ଭିଡ଼ିଓ ଭାଇରାଲ ହେବାପରେ ଷ୍ଟାର ସ୍ପୋର୍ଟସ ଉପରେ ବର୍ଷିଲେ ରୋହିତ ଶର୍ମା! ସୋସିଆଲ ମିଡିଆ ମାଧ୍ୟମରେ ଜାହିର କରିଲେ ଅସନ୍ତୋଷ…..

  1. Home
  2. Cric Special

ଭିଡ଼ିଓ ଭାଇରାଲ ହେବାପରେ ଷ୍ଟାର ସ୍ପୋର୍ଟସ ଉପରେ ବର୍ଷିଲେ ରୋହିତ ଶର୍ମା! ସୋସିଆଲ ମିଡିଆ ମାଧ୍ୟମରେ ଜାହିର କରିଲେ ଅସନ୍ତୋଷ…..


ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ନିଜ ଆକ୍ରମଣାତ୍ମକ ଖେଳକୁ ନେଇ ସେ ଯେତିକି ଚର୍ଚ୍ଚାରେ ରହିଥାନ୍ତି ତାହାଠାରୁ ଅଧିକ ଜାତୀୟ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ତାଙ୍କୁ ଚର୍ଚ୍ଚାରେ ରଖିଥାନ୍ତି। ତେବେ, ଏହାକୁ ନେଇ ଏବେ କିନ୍ତୁ ବିବାଦ ମୁଣ୍ଡ ଟେକିଛି। ଆଜ୍ଞା ହଁ, ଷ୍ଟାର ସ୍ପୋର୍ଟସ୍ ଉପରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ରୋହିତ ଶର୍ମା।

Rohit

ବାରମ୍ବାର ମନା କରିବା ସତ୍ତ୍ୱେ ରୋହିତଙ୍କ ବ୍ୟକ୍ତିଗତ କଥାବାର୍ତ୍ତାକୁ ଷ୍ଟାର ସ୍ପୋର୍ଟସ ରେକର୍ଡ କରିବା ସହିତ ଏହାକୁ ସାର୍ବଜନୀନ ପ୍ରସାରଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ରୋହିତ। ଏହା ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଉପରେ ପ୍ରଭାବ ପକାଇଥିବା ରୋହିତ କହିଛନ୍ତି। ଷ୍ଟାର ସ୍ପୋର୍ଟସ୍ ଦ୍ୱାରା ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାଇ ୨୦୨୪ ଆଇପିଏଲ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବ ଖେଳାଳି ଧବଲ କୁଲକର୍ଣ୍ଣି ଏବଂ ଅନ୍ୟ ଖେଳାଳିଙ୍କ ସହ ବାର୍ତ୍ତାଳାପ କରିଥିଲେ ରୋହିତ ଶର୍ମା । ଯାହା ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟ ଟିମ୍ ରେକର୍ଡ କରିଥିଲା, ସେଥିରୁ ଅଡ଼ିଓ କ୍ଲିପ କାଟିଦେବାକୁ କ୍ୟାମେରା ପର୍ସନଙ୍କୁ ଅନୁରୋଧ ରୋହିତ ଶର୍ମା। କିନ୍ତୁ, ଷ୍ଟାର ସ୍ପୋର୍ଟସ ଏହାକୁ ଟେଲିକାଷ୍ଟ କରିଥିଲା।


କେବଳ ସେତିକି ନୁହେଁ ମୁମ୍ବାଇ ଏବଂ କୋଲକାତା ବିପକ୍ଷ ମ୍ୟାଚ ପୂର୍ବରୁ ରୋହିତ ଅଭିଷେକ ନାୟାରଙ୍କ ସହିତ କଥା ହେଉଥିଲେ। ଯେଉଁଥିରେ ସେ ତାଙ୍କର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମତାନ୍ତର ବିଷୟରେ କଥା ହେଉଥିଲେ। ଏହାକୁ ମଧ୍ୟ ଷ୍ଟାର ସ୍ପୋର୍ଟସ ଏକ୍ସକ୍ଲୁଜିବ୍ କଣ୍ଟେଣ୍ଟ କରି ଉପସ୍ଥାପନ କରିଥିଲା। ଯାହାକୁ ନେଇ ରୋହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଖେଳାଳିମାନଙ୍କର ବ୍ୟକ୍ତିଗତ ଜୀବନ, ଟ୍ରେନିଂ ସମୟ ଏବଂ ସାଙ୍ଗସାଥି ମାନଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ଅଧିକ କ୍ୟାମେରା ହସ୍ତକ୍ଷେପ ହେଉଥିବା ରୋହିତ କହିଛନ୍ତି। ଏଥିରେ ପ୍ରତିବନ୍ଧକ ନଲଗାଯାଏ ତେବ ଏକ୍ସକ୍ଲୁସିଭ୍ ଭିଡ଼ିଓ, ଏନଗେଜମେଣ୍ଟ ଚକ୍କରରେ ଦିନେ ଫ୍ୟାନ୍ସ, କ୍ରିକେଟର ଏବଂ କ୍ରିକେଟ୍ ମଧ୍ୟରେ ଥିବା ବିଶ୍ୱାସ ଭାଙ୍ଗିଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହାର ଜବାବରେ ବ୍ରଡକାଷ୍ଟର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଅଛି। 


ଯେତେବେଳେ ଓ୍ବାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଅଭ୍ୟାସ କରୁଥିଲା। ଯାହାର ଅଥରାଇଜଡ ଆକସେସ ଉକ୍ତ ଚାନେଲ ନିକଟରେ ଥିଲା। ଏଥିରେ ଜଣେ ସିନିୟର ଖେଳାଳି ତାଙ୍କ ଜୁନିୟର ଫେଳାଳିଙ୍କ ସହ କଥା ହେଉଥିଲେ। ଏହି ଭିଡିଓକୁ ଷ୍ଟାର ସ୍ପୋର୍ଟ୍ସ ପ୍ରି-ମ୍ୟାଚ ଅଭ୍ୟାସ ବେଳେ ଲାଇଭ କଭରେଜ ବେଳେ ଦେଖାଯାଇଥିଲା। ଏହା ରେକର୍ଡେଡ ନ ଥିଲା ବୋଲି ଷ୍ଟାର ସ୍ପୋର୍ଟସ ପକ୍ଷରୁ କୁହାଯାଇଛି। ଖେଳାଳିମାନଙ୍କର ବ୍ୟକ୍ତିଗତ ଗୋପନୀୟତାକୁ କମ୍ପାନୀ ସମ୍ମାନ ଦେଇଥାଏ ବୋଲି କୁହାଯାଇଛି।