ବର୍ଷେ ଧରି ଖେଳୁନାହାଁନ୍ତି ଏହି ଦୁଇ ଖେଳାଳି, କିନ୍ତୁ ନିଅନ୍ତି କୋଟି କୋଟି ଟଙ୍କା, ଜଣେ ତ ଅଟେ ବଡ଼ ବେଈମାନ ଖେଳାଳି

  1. Home
  2. Cric Special

ବର୍ଷେ ଧରି ଖେଳୁନାହାଁନ୍ତି ଏହି ଦୁଇ ଖେଳାଳି, କିନ୍ତୁ ନିଅନ୍ତି କୋଟି କୋଟି ଟଙ୍କା, ଜଣେ ତ ଅଟେ ବଡ଼ ବେଈମାନ ଖେଳାଳି


ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଇଂଲଣ୍ଡ ସହ ଖେଳୁଛି। ଏହି ମଧ୍ୟରେ ୨୮ ଫେବୃଆରୀ ବୁଧବାର ଦିନ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୋଟ ୩୦ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛି। ଏହି ୩୦ ଜଣଙ୍କ ମଧ୍ୟରୁ ୨ ଜଣ ଏପରି ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି, ଯେଉଁମାନେ ଗତ ବର୍ଷରେ ବହୁତ କମ୍ କ୍ରିକେଟ୍ ଖେଳିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ଦେଇଛି। ଆସନ୍ତୁ ଜାଣିବା ଏହି ଖେଳାଳୀ କିଏ।

Pant

ବାସ୍ତବରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରେ ସ୍ଥାନ ପାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଏହି ଦୁଇ ଖେଳାଳିଙ୍କୁ ପଦୋନ୍ନତି ଦିଆଯାଇଥିଲା। ଏହି ଦୁଇ ଖେଳାଳିଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା, ଏହି କାରଣରୁ ଉଭୟ ପନ୍ତ ଏବଂ ପାଣ୍ଡ୍ୟାଙ୍କୁ ୨୦୨୨-୨୩ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରେ ‘A’ ଶ୍ରେଣକୁ ପଦୋନ୍ନୀତ ଦିଆଯାଇଥିଲା। ଅର୍ଥାତ୍ ଉଭୟଙ୍କୁ ବାର୍ଷିକ ୫ କୋଟି ଟଙ୍କା ମିଳିଥାଏ।

ଅବଶ୍ୟ, ଗତ ବର୍ଷ ଏକ କାର ଦୁର୍ଘଟଣା ହେତୁ ୨୦୨୩ ମସିହାରେ ଋଷଭ ପନ୍ତ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳିନଥିଲେ।  ଡିସେମ୍ବର ୨୦୨୨ ରେ ତାଙ୍କର ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ସେବେଠାରୁ ସେ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ଖେଳୁନାହାଁନ୍ତି।  ଗତ କିଛି ମାସ ଧରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳୁନାହାଁନ୍ତି। ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଆହତ ହୋଇଥିଲେ। ଏହା ପରେ ସେ କୌଣସି ମ୍ୟାଚ୍ ଖେଳିପାରିନଥିଲେ।  

Pandya

ସେବେଠାରୁ ସେ କ୍ରିକେଟ୍ ଆକ୍ସନ୍ ଠାରୁ ବାହାରେ ଅଛନ୍ତି।  କିନ୍ତୁ ଏହା ସତ୍ତ୍ୱେ ଉଭୟ ଋଷଭ ଏବଂ ହାର୍ଦ୍ଦିକ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ରହିଛନ୍ତି। ଅବଶ୍ୟ ଋଷଭ ପନ୍ତଙ୍କୁ ‘A’ ବର୍ଗରୁ ହଟାଇ ‘B’ ରେ ସ୍ଥାନ ଦିଆଯାଇଛି। କିନ୍ତୁ ହାର୍ଦ୍ଦିକ ଏବେ ମଧ୍ୟ ‘A’ ବର୍ଗରେ ବସିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟିମ୍ ଇଣ୍ଡିଆର A+ ବର୍ଗ ଖେଳାଳିଙ୍କ ପାଇଁ ବିସିସିଆଇର ବାର୍ଷିକ ମ୍ୟାଚ୍ ଫି  ୭ କୋଟି ଟଙ୍କା ହୋଇଥିବାବେଳେ A ବର୍ଗର ଖେଳାଳିଙ୍କ ପାଇଁ ଏହା ୫ କୋଟି ଟଙ୍କା ଅଟେ। ଯେଉଁଠି B ବର୍ଗରେ ସେମାନଙ୍କୁ ୩ କୋଟି ଟଙ୍କା ଏବଂ C ବର୍ଗରେ ଥିବା ବ୍ୟକ୍ତିଙ୍କୁ ୧ କୋଟି ଟଙ୍କା ମିଳିଥାଏ।

Bcci

A+ ଗ୍ରେଡ୍- ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା।

A ଗ୍ରେଡ୍- ରବିଚନ୍ଦ୍ରନ୍ ଅଶ୍ୱିନ୍, ମହମ୍ମଦ ଶାମି, ମହମ୍ମଦ ସିରାଜ, କେ.ଏଲ୍ ରାହୁଲ, ଶୁବମାନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

B ଗ୍ରେଡ୍- ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କୁଲଦୀପ ଯାଦବ, ଅକ୍ସର ପଟେଲ ଏବଂ ଯଶସ୍ୱି ଜୟସୱାଲ।

C ଗ୍ରେଡ୍- ରିଙ୍କୁ ସିଂ, ତିଲକ ବର୍ମା, ରୁତୁରାଜ ଗାଇକୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ୍ ଦୁବେ, ରବି ବିଷ୍ନୋଇ, ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ୍, ଅର୍ଶଦୀପ ସିଂ, କେ.ଏସ୍ ଭରତ, ପ୍ରସିଦ୍ଧ କ୍ରୀଷ୍ଣା, ଆବେଶ ଖାନ୍ ଏବଂ ରଜତ ପାଟିଦାର।