ଏହି 3 ଜଣ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗ ମିଳିବାର ନଥିଲା, କିନ୍ତୁ ଭାରତୀୟ ଦଳରେ ମିଳିଲା ସ୍ଥାନ !

  1. Home
  2. Cric Special

ଏହି 3 ଜଣ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗ ମିଳିବାର ନଥିଲା, କିନ୍ତୁ ଭାରତୀୟ ଦଳରେ ମିଳିଲା ସ୍ଥାନ !

କ୍ରିକେଟ୍ ଖବର : ଚଳିତ ଆଇସିସି ଟି-୨୦ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଆସନ୍ତା ୧୪ ନଭେମ୍ବରରେ ଖେଳାଯିବ ଏବଂ ତା’ପରେ ତିନି ଦିନ ପରେ ଅର୍ଥାତ୍ ୧୭ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳ ଭାରତ ଗ୍ରସ୍ତରେ ଆସିବେ। ଆଉ ଗ୍ରସ୍ତ ସମୟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ …


ଏହି 3 ଜଣ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗ ମିଳିବାର ନଥିଲା, କିନ୍ତୁ ଭାରତୀୟ ଦଳରେ ମିଳିଲା ସ୍ଥାନ !

କ୍ରିକେଟ୍ ଖବର : ଚଳିତ ଆଇସିସି ଟି-୨୦ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଆସନ୍ତା ୧୪ ନଭେମ୍ବରରେ ଖେଳାଯିବ ଏବଂ ତା’ପରେ ତିନି ଦିନ ପରେ ଅର୍ଥାତ୍ ୧୭ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳ ଭାରତ ଗ୍ରସ୍ତରେ ଆସିବେ। ଆଉ ଗ୍ରସ୍ତ ସମୟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଆଉ ତିନୋଟି ଟି-୨୦ ମ୍ୟାଚରେ ରୋହିତ ଶର୍ମା ଅଧିନାୟକ ହେବେ। ସେହିଭଳି ବାକି ଦୁଇଟି ଟେଷ୍ଟ ମ୍ୟାଚ୍ ରେ ବିରାଟ କୋହଲି ଓ ଅଜିଙ୍କେ ରାହାଣେ ଅଧିନାୟକ ହେବେ।

ଏହି 3 ଜଣ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗ ମିଳିବାର ନଥିଲା, କିନ୍ତୁ ଭାରତୀୟ ଦଳରେ ମିଳିଲା ସ୍ଥାନ !

ତେବେ ରୋହିତ ଅଧିନାୟକ ହେବା ଖବର ଦୀର୍ଘ ସମୟ ଧରି ଦାବି କରାଯାଉଥିଲା ଏବଂ ବର୍ତ୍ତମାନ ଏହା ପୂରଣ ହୋଇଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ଭ୍ରମଣରେ କିଛି ବରିଷ୍ଠ ଖେଳାଳି (ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା) ବିଶ୍ରାମ ନେଇଛନ୍ତି। କିନ୍ତୁ, ତଥାପି ଏହିପରି କିଛି ନୂତନ ଖେଳାଳିଙ୍କୁ ଏକ ସୁଯୋଗ ଦିଆଯାଇଛି, ଯାହାର ଚୟନ ହେବାର ନଥିଲା। କିନ୍ତୁ ଏହି ଖେଳାଳିମାନେ ରୋହିତଙ୍କ ବିଶ୍ବସ୍ତ ହୋଇଥିବାରୁ ସେମାନଙ୍କୁ ଦଳରେ ସାମିଲ କରାଯାଇଛି।

୧) ଭୁବନେଶ୍ୱର କୁମାର୍ :

ଏହି 3 ଜଣ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗ ମିଳିବାର ନଥିଲା, କିନ୍ତୁ ଭାରତୀୟ ଦଳରେ ମିଳିଲା ସ୍ଥାନ !

ଟିମ୍ ଇଣ୍ଡିଆର ସ୍ୱିଙ୍ଗ ବୋଲରର ରାଜା କୁହାଯାଉଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ପ୍ରଥମେ ଟି-୨୦ ବିଶ୍ୱକପରେ ସ୍ଥାନ ଦିଆଯାଇଥିଲା ଏବଂ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ମନୋନୀତ ହୋଇଛନ୍ତି। ଯଦିଓ ଭାରତର ଏହି ଶ୍ରେଷ୍ଠ ସ୍ୱିଙ୍ଗ୍ ବୋଲର ବର୍ତ୍ତମାନ ଆଶାଅନୁରୂପ ପ୍ରଦର୍ଶନ କରିପାରୁନାହାନ୍ତି, ତଥାପି ରୋହିତ ଓ ଦଳ ଚୟନକର୍ତ୍ତାମାନେ ଭୁବନେଶ୍ୱରଙ୍କ ଉପରେ ବିଶ୍ଵାସ ରଖିଛନ୍ତି ଯେ, ସେ ନିଜ ପୁରୁଣା ଫର୍ମକୁ ଫେରିବେ।

୨) ଅକ୍ସର ପଟେଲ :

ଏହି 3 ଜଣ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗ ମିଳିବାର ନଥିଲା, କିନ୍ତୁ ଭାରତୀୟ ଦଳରେ ମିଳିଲା ସ୍ଥାନ !

ଭାରତୀୟ କ୍ରିକେଟରେ ଟେଷ୍ଟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ସ୍ପିନ୍‌ ବୋଲର ଅକ୍ସର ପଟେଲ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ମନୋନୀତ ହୋଇଛନ୍ତି। ବୋଧହୁଏ ତାଙ୍କ ଟେଷ୍ଟ ମ୍ୟାଚ୍‌ର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ, ତାଙ୍କର ଚୟନ ମଧ୍ୟ ଶେଷ ମୁହୂର୍ତ୍ତରେ ହୋଇଛି। ସୂଚନାଯୋଗ୍ୟ ଯେ, ଅକ୍ସରଙ୍କୁ ଟି-୨୦ ବିଶ୍ୱକପରେ ମଧ୍ୟ ଚୟନ କରାଯାଇ ନାହିଁ, ଯାହା ତାଙ୍କର ପ୍ରଦର୍ଶନ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଛି। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ବିଷୟରେ କହିବାକୁ ଗଲେ ପଟେଲ ୧୨ ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୬.୮୮ ସହିତ ମାତ୍ର ୯ ୱିକେଟ୍ ନେଇଛନ୍ତି।

୩) ମହମ୍ମଦ ସିରାଜ :

ଏହି 3 ଜଣ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗ ମିଳିବାର ନଥିଲା, କିନ୍ତୁ ଭାରତୀୟ ଦଳରେ ମିଳିଲା ସ୍ଥାନ !

ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଥିବା ମହମ୍ମଦ ସିରାଜ ୯ ଟି ଟେଷ୍ଟ ମ୍ୟାଚରେ ୩୦ ୱିକେଟ୍ ନେଇଛନ୍ତି। କିନ୍ତୁ, ସୀମିତ ଓଭରରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇନାହିଁ। ବୋଧହୁଏ ଏହି କାରଣରୁ ସେ ଟି-୨୦ ବିଶ୍ୱକପ ପାଇଁ ମନୋନୀତ ହୋଇନଥିଲେ। ଉଲ୍ଲେଖଥାଉ କି, ମହମ୍ମଦ ସିରାଜ ନିଜ କ୍ୟାରିୟରରେ ମୋଟ ୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ଏବଂ ମାତ୍ର ୩ ୱିକେଟ୍ ନେଇଛନ୍ତି। ଏହି ସମୟରେ ତାଙ୍କର ବୋଲିଂ ଇକୋନୋମି ୧୨.୩୩ ରହିଛି। ଏଭଳି ପରିସ୍ଥିତିରେ ସିରାଜଙ୍କ ପ୍ରଦର୍ଶନ ବିଶେଷ କିଛି ପ୍ରଭାବଶାଳୀ ହୋଇନାହିଁ । ଏହାକୁ ଦୃଷ୍ଟିରେ ରଖି କିୱି ଦଳ ବିପକ୍ଷରେ ମହମ୍ମଦଙ୍କୁ ଚୟନ କରିବା କ୍ରିକେଟପ୍ରେମୀଙ୍କୁ ଦ୍ଵନ୍ଦରେ ପକାଇଛି।