ଚାମ୍ପିୟନ୍ସ ଟ୍ରଫିରେ ବୁମ୍ରାଙ୍କ ଖେଳିବାକୁ ନେଇ ସନ୍ଦେହ! ଏହି ବୋଲର ନେବେ ତାଙ୍କ ସ୍ଥାନ….

  1. Home
  2. Cric Special

ଚାମ୍ପିୟନ୍ସ ଟ୍ରଫିରେ ବୁମ୍ରାଙ୍କ ଖେଳିବାକୁ ନେଇ ସନ୍ଦେହ! ଏହି ବୋଲର ନେବେ ତାଙ୍କ ସ୍ଥାନ….


ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳ ସମସ୍ୟାରେ ଅଛି। ଟିମ୍ ଇଣ୍ଡିଆର ମୁଖ୍ୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏହି ଟୁର୍ନାମେଣ୍ଟରେ ଖେଳିବା ନିଶ୍ଚିତ ନୁହେଁ।  ତାଙ୍କୁ ମନୋନୀତ କରାଯାଇଥିଲା କିନ୍ତୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇ ନାହାଁନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ସେ ଆହତ ହୋଇଥିଲେ। ଏହା ପରେ ସେ ପଡ଼ିଆ ଛାଡିଥିଲେ ଏବଂ ଦ୍ୱିତୀୟ ଇନିଂସରେ ମଧ୍ୟ ବୋଲିଂ କରିପାରିନଥିଲେ। ସେ ଏପର୍ଯ୍ୟନ୍ତ ଫିଟ୍ ହୋଇପାରି ନାହାଁନ୍ତି ଏବଂ ଖୁବ୍ ଶୀଘ୍ର ନ୍ୟୁଜିଲ୍ୟାଣ୍ଡର ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଯାଉଛନ୍ତି। ଏହା ପରେ ହିଁ ଜଣା ପଡ଼ିବ ଯେ ସେ ଆଇସିସି ଇଭେଣ୍ଟରେ ଖେଳିବେ କି ନାହିଁ।

Bumrah

ବିଶ୍ୱ କ୍ରିକେଟ୍ ର ସର୍ବଶ୍ରେଷ୍ଠ ଆଧୁନିକ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ବୁମରା ଅନ୍ୟତମ। ସେ ବର୍ଡର-ଗାଭାସ୍କର ଟ୍ରଫିରେ ୩୨ ୱିକେଟ୍ ନେଇ ସର୍ବାଧିକ ୱିକେଟ ନେଇଥିବା ବୋଲର ସାଜିଥିଲେ। ଏଭଳି ପରିସ୍ଥିତିରେ ଯଦି ବୁମ୍ରା ଚାମ୍ପିଅନ୍ସ ଟ୍ରଫିରେ ଖେଳନ୍ତି ନାହିଁ, ତେବେ ଭାରତକୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦଳ ବଦଳାଇବାକୁ ପଡିବ।ଏଠାରେ ଆମେ ସେହି ୪ ବୋଲରଙ୍କ ବିଷୟରେ କଥାହେବା ଯେଉଁମାନେ ତାଙ୍କ ସ୍ଥାନ ନେଇପାରିବେ।

Krishna

ପ୍ରସିଦ୍ଧ କ୍ରୀଷ୍ଣା:- ପ୍ରସିଦ୍ଧ କ୍ରୀଷ୍ଣା ଜଣେ ଡାହାଣହାତୀ ଦ୍ରୁତ ବୋଲର, ଯିଏ ଖେଳର ସମସ୍ତ ଫର୍ମାଟରେ ଖେଳିବାର ଅପାର ଅଭିଜ୍ଞତା ହାସଲ କରିଛନ୍ତି। ସେ ଭାରତ ପାଇଁ ୧୭ ଟି ଏକଦିବସିୟରେ ଭାରତ ପାଇଁ ଖେଳିଛନ୍ତି। ଏହି ଅବଧିରେ ସେ ୨୫.୫୮ ଆଭରେଜ ଏବଂ ୫.୬୦ ର ଇକୋନୋମି ସହିତ ୨୯ ୱିକେଟ୍ ନେଇଛନ୍ତି। ସେ ଅଷ୍ଟ୍ରେଲିଆରେ ଭାରତ ପାଇଁ ଖେଳି ସିଡନୀ ଟେଷ୍ଟରେ ବେସ୍ ପ୍ରଭାବିତ କରିଥିଲେ। ତାଙ୍କର ଅଭିଜ୍ଞତା ସହିତ ଭଲ ଗତି ମଧ୍ୟ ଅଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ ରେ ସେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ନେଇପାରନ୍ତି। 

Mukesh

୨.ମୁକେଶ କୁମାର:- ମୁକେଶ କୁମାର ମଧ୍ୟ ଜଣେ ବୋଲର ଯିଏ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଦଳରେ ଯୋଗ ଦେଇପାରିବେ। ସେ ୫୧ ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୨୦୭ ୱିକେଟ୍ ନେଇଛନ୍ତି। ଭାରତ ପାଇଁ ସେ ୬ ଟି ଏକଦିବସିୟରେ ୫ ୱିକେଟ୍ ନେଇଛନ୍ତି ଏବଂ ୧୭ ଟି-୨୦ ରେ ୨୦ ୱିକେଟ୍ ନେଇଛନ୍ତି। ନୂଆ ବଲ ସହିତ ପ୍ରଭାବ ପକାଇବା ପାଇଁ ମୁକେଶଙ୍କର ଗତି ଏବଂ ସଠିକତା ଅଛି। ତାଙ୍କର ୟର୍କର୍ସ ଏବଂ ସର୍ଟ ପିଚ୍ ବଲ୍ ଯେକୌଣସି ଦିନ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇପାରେ। ଏହା ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟ୍ ରେ ତାଙ୍କ ଅଭିଜ୍ଞତାକୁ ବିଚାର କରି ମୁକେଶ କୁମାରଙ୍କୁ ଭାରତର ଚାମ୍ପିଅନ୍ସ ଟ୍ରଫି ଦଳରେ ସାମିଲ କରାଯାଇପାରେ।

Rana

୩.ହର୍ଷିତ ରାଣା:- ଅଗଷ୍ଟ ୨୦୨୪ ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଶେଷ ଦିନିକିଆ ସିରିଜରେ ହର୍ଷିତ ରାଣା ଭାରତୀୟ ଦଳର ଅଂଶ ହୋଇଥିଲେ। ତେବେ ଏହି ୨୨ ବର୍ଷୀୟ ତାଙ୍କ ଏକଦିବସିୟ ଡେବ୍ୟୁ କରିବାର ସୁଯୋଗ ପାଇ ପାରିନଥିଲେ। ଦିଲ୍ଲୀର ଏହି ୨୩ ବର୍ଷୀୟ କ୍ରିକେଟର ଏପର୍ଯ୍ୟନ୍ତ ୧୪ ଲିଷ୍ଟ ଏ ମ୍ୟାଚ୍ ଖେଳି ୨୨ ୱିକେଟ୍ ନେଇଛନ୍ତି। ସେ ଅଷ୍ଟ୍ରେଲିଆରେ ଦୁଇଟି ଟେଷ୍ଟ ଖେଳିଥିଲେ। ଏହା ବ୍ୟତୀତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୁମ୍ରାଙ୍କ ବ୍ୟାକଅପ୍ ଭାବରେ ହର୍ଷିତ ରାଣା ପ୍ରସ୍ତୁତ କରାଯାଉଛି।

Siraj

୪. ମହମ୍ମଦ ସିରାଜ:- ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୟନ କରାଯାଇ ନାହିଁ। ବିସିସିଆଇ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହମ୍ମଦ ଶାମି କିମ୍ବା ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ସିରାଜ ଟିମ୍ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ପ୍ରଦର୍ଶନ ହ୍ରାସ ହେତୁ ସିରାଜଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଦଳରୁ ବାଦ୍ ଦିଆଯାଇଥିଲା। ବର୍ତ୍ତମାନ ଖବର ଆସୁଛି ଯେ ହର୍ଷିତଙ୍କ ପରି ସିରାଜ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଦଳକୁ ଫେରିବାର ସମ୍ଭାବନା ରହିଛି।