ବିଶ୍ୱକପରେ ଗୋଟିଏ ମ୍ୟାଚ ନ ଖେଳି ମଧ୍ୟ କୋଟିପତି ହୋଇଗଲେ ଏହି ଖେଳାଳି! ସପୋର୍ଟ ଷ୍ଟାଫଙ୍କୁ ମିଳିଥିବା ଟଙ୍କା କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…..

  1. Home
  2. Cric Special

ବିଶ୍ୱକପରେ ଗୋଟିଏ ମ୍ୟାଚ ନ ଖେଳି ମଧ୍ୟ କୋଟିପତି ହୋଇଗଲେ ଏହି ଖେଳାଳି! ସପୋର୍ଟ ଷ୍ଟାଫଙ୍କୁ ମିଳିଥିବା ଟଙ୍କା କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…..


ଭାରତୀୟ କ୍ରିକେଟ୍ ଦଳ ଚମତ୍କାର ପ୍ରଦର୍ଶନ କରି ଟି-୨୦ ବିଶ୍ୱକପ ୨୦୨୪ ଜିତିଛି। ଏହି ବିଜୟ ପରେ ଭାରତୀୟ ଦଳ କେବଳ ଆଇସିସି ଠାରୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ପାଇନାହିଁ, ବରଂ ବିସିସିଆଇ ମଧ୍ୟ ଖେଳାଳିଙ୍କ ଘରକୁ ଫେରିବା ମାତ୍ରେ ବଡ଼ ପୁରସ୍କାର ରାଶି ଘୋଷଣା କରିଛି। ବୋର୍ଡ ୧୨୫ କୋଟି ଟଙ୍କାର ବମ୍ପର ପୁରସ୍କାର ଘୋଷଣା କରିଛି। ସେବେଠାରୁ ପ୍ରଶଂସକଙ୍କ ମଧ୍ୟରେ କ୍ରମାଗତ ଆଲୋଚନା ହୋଇଥିଲା ଯେ ଏହି ଖେଳାଳିମାନେ କେତେ ଟଙ୍କା ପାଇବାକୁ ଯାଉଛନ୍ତି।

Team india

ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଟିମ୍ ଇଣ୍ଡିଆ ୧୫ ଜଣିଆ ଦଳ ଘୋଷଣା କରିଥିଲା। ଏଥିସହିତ ଦଳ ୪ ଖେଳାଳିଙ୍କୁ ମଧ୍ୟ ରିଜର୍ଭରେ ରଖିଥିଲା। ତେବେ ପୁରା ଟୁର୍ନାମେଣ୍ଟରେ ସେମାନଙ୍କ ଆବଶ୍ୟକତା ପଡ଼ିନଥିଲା।  ଏହା ବ୍ୟତୀତ ଦଳରେ ଏପରି ତିନିଜଣ ଖେଳାଳି ମଧ୍ୟ ସାମିଲ ଥିଲେ ଯେଉଁମାନେ ପୁରା ଟୁର୍ନାମେଣ୍ଟରେ ଖେଳିବାକୁ ପାଇନଥିଲେ। ବିସିସିଆଇ ମଧ୍ୟ ସମସ୍ତଙ୍କୁ ପୁରସ୍କାର ରାଶି ଦେବାକୁ ଯାଉଛି।

Team india

ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ଭାରତ ବିଶ୍ୱକପ ବିଜେତା ଦଳର ଦଳରେ ଅନ୍ତର୍ଭୁକ୍ତ ସମସ୍ତ ୧୫ ଖେଳାଳିଙ୍କୁ ବିସିସିଆଇ ପ୍ରତ୍ୟେକ ୫ କୋଟି ଟଙ୍କା ଦେବାକୁ ଯାଉଛି। ଏହା ବ୍ୟତୀତ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ୫ କୋଟି ଟଙ୍କା ମିଳିବ। କେବଳ ସେତିକି ନୁହେଁ ରିଜର୍ଭ ଖେଳାଳିଙ୍କୁ ପୁରସ୍କାର ରାଶି ଦେବାକୁ ମଧ୍ୟ ବିସିସିଆଇ ଘୋଷଣା କରିଛି। 

India

ଟି-୨୦ ବିଶ୍ୱକପ୍‌ରେ ରିଙ୍କୁ ସିଂ, ଶୁବମାନ ଗିଲ, ଆବେଶ ଖାନ ଏବଂ ଖଲିଲ ଅହମ୍ମଦ ରିଜର୍ଭରେ ରହିଥିଲେ। ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ମିଳିବାକୁ ଯାଉଛି। ଏହା ବ୍ୟତୀତ ସଗାଯୋଗୀ କୋଚମାନଙ୍କୁ ୨.୫ କୋଟି ଟଙ୍କା, ସପୋର୍ଟ ଷ୍ଟାଫଙ୍କୁ ୨ କୋଟି ଟଙ୍କା ଏବଂ ଚୟନ କମିଟି ସଦସ୍ୟମାନଙ୍କୁ ୨ କୋଟି ଟଙ୍କା ଲେଖାଏଁ ମିଳିବାକୁ ଯାଉଛି।

News Hub