IPL ଓ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଦଳରେ ନିୟମିତ ସ୍ଥାନ ପାଉନାହାଁନ୍ତି ଏହି ଖେଳାଳି! ନାମ ଜାଣି ହେବେ ଆଶ୍ଚର୍ଯ୍ୟ….

  1. Home
  2. Cric Special

IPL ଓ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଦଳରେ ନିୟମିତ ସ୍ଥାନ ପାଉନାହାଁନ୍ତି ଏହି ଖେଳାଳି! ନାମ ଜାଣି ହେବେ ଆଶ୍ଚର୍ଯ୍ୟ….


ଆନ୍ତର୍ଜାତୀୟ କ୍ରିକେଟର ତଥା ଘରୋଇ କ୍ରିକେଟରଙ୍କ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏକ ବଡ଼ ସୁଯୋଗ ଅଟେ। ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଏବଂ ଜାତୀୟ ଦଳରେ ନିଜର ସ୍ଥାନ ସୃଷ୍ଟି କରିବା ପାଇଁ ଏହା ଏକ ବଡ଼ ପ୍ଲାଟଫର୍ମ ଅଟେ। ବୁମ୍ରା, ପନ୍ତ, ହାର୍ଦ୍ଦିକ, ଇଶାନ, ଜୟସୱାଲ, ରିଙ୍କୁଙ୍କ ଭଳି ଅନେକ ଖେଳାଳି ଆଇପିଏଲ ଆଧାରରେ ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି। 

Sanju

କିନ୍ତୁ ଏପରି ଜଣେ କ୍ରିକେଟର ମଧ୍ୟ ଅଛନ୍ତି।  ଯିଏ ଦୀର୍ଘ ଦିନ ଧରି ଆଇପିଏଲ୍ ଖେଳୁଛନ୍ତି। ତାଙ୍କର ପ୍ରତିଭା ଏବଂ ଦକ୍ଷତା ସହିତ ସେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରୁଛନ୍ତି। ଏହା ସତ୍ତ୍ୱେ ସେ ଏପର୍ଯ୍ୟନ୍ତ ଜାତୀୟ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିପାରି ନାହାଁନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳୀ ବିଷୟରେ…

ଆମେ କହୁଥିବା ଖେଳାଳିଙ୍କ ନାମ ହେଉଛି ସଞ୍ଜୁ ସାମସନ୍। ୨୯ ବର୍ଷୀୟ ସଞ୍ଜୁ ସାମସନ୍ ୨୦୧୩ ରେ ମାତ୍ର ୧୮ ବର୍ଷ ବୟସରେ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ସଞ୍ଜୁଙ୍କ ବ୍ୟାଟିଂ ଶୈଳୀ, ତାଙ୍କର ସଟ୍ ଦେଖି ସେ ପ୍ରଥମ ସିଜିନରୁ ଭାରତୀୟ ଦଳର ପରବର୍ତ୍ତୀ ତାରକା ଭାବରେ ବିବେଚିତ ହୋଇଥିଲେ। କିନ୍ତୁ ବର୍ଷକୁ ବର୍ଷ ଏହି ଖେଳାଳିଙ୍କ ଆଇପିଏଲ୍ କ୍ୟାରିୟର ବଦଳିବାକୁ ଲାଗିଥିଲା, ଅନ୍ୟପକ୍ଷରେ ତାଙ୍କୁ ଜାତୀୟ ଦଳରୁ ସର୍ବଦା ଅଣଦେଖା କରାଯାଉଥିଲା।

Sanju

ପରିସ୍ଥିତି ଏପରି ଯେ ଲଗାତାର ୧୧ ବର୍ଷ ଧରି ଆଇପିଏଲ୍ ଖେଳୁଥିବା ଏହି ଖେଳାଳି ଏହି ଲିଗରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ହୋଇପାରିଛନ୍ତି କିନ୍ତୁ ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ସାମସନଙ୍କ ପରେ ଆସିଥିବା ପନ୍ତ, କିଶାନ, ହାର୍ଦ୍ଦିକ, ଗିଲ, ବୁମ୍ରା ଆଜି ଟିମ୍ ଇଣ୍ଡିଆର ବଡ ତାରକା କିନ୍ତୁ ସାମସନ୍ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ ଖେଳିବାକୁ ସକ୍ଷମ ହୋଇ ନାହାଁନ୍ତି। ଯଦି ବିସିସିଆଇ ବର୍ତ୍ତମାନର କୌଣସି ଖେଳାଳିଙ୍କ ସହ ଅତ୍ୟଧିକ ପାତରଅନ୍ତର କରିଛି, ତେବେ ସବୁଠାରୁ ବଡ ଉଦାହରଣ ହେଉଛି ସାମସନ୍। ୨୦୧୩ ରୁ ୨୦୨୪ ମଧ୍ୟର ପ୍ରଥମ ୪ ମ୍ୟାଚ୍ ପର୍ଯ୍ୟନ୍ତ, ଏହି ଖେଳାଳି ଆଇପିଏଲରେ ୧୫୬ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ୨୯.୯୦ ଆଭରେଜ୍ ସହିତ ସେ ୪,୦୬୬ ରନ୍ ସଂଗ୍ରହ କରିଛନ୍ତି।

ଏହି ଅବଧିରେ ସେ ୨୨ ଅର୍ଦ୍ଧ ଶତକ ଏବଂ ୩ ଶତକ ହାସଲ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରୋହିତ ଶର୍ମାଙ୍କ ଆଇପିଏଲରେ ମାତ୍ର ଗୋଟିଏ ଶତକ ରହିଥିବାବେଳେ ସାମସନଙ୍କ ପାଖରେ ତିନୋଟି ରହିଛି। ଏହା ସତ୍ତ୍ୱେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ସଞ୍ଜୁ ସାମସନଙ୍କ ପ୍ରତି ଧ୍ୟାନ ଦେଉନାହାଁନ୍ତି। ୨୦୧୫ରେ ଟି-୨୦ ସହିତ ଆନ୍ତର୍ଜାତୀୟ କ୍ୟାରିଅର୍ ଆରମ୍ଭ କରିଥିବା ସଞ୍ଜୁ ସାମସନ୍ ଗତ ୯ ବର୍ଷରେ କେବଳ ୧୬ ଟି ODI ଏବଂ ୨୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି।  ODI ରେ ସେ ୫୬.୬୭ ଆଭରେଜ୍ ସହିତ ୫୧୦ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ରହିଛି।

Sanju

ସେହିପରି ଭାବରେ ଟି-୨୦ ରେ ସେ ଗୋଟିଏ ଅର୍ଦ୍ଧଶତକ ହାସଲ କରି ୩୭୪ ରନ୍ ସ୍କୋର କରିଛନ୍ତି। ସେ କୌଣସି ଆଇସିସି କିମ୍ବା ଏସିସି ଟୁର୍ନାମେଣ୍ଟ ପାଇଁ ମନୋନୀତ ହୋଇନାହାଁନ୍ତି।  ପନ୍ତଙ୍କ ଆଘାତ ସତ୍ତ୍ୱେ କେ.ଏସ୍ ଭରତ ଫ୍ଲପ୍ ହେବା ସତ୍ତ୍ୱେ ଟେଷ୍ଟ ଦଳରେ ସାମସନଙ୍କୁ ଡେବ୍ୟୁ କରିବାର ସୁଯୋଗ ଦିଆଯାଇନଥିଲା। ପ୍ରତିଭା ଏବଂ ପ୍ରଦର୍ଶନ ସତ୍ତ୍ୱେ ସେ ଜଣେ ଆଇପିଏଲ ପ୍ଲେୟାର ହୋଇ ନ ରହିଯାଆନ୍ତୁ ତାହା ସମସ୍ତେ ଆଶା କରିବେ ନିଶ୍ଚିତ।