୨୦୨୧ ମସିହାରେ ODI ରେ ସବୁଠାରୁ ଅଧିକ ରନ୍ କରିଥିବା ୫ ଜଣ ବ୍ୟାଟ୍ସମ୍ୟାନ୍, କୋହଲି ଏବଂ ରୋହିତ ଲିଷ୍ଟ ରୁ ବାହାର

  1. Home
  2. Cric Special

୨୦୨୧ ମସିହାରେ ODI ରେ ସବୁଠାରୁ ଅଧିକ ରନ୍ କରିଥିବା ୫ ଜଣ ବ୍ୟାଟ୍ସମ୍ୟାନ୍, କୋହଲି ଏବଂ ରୋହିତ ଲିଷ୍ଟ ରୁ ବାହାର


କ୍ରିକେଟ୍ ଖବର : ୨୦୨୧ ବର୍ଷରେ କେତେକ ଖେଳାଳି ନିଜର ଖେଳରେ ଉନ୍ନତି ଆଣିଛନ୍ତି। କୌଣସି ବ୍ୟାଟ୍ସମ୍ୟାନ୍ ସର୍ବାଧିକ ରନ୍ ସ୍କୋର କରି ଚର୍ଚ୍ଚାରେ ରହିଥିବା ବେଳେ, ଆଉ କେହି ବୋଲର ଗୋଟିଏ ମ୍ୟାଚରେ ୧୦ ଟି ଯାକ ଓ୍ବିକେଟ୍ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତେବେ ୨୦୨୧ ବର୍ଷରେ ଟେଷ୍ଟ ସିରିଜ୍ ଏବଂ ଟି-୨୦ କ୍ରିକେଟ୍ ନିଶ୍ଚିତ ଭାବରେ ଅଧିକ ଖେଳାଯାଇଥିଲା। କିନ୍ତୁ ଦିନିକିଆ ସିରିଜ୍ ଅଧିକ ଖେଳାଯାଇନାହିଁ। ଆଜି, ଏହି ବିଶେଷ ଆର୍ଟିକିଲରେ, ଆମେ ଏଭଳି ଟପ୍ – ୫ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଦିନିକିଆ କ୍ରିକେଟ୍ ରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ତେବେ ଆସନ୍ତୁ ଥରେ ଏହି ରିପୋର୍ଟ ଉପରେ ନଜର ପକାଇବା….

୧) ପଲ୍ ଷ୍ଟିରଲିଂ :

୨୦୨୧ ମସିହାରେ ଦିନିକିଆରେ ସବୁଠାରୁ ଅଧିକ ରନ୍ କରିଥିବା ୫ ଜଣ ବ୍ୟାଟ୍ସମ୍ୟାନ୍, କୋହଲି ଏବଂ ରୋହିତ ଲିଷ୍ଟ ରୁ ବାହାର

ଆମ ତାଲିକାର ପ୍ରଥମ ନାଁ ହେଉଛି ଆୟର୍ଲାଣ୍ଡର ଓପନର୍ ବ୍ୟାଟ୍ସମ୍ୟାନ୍ ପଲ୍ ଷ୍ଟିରଲିଙ୍ଗଙ୍କ ନାମ। ସେ ୨୦୨୧ ମସିହାରେ ୫୦ ଓଭର ଫର୍ମାଟ୍ ଵାଲା ମ୍ୟାଚ୍ ଖେଳିବାବେଳେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଚଳିତ ବର୍ଷ (୨୦୨୧) ସେ ମୋଟ ୧୪ ଟି ୫୦ ଓଭର ମ୍ୟାଚ୍ ଖେଳିଥିଲେ। ଯେଉଁଥିରେ ସେ ୫୪.୨୩ ର ହାରରେ ବ୍ୟାଟିଂ କରିଛନ୍ତି। ଆଉ ମୋଟ ୭୦୫ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ସେ ୩ଟି ଶତକ ଓ ଦୁଇଟି ଅର୍ଦ୍ଧ ଶତକ ମାରିଛନ୍ତି। ଚଳିତ ବର୍ଷ ଏହି ଫର୍ମାଟରେ ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୧୩୧ ରନ୍ (ନଟ୍ ଆଉଟ)। ଏଥିସହିତ ତାଙ୍କ ବ୍ୟାଟିଂ ଷ୍ଟ୍ରାଇକ ରେଟ୍ ପାଖାପାଖି ୭୯.୬୬ ରହିଥିଲା।

୨) ଜାନେମାନ ମଲାନ :

୨୦୨୧ ମସିହାରେ ଦିନିକିଆରେ ସବୁଠାରୁ ଅଧିକ ରନ୍ କରିଥିବା ୫ ଜଣ ବ୍ୟାଟ୍ସମ୍ୟାନ୍, କୋହଲି ଏବଂ ରୋହିତ ଲିଷ୍ଟ ରୁ ବାହାର

ଆମ ତାଲିକାର ଦ୍ଵିତୀୟ ନାମ ହେଉଛି ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ୍ ଜାନେମାନ ମଲାନ। ଯିଏକି ଚଳିତ ବର୍ଷ ODI ଫର୍ମାଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ୨୦୨୧ ମସିହାରେ, ସେ ହାରାହାରି ୮୪.୩୩ ହାରରେ ବ୍ୟାଟିଂ କରିଛନ୍ତି। ଆଉ ୮ ଟି ମ୍ୟାଚରେ ସେ ୫୦୯ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ମାଲାନଙ୍କ ବ୍ୟାଟରୁ ମୋଟ ୨ ଟି ଶତକ ଏବଂ ୨ ଟି ଅର୍ଦ୍ଧଶତକ ବାହାରିଛି। ଚଳିତ ବର୍ଷ ଦିନିକିଆରେ ତାଙ୍କର ସର୍ବୋତ୍ତମ ସ୍କୋର ୧୭୭ ରହିଛି। ଏଥିସହିତ ମଲାନଙ୍କ ବ୍ୟାଟିଂ ଷ୍ଟ୍ରାଇକ ହାର ୯୨.୦୪ ରହିଥିଲା।

୩) ତମିମ ଇକବାଲ :

୨୦୨୧ ମସିହାରେ ଦିନିକିଆରେ ସବୁଠାରୁ ଅଧିକ ରନ୍ କରିଥିବା ୫ ଜଣ ବ୍ୟାଟ୍ସମ୍ୟାନ୍, କୋହଲି ଏବଂ ରୋହିତ ଲିଷ୍ଟ ରୁ ବାହାର

ଏହି ତାଲିକାର ତୃତୀୟ ନାମ ହେଉଛି ବାଂଲାଦେଶ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ତମିମ ଇକବାଲ। ସେ ୨୦୨୧ ମସିହାରେ ଦିନିକିଆ ମ୍ୟାଚରେ ତୃତୀୟ ଖେଳାଳି ଭାବରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ସେ ମୋଟ୍ ୪୬୪ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟ୍ ରୁ ସେ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କର ବ୍ୟାଟିଂ ଷ୍ଟ୍ରାଇକ୍ ରେଟ୍ ହେଉଛି ୭୭.୩୩। ଏଥିସହିତ ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୧୧୨ ରନ୍।

୪) ହ୍ୟାରି ଟେକ୍ଟର୍ :

୨୦୨୧ ମସିହାରେ ଦିନିକିଆରେ ସବୁଠାରୁ ଅଧିକ ରନ୍ କରିଥିବା ୫ ଜଣ ବ୍ୟାଟ୍ସମ୍ୟାନ୍, କୋହଲି ଏବଂ ରୋହିତ ଲିଷ୍ଟ ରୁ ବାହାର

ଏହି ତାଲିକାର ଚତୁର୍ଥ ନାମ ହେଉଛି ଆୟର୍ଲାଣ୍ଡର ବ୍ୟାଟ୍ସମ୍ୟାନ୍ ହ୍ୟାରି ଟେକ୍ଟରଙ୍କର। ସେ ୨୦୨୧ ମସିହାରେ ଦିନିକିଆ ଫର୍ମାଟରେ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ସେ ମୋଟ ୧୨ ଟି ମ୍ୟାଚରେ ଆୟର୍ଲାଣ୍ଡ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ଏହାର ଫାଇଦା ଉଠାଇ ସେ ମୋଟ୍ ୪୫୪ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ବ୍ୟାଟରୁ ୪ ଶତକ ହାସଲ ବାଜିଛି। ତାଙ୍କର ବ୍ୟାଟିଂ ଷ୍ଟ୍ରାଇକ୍ ହାର ୭୫.୬୬ ରହିଥିଲା।

୫) ଆଣ୍ଡ୍ରିୟୁ ବାଲବର୍ନି :

୨୦୨୧ ମସିହାରେ ଦିନିକିଆରେ ସବୁଠାରୁ ଅଧିକ ରନ୍ କରିଥିବା ୫ ଜଣ ବ୍ୟାଟ୍ସମ୍ୟାନ୍, କୋହଲି ଏବଂ ରୋହିତ ଲିଷ୍ଟ ରୁ ବାହାର

ଏହି ତାଲିକାରେ ପଞ୍ଚମ ବ୍ୟାଟ୍ସମ୍ୟାନଙ୍କ ନାମ ମଧ୍ୟ ଆୟରଲାଣ୍ଡରୁ ଆସିଛି। ଆୟରଲାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆଣ୍ଡ୍ର୍ୟୁ ବାଲବର୍ନି ଏହି ଫର୍ମାଟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହିତ ୨୦୨୧ ମସିହାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଚଳିତ ବର୍ଷ ମୋଟ୍ ୧୪ ଟି ମ୍ୟାଚରେ ୪୨୧ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ସେ ଗୋଟିଏ ଶତକ ଏବଂ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କର ଶ୍ରେଷ୍ଠ ସ୍କୋର ହେଉଛି ୧୦୨ ରନ୍।