ଚଳିତ ବର୍ଷ ହେବାକୁ ଯାଉଥିବା ଚମ୍ପିଆନ୍ସ ଟ୍ରଫି ୨୦୨୫ର ଟିକେଟ୍ ବିକ୍ରି ଆଜି ଠାରୁ ହେଲା ଆରମ୍ଭ, ଏତିକି ରହିଛି ଦାମ୍…
ଚମ୍ପିଆନ୍ସ ଟ୍ରଫି ୨୦୨୫: ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ବଡ଼ ଅପପେଟ୍ । ଆଜି (ଜାନୁଆରୀ ୨୮ ତାରିଖ)ରୁ ଚମ୍ପିଆନ୍ସ ଟ୍ରଫି ଲାଗି ଟିକେଟ୍ ବିକ୍ରି ଆରମ୍ଭ ହେବ ବୋଲି ଆଇସିସି ପକ୍ଷରୁ ମିଳିଲା ସୂଚନା । ଏହି ମ୍ୟାଚ ପାକିସ୍ତାନ ଏବଂ ଦୁବାଇରେ ଆୟୋଜନ କରାଯାଇଛି । ତେବେ ଏହା ମାର୍ଚ୍ଚ ୯ ତାରିଖ ଯାଏଁ ଚାଲିବ ।
ମଙ୍ଗଳବାର ଦିନ ଅପରାହ୍ନ ୨ଟା ୩୦ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ । ଚମ୍ପିଆନ୍ସ ଟ୍ରଫିର ଜେନେରାଲ୍ ଟିକେଟ୍ ଦାମ୍ ୧୦୦୦ ପାକିସ୍ତାନୀ ମୁଦ୍ରାରୁ ଆରମ୍ଭ ହେବ । ଏହାବ୍ୟତୀତ ପ୍ରିମିୟମ୍ ଟିକେଟ୍ର ଦାମ୍ ପାକିସ୍ତାନୀ ମୁଦ୍ରା ୧୫୦୦ ଟଙ୍କାରୁ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଛି । ଟିକେଟ୍ ବିକ୍ରି ପାଇଁ ଅଫଲାଇନ୍ ଏବଂ ଅନ୍ଲାଇନ୍ର ବ୍ୟବସ୍ଥା କରାଯାଇଛି । ଅଫଲାଇନ୍ରେ ଟିକେଟ୍ ବିକ୍ରି ପାଇଁ ପାକିସ୍ତାନରେ ୧୦୦ଟି ଆଉଟ୍ଲେଟ୍ର ବ୍ୟବସ୍ଥା କରାଯାଇଛି । କେବଳ ଲିଗ୍ ଓ ସେମି ମୁକାବିଲା ପାଇଁ ଟିକେଟ୍ ବିକ୍ରି କରାଯିବ ।
ଫାଇନାଲ ମ୍ୟାଚ୍ ପାଇଁ ପରବର୍ତ୍ତୀ ସମୟରେ ଟିକେଟ୍ ବିକ୍ରି କରାଯିବ ବୋଲି ସୂଚନା ମିଳିଛି । ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଦୁବାଇ/ଲାହୋରରେ ଖେଳାଯିବ। ତେବେ ଆପଣଙ୍କୁ ଖୀ ରଖୁଛୁ ଯେ, ବର୍ତ୍ତମାନ ଯାଏଁ ୮ ଥର ଚମ୍ପିଆନ୍ସ ଟ୍ରଫି ଖେଳାଯାଇଛି ।
୧୯୯୮ରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ୧୯୯୮ରେ ଖେଳାଯାଇଥିଲା, ଯେଉଁଥିରେ ବାଜି ମାରିଥିଲା ଦକ୍ଷିଣ ଆଫ୍ରିକା । ଏହାପରେ ୨ୟ ଟୁର୍ଣ୍ଣାମେଣ୍ଟ ଜିତିଥିଲା ନିଜ୍ୟୁଲାଣ୍ଡ, ୩ୟ ଟୁର୍ଣ୍ଣାମେଣ୍ଟ ରେ ଭାରତ ଏବଂ ଶ୍ରୀଲଙ୍କାକୁ ଯୌଥ ବିଜୟ ଭାବେ ଘୋଷଣା କରାଯାଇଥିଲା । ୪ର୍ଥ ଟୁର୍ଣ୍ଣାମେଣ୍ଟ ରେ ବିଜୟୀ ହୋଇଥିଲା ଓ୍ୱେଷ୍ଟଇଣ୍ଡିଜ୍, ୫ମ ଏବଂ ୬ଷ୍ଠ ଟୁର୍ଣ୍ଣାମେଣ୍ଟ ରେ ଜିତିଥିଲା ଅଷ୍ଟ୍ରେଲିଆ, ୭ମ ଟୁର୍ଣ୍ଣାମେଣ୍ଟ ରେ ଜିତିଥିଲା ଭାରତ, ୮ମ ଟୁର୍ଣ୍ଣାମେଣ୍ଟ ରେ ବିଜୟୀ ହୋଇଥିଲା ପାକିସ୍ତାନ ।