ଫେବୃଆରୀ ୯ ତାରିଖରେ ବାରବାଟୀରେ ଏକଦିବସିୟ ମ୍ୟାଚ! ଏପରି ଭାବରେ ପାଇପାରିବେ ଟିକେଟ୍….

  1. Home
  2. Cric Special

ଫେବୃଆରୀ ୯ ତାରିଖରେ ବାରବାଟୀରେ ଏକଦିବସିୟ ମ୍ୟାଚ! ଏପରି ଭାବରେ ପାଇପାରିବେ ଟିକେଟ୍….


ଇଂଲଣ୍ଡ ବର୍ତ୍ତମାନ ଭାରତରେ ଟି-୨୦ ସିରିଜ ଖେଳୁଛି। ୫ ଟିକିଆ ଟି-୨୦ ସିରିଜ ପରେ ଏହି ଦଳ ଭାରତ ସହିତ ୩ ଟିକିଆ ଏକଦିବସିୟ ସିରିଜ ମଧ୍ୟ ଖେଳିବ। ତେବେ, ଏକଦିବସିୟ ସିରିଜର ଦ୍ଵିତୀୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 

Barabati

ବାରବାଟୀ ଷ୍ଟାଡିୟମର ନବକଳେବର ହୋଇଥିବା ବେଳେ ଏହାପରେ ଏଠାରେ ପ୍ରଥମ ଏକଦିବସିୟ ମ୍ୟାଚ ଖେଳାଯିବ। ଯେଉଁଥିପାଇଁ ଦର୍ଶକମାନଙ୍କ ଠାରେ ଉତ୍ସାହ ଏବଂ ଉନ୍ମାଦ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ମ୍ୟାଚ ଦେଖିବା ପାଇଁ ଟିକେଟ ବିକ୍ରୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଯାହାକି ୨ ଫେବୃଆରୀ ଠାରୁ ଆରମ୍ଭ ହେବ। ୨ ଫେବୃଆରୀରୁ ଅନଲାଇନ ଟିକେଟ ବିକ୍ରୟ ଆରମ୍ଭ ହେବ। 

Barabati

ଟିକେଟ ଗୁଡିକୁ ଅନଲାଇନ ବୁକ୍ କରିବା ପରେ ଫେବୃଆରୀ ୭ ଠାରୁ ୯ ତାରିଖ ପର୍ଯ୍ୟନ୍ତ କ୍ରେତାମାନେ ଏହାକୁ ଭୁବନେଶ୍ୱର କିଟ୍ ୟୁନିଭର୍ସିଟି କିମ୍ବା କଟକ କ୍ୟାମବ୍ରିଜ୍ ସ୍କୁଲରୁ ପାଇପାରିବେ। ୭ ଏବଂ ୮ ତାରିଖ ସକାଳ ୧୦ ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଏବଂ ୯ ତାରିଖ ଦିନ ସକାଳ ୭ ଟା ରୁ ୧୨ ପର୍ଯ୍ୟନ୍ତ ଆପଣ ଏହି ସ୍ଥାନରୁ ନିଜ ଟିକେଟ ପାଇ ପାରିବେ। ସେହିପରି ଭାବରେ ଫେବ୍ରୁଆରୀ ୫ ଏବଂ ୬ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅଫଲାଇନ ଟିକେଟ ବିକ୍ରୟ କରାଯିବ। 

Team india

ଗ୍ୟାଲେରୀ ନଂ ୧ ଏବଂ ୩ ପାଇଁ ୧୧୦୦ ଟଙ୍କା, ଗ୍ୟାଲେରୀ ନଂ ୨ ଏବଂ ୪ ପାଇଁ ୯୦୦ ଟଙ୍କା, ଗ୍ୟାଲେରୀ ନଂ ୫ ପାଇଁ ୧୨୦୦ ଟଙ୍କା, ଗ୍ୟାଲେରୀ ନଂ ୭ ପାଇଁ ୭୦୦ ଟଙ୍କା, ସ୍ୱତନ୍ତ୍ର ଏନକ୍ଲୋଜର ପାଇଁ ୬୦୦୦ ଟଙ୍କା, ଏସି ବକ୍ସ ପାଇଁ ୮୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ନ୍ୟୁ ପାଭିଲିୟନ୍ ପାଇଁ ୧୦,୦୦୦ ଟଙ୍କା ଏବଂ କର୍ପୋରେଟ୍ ବକ୍ସ ପାଇଁ ୨୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।