ଦଳକୁ ଫେରିଛନ୍ତି।
ଏଭଳି ପରିସ୍ଥିତିରେ ଜାଡେଜାଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହା ଘଟିଲା ନାହିଁ। ତାଙ୍କୁ ଅଣଦେଖା କରାଯାଇଥିଲା। ଗୋଟିଏ ପଟେ ଋତୁରାଜ ଗାଇକୱାଡଙ୍କୁ ଟି-୨୦ ଦଳରୁ ଅଣଦେଖା କରାଯାଇଛି। ଦିନିକିଆ ଦଳରେରବିନ୍ଦ୍ର ଜାଡେଜାଙ୍କୁ ଅଣଦେଖା କରାଯାଇଛି। ଗତ ବର୍ଷ ଭାରତରେ ଅନୁଷ୍ଠିତ ବିଶ୍ୱକପ୍ରେ ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ଥିଲା। ନଭେମ୍ବର ୨୦୨୩ ରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ସେ ଚମତ୍କାର ବୋଲିଂ କରିଥିଲେ ଏବଂ ୧୧ ଟି ମ୍ୟାଚରେ ୧୬ ଟି ୱିକେଟ୍ ନେଇଥିଲେ।
ଏହା ସତ୍ତ୍ୱେ ତାଙ୍କୁ ମନୋନୀତ କରାଯାଇ ନାହିଁ। ଶ୍ରୀଲଙ୍କା ବିପକ୍ଷ ଏକଦିବସିୟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ମନୋନୀତ ନହେବା ପରେ ଜାଡେଜା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ମଧ୍ୟ ଭାରତୀୟ ଦଳର ଅଂଶ ହେବେ ନାହିଁ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ସେ ଦଳରେ ରହିବେ କି ନାହିଁ ତାହା କେବଳ ଆଗାମୀ ସମୟରେ ଜଣା ପଡିବ। କିନ୍ତୁ ଏହା ନିଶ୍ଚିତ ଯେ ତାଙ୍କୁ ଅଣଦେଖା କରିବା ଟିମ୍ ଇଣ୍ଡିଆର ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ରହିବ।