ଗମ୍ଭୀର ଆସିବା ପରେ ବିଦା ହେବେ ଋଷବ! ଏହି ୱିକେଟରକ୍ଷକଙ୍କୁ ମିଳିବ ମୌକା…

  1. Home
  2. Cric Special

ଗମ୍ଭୀର ଆସିବା ପରେ ବିଦା ହେବେ ଋଷବ! ଏହି ୱିକେଟରକ୍ଷକଙ୍କୁ ମିଳିବ ମୌକା…


ଭାରତୀୟ ଦଳକୁ ଫେରିବା ପରେ ଅଭିଜ୍ଞ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆଶା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ସମୟରେ ତାଙ୍କୁ ରନ୍ ସ୍କୋର କରିବାକୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଏହା ପରେ ଭାରତୀୟ ଚୟନକର୍ତ୍ତାମାନେ ଜିମ୍ବାୱେ ଯାତ୍ରା ପାଇଁ ଋଷଭ ପନ୍ତଙ୍କୁ ବିଶ୍ରାମ ଦେଇଥିଲେ। ତେବେ ବର୍ତ୍ତମାନ ଜଣେ ଖେଳାଳୀ ଦୃଢ ପ୍ରଦର୍ଶନ ଦେଇ ଋଷବଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ଏହି ଖେଳାଳିଙ୍କୁ ଗୌତମ ଗମ୍ଭୀର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପୂର୍ଣ୍ଣ ସୁଯୋଗ ଦେବାକୁ ଚେଷ୍ଟା କରିବେ ନିଶ୍ଚିତ। ଜିମ୍ବାୱେ ଗସ୍ତରେ ଯାଇଥିବା ଭାରତର ଯୁବ ଦଳ ଘରକୁ ଫେରିବାକୁ ଯାଉଛନ୍ତି।  ଜୁଲାଇ ୧୪ ରେ ପଞ୍ଚମ ତଥା ଶେଷ ମ୍ୟାଚ୍ ଜିତି ଦଳ ୪-୧ରେ ସିରିଜ୍ ଜିତିବାରେ ସଫଳ ହୋଇଛି।

Pant

ଏହି ସିରିଜରେ ଯୁବ ଅଧିନାୟକ ଶୁଭମାନ ଗିଲ ଏବଂ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ, ଅନେକ ଖେଳାଳି ସେମାନଙ୍କର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇଥିଲେ, ଯେଉଁଥିରେ କେତେକ ସଫଳ ହୋଇଥିଲେ ଏବଂ କେତେକ ବିଫଳ ହୋଇଛନ୍ତି। ଏହି ସମୟ ମଧ୍ୟରେ ଜଣେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପାଇଁ ଦାବୀ ଦୃଢ଼ୀଭୂତ କରିଛନ୍ତି। ଯାହା ଋଷଭ ପନ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

India

ବାସ୍ତବରେ, ୧୪ ଜୁଲାଇରେ ହରାରେ ସ୍ପୋର୍ଟସ କ୍ଲବରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୨୯ ବର୍ଷୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ମଧ୍ୟମ କ୍ରମରେ ଦୃଢ଼ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ସେ ରନ୍ ସ୍କୋର କରିଥିଲେ, ଯେଉଁଥିପାଇଁ ଦଳ ବିଜୟ ହାସଲ କରିବାରେ ସଫଳ ହୋଇଥିଲା। ଯେତେବେଳେ ଭାରତର ୱିକେଟ୍ ଖସିବାରେ ଲାଗିଥିଲା, ସେତେବେଳେ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକୀୟ ଇନିଂସ ଭାରତକୁ ସମ୍ଭାଳିଥିଲା।

Sanju

ମାତ୍ର ୪୦ ରନ୍ ସ୍କୋରରେ ତିନୋଟି ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ରନ୍ ସ୍କୋର କରିବାକୁ ସଂଘର୍ଷ ଆରମ୍ଭ କରିଥିଲା।  ଏଭଳି ପରିସ୍ଥିତିରେ ସଞ୍ଜୁ ସାମସନ ଚମତ୍କାର ଇନିଂସ ଖେଳିଥିଲେ। ଚାପରେ ମଧ୍ୟ ସେ ୪୫ ବଲରେ ୫୮ ରନ୍ ସଂଗ୍ରହ କରିଥିଲେ।  ତାଙ୍କ ସ୍କୋର ଯୋଗୁଁ ଭାରତ ୧୬୮ ରନ୍‌ର ଲକ୍ଷ୍ୟ ସ୍ଥିର କରିବାରେ ସକ୍ଷମ ହୋଇଥିଲା, ଏହାର ଜବାବରେ ଜିମ୍ବାୱେର ଇନିଂସ ୧୨୫ ରନ୍‌ରେ ସୀମିତ ରହିଥିଲା। ତେବେ ସଞ୍ଜୁ ସାମସନଙ୍କ ଏହି ଇନିଂସ ଦେଖିବା ପରେ ଟିମ୍ ଇଣ୍ଡିଆର ନୂତନ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ତାଙ୍କୁ ଋଷଭ ପନ୍ତଙ୍କ ଆଗରେ ଗୁରୁତ୍ୱ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।