ଚମ୍ପିଆନ୍ସ ଟ୍ରଫିରେ ଭାରତ ପାଇଁ ‘x-factor’ ସାଜିବେ ଏହି ଖେଳାଳି, ନିଶ୍ଚିତ ଜିତିବ ଭାରତ
Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୀର୍ଘ ଦିନ ପରେ କୁଲଦୀପ ଯାଦବ ଟିମ୍ ଇଣ୍ଡିଆର ଦଳରେ ସ୍ଥାନ ପାଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ପାଇଁ ବିରାଟ କୋହଲି, ଜସପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ମଧ୍ୟ ଦଳରେ ମନୋନୀତ ହୋଇଛନ୍ତି। ତେବେ ସୁରେଶ ରାଇନା କହିଛନ୍ତି ଯେ “ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ପାଇଁ ସ୍ପିନ୍ ବୋଲର କୁଲଦୀପ ଯାଦବ ଏକ୍ସ-ଫ୍ୟାକ୍ଟର ବୋଲି ପ୍ରମାଣ ହୋଇପାରନ୍ତି।
ସେ କହିଛନ୍ତି ଯେ କୁଲଦୀପ ଯାଦବ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇ ପାରିବେ। ଆମେ ସମସ୍ତେ ମନେ ରଖିଛୁ ଯେ ବିଶ୍ୱକପରେ ବାବର ଆଜାମଙ୍କୁ ଆଉଟ କରି ସେ କିପରି ମ୍ୟାଚ ବଦଳାଦେଇଥିଲେ। ବର୍ତ୍ତମାନ ସେ ଏନସିଏରେ କଠିନ ପରିଶ୍ରମ କରୁଛନ୍ତି ।
କୁଲଦୀପ ଯାଦବଙ୍କୁ ଶେଷ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଇଥିବା ଘରୋଇ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ କୁଲଦୀପଙ୍କ ପିଠିରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ତାଙ୍କୁ ବର୍ଡର ଗାଭାସ୍କର ଟ୍ରଫିରୁ ଦୂରେଇ ରହିବାକୁ ପଡିଥିଲା।
ବର୍ତ୍ତମାନ କୁଲଦୀପ ଆହତ ହେବା ପରେ ଏନସିଏରେ ଜୋରଦାର ଅଭ୍ୟାସ କରୁଛନ୍ତି। ଯଦିଓ ସେ ଇଂଲଣ୍ଡ ସହ ଟି -20 ସିରିଜ ପାଇଁ ଦଳରେ ମନୋନୀତ ହୋଇନାହାଁନ୍ତି, କିନ୍ତୁ ବର୍ତ୍ତମାନ ଏହି ଖେଳାଳି ଚାମ୍ପିଅନ୍ସ ଟ୍ରଫିରେ କମବ୍ୟାକ କରିବାକୁ ପ୍ରସ୍ତୁତ ଅଛନ୍ତି।