ଧୋନି, ସଚିନ ଙ୍କୁ ପଛରେ ପକାଇ ଡବଲ ରେକର୍ଡ କଲେ ରୋହିତ ଶର୍ମା...
ରୋହିତଙ୍କ ଡବଲ ରେକର୍ଡ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୁରୁବାର (ଫେବ୍ରୁଆରୀ ୨୦) ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗ୍ରୁପ୍ A ମ୍ୟାଚ୍ରେ ବାଂଲାଦେଶ ବିପକ୍ଷରେ ବାଉଣ୍ଡ୍ରି ମାରି ଏକ ସକାରାତ୍ମକ ଭାବରେ ତାଙ୍କର ଚାମ୍ପିଅନ୍ସ ଟ୍ରଫି ୨୦୨୫ ଅଭିଯାନ ଆରମ୍ଭ କରିଥିଲେ।
ଦିନିକିଆ ଫର୍ମାଟ୍ରେ ଦ୍ରୁତ ୧୧ ହଜାର ରନ୍ ପୂରା କରିବାରେ ବିଶ୍ୱର ଦ୍ୱିତୀୟ ବ୍ୟାଟର ହେଲେ ରୋହିତ ଶର୍ମା। ରୋହିତ ଦିନିକିଆ ଫର୍ମାଟ୍ରେ ୨୬୧ ଟି ଇନିଂସ ଖେଳି ୧୧ ହଜାର ରନ୍ ପୂରା କରିଛନ୍ତି।
ରୋହିତଙ୍କ ଏହି ସଫଳତାରେ କ୍ରିକେଟ୍ ଗଡ୍ ସଚିନ ତେନ୍ଦୁଲକର ବି ପଛରେ ପଡ଼ି ଯାଇଛନ୍ତି। ସଚିନ ୨୭୬ ଇନିଂସ ଖେଳି ଏହି ଟାର୍ଗେଟ୍ ହାସଲ କରିଥିଲେ। ସେ ୫୦ ଓଭର କ୍ରିକେଟ୍ରେ ଏତେ ରନ୍ ସ୍କୋର କରିବାରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲିଙ୍କ ପରେ ଚତୁର୍ଥ ଭାରତୀୟ ହୋଇ ଏକ ଏଲିଟ୍ କ୍ଲବ୍ରେ ସାମିଲ ହୋଇଥିଲେ।
ଚାରି ଜଣ କିମ୍ବଦନ୍ତୀ ଭାରତୀୟଙ୍କ ବ୍ୟତୀତ, ବିଶ୍ୱରେ କେବଳ ଛଅ ଜଣ ବ୍ୟାଟ୍ସମ୍ୟାନ୍ ୧୧୦୦୦ ଦିନିକିଆ ରନ୍ ଅତିକ୍ରମ କରିଛନ୍ତି ଏବଂ ସେମାନେ ହେଉଛନ୍ତି ରିକି ପଣ୍ଟିଂ, ଜ୍ୟାକ୍ କାଲିସ୍, କୁମାର ସାଙ୍ଗାକାରା, ସନଥ ଜୟସୁରିଆ, ଇଞ୍ଜମାମ୍-ଉଲ୍-ହକ୍ ଏବଂ ମାହେଲା ଜୟବର୍ଦ୍ଧନେ।
ରୋହିତ ଦିନିକିଆ ଫର୍ମାଟ୍ରେ ୧୧ ହଜାର ରନ ପୂରା କରିବାକୁ ଆମ ମାତ୍ର ୧୨ ରନ୍ର ଆବଶ୍ୟକ ରହିଥିଲା। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ମୁସ୍ତାଫିଜୁର ରହମାନ ବଲ୍ରେ ବାଉଣ୍ଡ୍ରି ମାରି ସେ ଏହି ସଫଳତା ହାସଲ କରିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ରୋହିତ ଶୁଭମନ ଗିଲ୍ଙ୍କ ସହିତ ଓପନିଂ କରିଥିଲେ। ପୁରୁଣା ଶୈଳୀରେ ଆକ୍ରାମକ ବ୍ୟାଟିଂ ରି ରୋହିତ ୩୬ ବଲ୍ରେ ୪୧ ରନ୍ କରି ଆଉଟ୍ ହୋଇଥିଲେ। ଆଜି ତାଙ୍କୁ ତସ୍କିନ୍ ଅହମଦ କ୍ୟାଚ୍ ଆଉଟ୍ କରିଥିଲେ।
ଏହି ମ୍ୟାଚ୍ରେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି କ୍ୟାପ୍ଟେନ ରୋହିତ। ଚାମ୍ପିୟନ ଟ୍ରଫି ୨୦୨୫ ଖେଳି ନିଜ କ୍ୟାରିୟରରେ ୧୫ତମ ଆଇସିସି ଲିମିଟେଡ୍ ଓଭର ଇଭେଣ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି ହିଟ୍ ମ୍ୟାନ୍। ଏପରି କରି ସେ ଭାରତ ପାଇଁ ସବୁଠୁ ଅଧିକ ଲିମିଟେଡ୍ ଓଭର ଆଇସିସି ଇଭେଣ୍ଟ ଖେଳିବାର ପ୍ରଥମ ଖେଳାଳି ହୋଇଛନ୍ତି। ୨୦୦୭ ରେ ନିଜର ଇଣ୍ଟରନ୍ୟାସନାଲ୍ କ୍ୟାରିୟର ଆରମ୍ଭ କରିଥିବା ରୋହିତ ରୋହିତ୍। ପ୍ରଥମ ମ୍ୟାଚ୍ ଆଇସିସି ଇଭେଣ୍ଟ ୨୦୦୭ ଟି-୨୦ ବିଶ୍ୱକପରେ ଖେଳିଥିଲେ।