T20 ବିଶ୍ୱକପ ପାଇଁ ହେବ ଭାରତୀୟ ଦଳର ଘୋଷଣା! କିନ୍ତୁ, ବିଭିନ୍ନ କାରଣ ହେତୁ ଚୟନ ହୋଇ ନ ପାରନ୍ତି ଏହି ୫ ଷ୍ଟାର ଖେଳାଳି….

  1. Home
  2. Cric Special

T20 ବିଶ୍ୱକପ ପାଇଁ ହେବ ଭାରତୀୟ ଦଳର ଘୋଷଣା! କିନ୍ତୁ, ବିଭିନ୍ନ କାରଣ ହେତୁ ଚୟନ ହୋଇ ନ ପାରନ୍ତି ଏହି ୫ ଷ୍ଟାର ଖେଳାଳି….


ଆସନ୍ତା ଜୁନ ମାସ ୨ ତାରିଖ ଠାରୁ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହେବାକୁ ଯାଉଅଛି। ଏଥିପାଇଁ ସମସ୍ତ ଦେଶ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଭାରତରେ ମଧ୍ୟ ବର୍ତ୍ତମାନ ଆଇପିଏଲ ଚାଲୁ ରହିଥିବା ବେଳେ ସେଥିପାଇଁ ଖେଳାଳିମାନଙ୍କୁ ଭଲ ପ୍ରସ୍ତୁତି ପାଇଁ ସମୟ ମିଳୁଛି। ତେବେ, ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ହିଁ ଭାରତ ପକ୍ଷରୁ ବିଶ୍ୱକପ ପାଇଁ ଟିକେଟ ମିଳିବ।

Team india


ଏପର୍ଯ୍ୟନ୍ତ କିଛି ଆଗଧାଡ଼ିର ଭାରତୀୟ ଖେଳାଳି ଆଇପିଏଲରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। କିନ୍ତୁ, କିଛି ଷ୍ଟାର ଖେଳାଳି ପ୍ରଦର୍ଶନ କରିବାରେ ଅସଫଳ ହୋଇଛନ୍ତି ତାହା ସେମାନଙ୍କ ପାଇଁ ବିଶ୍ୱକପର ରାସ୍ତା କଠିନ କରିପାରେ:-

Jaiswal

୧. ଯଶସ୍ବୀ ଜୟସୱାଲ୍:- ଯଶସ୍ବୀ ଜୟସୱାଲ୍ ବିଗତ କିଛି ଦିନ ହେବ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି। ଏପରିକି ସେ ଭାରତ ପାଇଁ ତିନୋଟି ଫର୍ମାଟ ଖେଳି ସେଥିରେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। କିନ୍ତୁ, ଚଳିତ ଆଇପିଏଲ୍ ସିଜନରେ ଏପର୍ଯ୍ୟନ୍ତ ତାଙ୍କ ପ୍ରଦର୍ଶନ ଭଲ ରହିନାହିଁ। ୬ଟି ମ୍ୟାଚରେ ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଅର୍ଦ୍ଧଶତକ ଆସିପାରିନାହିଁ। ଏଭଳି ପରିସ୍ଥିତିରେ ତାଙ୍କର ବିଶ୍ୱକପ ପାଇଁ ଚୟନ କଠିନ ରହିବ ନିଶ୍ଚିତ।

Ishan kishan

୨. ଇଶାନ କିଷନ:- ଇଶାନ କିଷନ ଛୋଟ ଫର୍ମାଟରେ ଭାରତର ଜଣେ ପ୍ରତିଭାଶାଳୀ ବ୍ୟାଟର ଅଟନ୍ତି। କିନ୍ତୁ, ଗତ କିଛି ମାସ ହେବ ତାଙ୍କର ଭାରତୀୟ ବୋର୍ଡ ସହିତ କିଛି ସମସ୍ୟା ରହି ଆସିଛି। ଯେଉଁଥିପାଇଁ ତାଙ୍କୁ ସେନ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ମଧ୍ୟ ବାଦ୍ ଦିଆଯାଇଛି। ଯଦି ଚଳିତ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଭଲ ନ ରୁହେ ତେବେ ଆଗକୁ ଭାରତୀୟ ଦଳରେ ତାଙ୍କ ସ୍ଥାନ ନେଇ ସଙ୍କଟ ସୃଷ୍ଟି ହୋଇପାରେ।

Jitesh

୩. ଜିତେଶ ଶର୍ମା:- ଗତ କିଛି ମ୍ୟାଚ ହେବ ଜିତେଶ ଶର୍ମାଙ୍କୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ସୁଯୋଗ ଦିଆଯାଉଛି। କିନ୍ତୁ, ଚଳିତ ଆଇପିଏଲରେ ପଞ୍ଜାବ କିଂଗ୍ସ ପକ୍ଷରୁ ଖେଳୁଥିବା ଜିତେଶଙ୍କ ପ୍ରଦର୍ଶନ ଭଲ ରହିନାହିଁ। ସେହିପରି ଋଷବ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଏବଂ ସଞ୍ଜୁ ସାମସନଙ୍କ ଚମତ୍କାର ଫର୍ମ ହେତୁ ଜିତେଶ ବିଶ୍ୱକପ ଦଳରୁ ଏକ ପ୍ରକାର ବଡ଼ ପଡିବ ନିଶ୍ଚିତ ଅଟେ।

Shreyas

୪. ଶ୍ରେୟାସ ଆୟର:- ଏହି ବ୍ୟାଟରଙ୍କୁ ଭାରତୀୟ ଦଳରେ ଲଗାତାର ସୁଯୋଗ ମିଳିଛି। କେକେଆର ଦଳର ଏହି ଅଧିନାୟକଙ୍କର ପ୍ରଦର୍ଶନ ଚଳିତ ଆଇପିଏଲରେ ଭଲ ରହିନାହିଁ। ଅନ୍ୟପକ୍ଷରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ନିଜ ପୁରୁଣା ଫର୍ମକୁ ଫେରି ଆସିଲେଣି ତେଣୁ ବିଶ୍ୱକପ ପାଇଁ ଶ୍ରେୟାସଙ୍କ ନାମ ଆସିବା କଷ୍ଟକର ହେବ।

Ashwin

୫. ରବିଚନ୍ଦ୍ରନ ଅଶ୍ୱିନ:- ଭାରତର ଏହି ପୁରୁଖା ଖେଳାଳି ଚଳିତ ଆଇପିଏଲରେ ରାଜସ୍ଥାନ ରୟଲ୍ସ ପାଇଁ ଅଧିକ ୱିକେଟ ନେବାରେ ସଫଳ ହୋଇ ନାହାଁନ୍ତି। ତେଣୁ ତାଙ୍କର ସିଲେକ୍ସନ ମଧ୍ୟ ହୋଇ ନ ପାରେ।