ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍:- ଯଦି ଭଲ ପ୍ରଦର୍ଶନ ନ କରନ୍ତି ଏହି ଦୁଇ ଭାରତୀୟ, ତେବେ ଅସୁବିଧାରେ ପଡିବ ଟିମ୍ ଇଣ୍ଡିଆ….

  1. Home
  2. Cric Special

ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍:- ଯଦି ଭଲ ପ୍ରଦର୍ଶନ ନ କରନ୍ତି ଏହି ଦୁଇ ଭାରତୀୟ, ତେବେ ଅସୁବିଧାରେ ପଡିବ ଟିମ୍ ଇଣ୍ଡିଆ….


ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଅନ୍ତିମ ଅଥବା ଫାଇନାଲ୍ ମ୍ୟାଚ୍ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁବାଇରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ରୋହିତ ଶର୍ମା ଏବଂ ଭାରତୀୟ ଦଳ କୋଟି କୋଟି ଭାରତୀୟ ପ୍ରଶଂସକଙ୍କୁ ଆଶା ଦେଇଛନ୍ତି ଯେ ସେମାନେ ୨୦୧୩ ପରେ ପୁଣିଥରେ ଟ୍ରଫି ଘରକୁ ଆଣିବେ। କିନ୍ତୁ, ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଫସି ଯାଇପାରେ ଏବଂ ଟ୍ରଫି ଜିତିବାର ରୋହିତଙ୍କ ସ୍ୱପ୍ନ ଭାଙ୍ଗି ଯାଇପାରେ।  ଯଦି ଭାରତୀୟ ଦଳ ଜଣେ ଖେଳାଳିଙ୍କ ସମ୍ବନ୍ଧରେ କୌଣସି ବଡ଼ ରଣନୀତି ନ ନିଅନ୍ତି, ତେବେ ଏହି ଖେଳାଳି ଟିମ୍ ଇଣ୍ଡିଆର ପରାଜୟର ସବୁଠାରୁ ବଡ ଭିଲେନ୍ ଭାବରେ ପ୍ରମାଣିତ ହୋଇପାରନ୍ତି।

Team india

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଚମତ୍କାର ପ୍ରଦର୍ଶନ କରିଛି। ଟୁର୍ନାମେଣ୍ଟରେ ୪ ଟି ମ୍ୟାଚ୍ ଖେଳି ଚାରିଟି ମ୍ୟାଚ୍ ଜିତିଛି ଭାରତ। କୌଣସି ଦଳ ଏପର୍ଯ୍ୟନ୍ତ ଭାରତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହୋଇନାହାଁନ୍ତି, ତଥାପି ନ୍ୟୁଜିଲ୍ୟାଣ୍ଡ ଦଳ ଭାରତକୁ ଚ୍ୟାଲେଞ୍ଜ କରିପାରିବ। କିନ୍ତୁ, ଦଳରେ କିଛି ଖେଳାଳି ଅଛନ୍ତି ଯେଉଁମାନେ ନିରନ୍ତର ସୁଯୋଗ ପାଇଛନ୍ତି କିନ୍ତୁ ଦଳର ସ୍ୱାର୍ଥରେ ଲାଭଦାୟକ ପ୍ରମାଣିତ ହୋଇନାହାଁନ୍ତି। ଏହି ଖେଳାଳି ଫାଇନାଲ ମ୍ୟାଚରେ ଭାରତର ପରାଜୟର ସବୁଠାରୁ ବଡ ଭିଲେନ ହୋଇପାରନ୍ତି କି? ଏହି ତାଲିକାରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ ଏବଂ ସ୍ପିନର ବୋଲର କୁଲଦୀପ ଯାଦବଙ୍କ ନାମ ସାମିଲ ରହିଛି। 

Kuldeep

ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଟିମ୍ ଇଣ୍ଡିଆର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସେ ଏପର୍ଯ୍ୟନ୍ତ ସମସ୍ତ ଚାରିଟି ମ୍ୟାଚ୍ ଖେଳିଛନ୍ତି। ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ସେ ଭଲ ଫର୍ମରେ ଦେଖାଇଥିଲେ। ୧୦୧ ରନ୍‌ର ଅପରାଜିତ ଇନିଂସ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା। କିନ୍ତୁ, ଏହା ପରେ ତାଙ୍କ ବ୍ୟାଟରୁ ସେଭଳି ଭଲ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। କ୍ରମାଗତ ୩ ମ୍ୟାଚରେ ସେ ଫ୍ଲପ୍ ପ୍ରମାଣିତ ହୋଇଛନ୍ତି। ଗିଲ କେବଳ ୪୬, ୨ ଓ ୮ ରନର ଇନିଂସ ଖେଳିପାରିଛନ୍ତି। ଯଦି ସେ ବ୍ୟାଟ୍ ସହିତ ଫାଇନାଲରେ ପ୍ରଦର୍ଶନ ନକରନ୍ତି ତେବେ ଦଳକୁ ଖରାପ ଫଳାଫଳ ଭୋଗିବାକୁ ପଡିପାରେ।

Gill

କୁଲଦୀପ ଯାଦବଙ୍କୁ ମୁଖ୍ୟ ସ୍ପିନର ଭାବେ ଦଳରେ ସାମିଲ କରାଯାଇଛି। ଆଘାତ ସମସ୍ୟା ପରେ ସେ ସିଧାସଳଖ ଟିମ୍ ଇଣ୍ଡିଆକୁ ଫେରିଥିଲେ। କିନ୍ତୁ, କୁଲଦୀପ ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ସେଭଳି ଭଲ ପ୍ରଦର୍ଶନ କରିନାହାଁନ୍ତି। ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀ ତାଙ୍କ ଅପେକ୍ଷା ଭଲ ବୋଲିଂ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ବରୁଣଙ୍କୁ ଟେଷ୍ଟ କରାଯାଇଥିଲା, ସେ ୫ ୱିକେଟ୍ ନେଇ ହଇଚଇ ସୃଷ୍ଟି କରିଥିଲେ। ଏଭଳି ପରିସ୍ଥିତିରେ ଯଦି କୁଲଦୀପ ଯାଦଲଙ୍କୁ ଫାଇନାଲରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଅବସରରେ ୱିକେଟ୍ ନେବାକୁ ପଡ଼ିବ। କାରଣ ଗତ ୪ଟି ମ୍ୟାଚ୍‌ରେ ମାତ୍ର ୫ ୱିକେଟ୍ ନେଇଛନ୍ତି। କେବଳ ସେତିକି ନୁହେଁ ଗତ ଦୁଇଟି ମ୍ୟାଚରେ ସେ ୱିକେଟ ନେବାରେ ସଫଳ ହୋଇନାହାଁନ୍ତି।