ପୁରୁଷ କ୍ରିକେଟ ଟିମ୍ ବି କରି ନ ଥିବେ ଏଭଳି ରେକର୍ଡ, ଯାହା ମହିଳା ଟିମ କରିଦେଲେ...
କ୍ରିକେଟ ନ୍ୟୁଜ: ଭାରତ ଓ ଆୟର୍ଲାଣ୍ଡ ମଧ୍ଯରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ବିଶାଳ ୪୩୬ ରନ କରି ଇତିହାସ ରଚିଛି.। ଟିମ୍ ଇଣ୍ଡିଆ ପକ୍ଷରୁ ସ୍ମୃତି ମନ୍ଧନା ଓ ପ୍ରତିକା ରାୱଲ ବିସ୍ପୋରକ ଶତକ ହାସଲ କରିଛନ୍ତି । ମହିଳା କ୍ରିକେଟ ଇତିହାସରେ ଭାରତୀୟ ଦଳ ଚତୁର୍ଥ ସର୍ବାଧିକ ଦଳଗତ ସ୍କୋର କରିଛି ।
ଭାରତ ରାଜକୋଟ ଦିନିକିଆରେ ଟସ ଜିତି ପ୍ରଥମେ ବ୍ଯାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଟିମ୍ ଇଣ୍ଡିଆ ପକ୍ଷରୁ ସ୍ମୃତି ମନ୍ଧନା ଓ ପ୍ରତିକା ରାୱଲ ଓପନିଂ କରିବାକୁ ଆସିଥିଲେ। ଉଭୟେ ମିଶି ବିଶାଳ ୨୩୩ ରନର ଭାଗିଦାରୀ କରିଥିଲେ ।
ପ୍ରତିକା ରାୱଲ ମୋଟ ୧୫୪ ରନର ବିଶାଳ ପାରି ଖେଳି ଆୟର୍ଲାଣ୍ଡ ଦଳର ହୋଶ୍ ଉଡାଇ ଦେଇଥିଲେ । ତାଙ୍କ ସହ ଋଚା ଘୋଷ ମଧ୍ଯ ଧୂଆଁଧାର ପାଳି ଖେଳିଥିଲେ । ଫଳରେ ଭାରତୀୟ ମହିଳା ଦଳ ଏତେ ବଡ ବିଶାଳ ସ୍କୋର କରି ପାରିଥିଲା ।
ସୁନ୍ଦରୀ ସ୍ମୃତି ମଧ୍ୟ ୮୦ ବଲର ସାମ୍ନା କରି ୧୩୫ ରନର ପାରି ଖେଳିଥିଲେ । ଯେଉଁଥିରେ ୧୨ ଟି ଚୌକା ଓ ୭ ଛକା ମାରିଥିଲେ। ସେହିଭଳି ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରତିକା ମଧ୍ଯ ସାରା ବିଶ୍ୱକୁ ନିଜ ବ୍ଯାଟରେ ଚମକାଇ ଦେଇଥିଲେ । ସେ ମୋଟ ୧୨୯ ବଲରେ ୧୫୪ ରନର ଧୂଆଁଧାର ପାଳି ଖେଳିଥିଲେ । ଯେଉଁଥିରେ ୨୦ ଚୌକା ଓ ଗୋଟିଏ ଛକା ସାମିଲ ରହିଛି ।
ଟିମ୍ ଇଣ୍ଡିଆ ୧୨ ଜାନୁଆରୀରେ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆରେ ସର୍ବାଧିକ ଦଳଗତ ସ୍କୋର ୩୭୦ ରନ କରିଥିଲା । କିନ୍ତୁ ଏହାର ୭୨ ଘଣ୍ଟା ମଧ୍ଯରେ ମହିଳା ଦଳ ନିଜର ଏହି ସର୍ବାଧିକ ବ୍ଯକ୍ତିଗତ ସ୍କୋର ୪୩୬ ରନ କରିଥିଲା ।