ଦେଖନ୍ତୁ ଭିଡ଼ିଓ: ରୋହିତ କଲେ କୋହଲିଙ୍କ ନକଲ, ଭିଡ଼ିଓ ହେଲା ଭାଇରଲ, ଫ୍ୟାନ୍ସ ହସି ହସି ହେଲେ ପାଗଳ

  1. Home
  2. Cric Special

ଦେଖନ୍ତୁ ଭିଡ଼ିଓ: ରୋହିତ କଲେ କୋହଲିଙ୍କ ନକଲ, ଭିଡ଼ିଓ ହେଲା ଭାଇରଲ, ଫ୍ୟାନ୍ସ ହସି ହସି ହେଲେ ପାଗଳ


ଟିମ୍ ଇଣ୍ଡିଆର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ୧୪ ମାସ ପରେ ଟି-୨୦ ଫର୍ମାଟକୁ ଫେରିଛନ୍ତି। ଶେଷଥର ପାଇଁ ଉଭୟ ଖେଳାଳିଙ୍କୁ ଆଫଗାନିସ୍ତାନ ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିଥିଲା। ବିରାଟ-ରୋହିତ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପର ଏକ ଅଂଶ ରହିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।  

Rohit kohli

ଏହି ସମୟରେ କ୍ୟାପଟେନ ହିଟମ୍ୟାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ସେଲିବ୍ରେସନକୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି। ଉଭୟ ରୋହିତ ଶର୍ମା ଏବଂ ବିରାଟ କୋହଲି ସମାନ ଭାରତୀୟ ଦଳର ସଦସ୍ୟ ଅଟନ୍ତି। ଉଭୟ ଖେଳାଳି ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା।  

କିନ୍ତୁ, ବ୍ୟାଟିଂ ସହିତ ଉଭୟ ଖେଳାଳିଙ୍କ ପ୍ରକୃତି ମଧ୍ୟ ସମ୍ପୁର୍ଣ୍ଣ ଭିନ୍ନ ଅଟେ। ବିରାଟ ପଡ଼ିଆର ସବୁଠାରୁ ଆକ୍ରମଣାତ୍ମକ ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟତମ ଥିବାବେଳେ ହିଟମ୍ୟାନ୍ ବହୁତ ଶାନ୍ତ ପ୍ରକୃତିର ଅଟନ୍ତି। ଏହାରି ମଧ୍ୟରେ ବିସିସିଆଇର ପୁରସ୍କାର ବିତରଣ ଉତ୍ସବ ସହ ଜଡିତ ରୋହିତଙ୍କ ଏକ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି। 

Rohit

ଯେଉଁଥିରେ ସେ ବିରାଟଙ୍କ ୱିକେଟ୍ ସେଲିବ୍ରେସନକୁ ମଜାଳିଆ ଢଙ୍ଗରେ ଅନୁକରଣ କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ରୋହିତଙ୍କ ଏହି ମଜାଳିଆ ଶୈଳୀ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ପ୍ରଥମ ୨ ମ୍ୟାଚରେ ବିରାଟ କୋହଲି ଅନୁପସ୍ଥିତ ରହିବେ।

ବ୍ୟକ୍ତିଗତ କାରଣ ହେତୁ ବିରାଟ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି।  ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ତାଙ୍କ ମା ଅସୁସ୍ଥ ଅଛନ୍ତି। ଯେଉଁଥିପାଇଁ ସେ ଟିମ୍ ଇଣ୍ଡିଆ ସହିତ ନାହାଁନ୍ତି। କିନ୍ତୁ, କିଙ୍ଗ କୋହଲି ଶେଷ ୩ଟି ଟେଷ୍ଟରେ ଭାରତୀୟ ଦଳ ପାଇଁ ଉପଲବ୍ଧ ରହିବେ।