ରିଙ୍କୁ କରିଲେ ବଡ଼ ଖୁଲାସା! କହିଲେ,“ ପ୍ରଦର୍ଶନ କରି ମଧ୍ୟ ମିଳୁନି ମୌକା….​​​​​​​

  1. Home
  2. Cric Special

ରିଙ୍କୁ କରିଲେ ବଡ଼ ଖୁଲାସା! କହିଲେ,“ ପ୍ରଦର୍ଶନ କରି ମଧ୍ୟ ମିଳୁନି ମୌକା….​​​​​​​


ଶ୍ରୀଲଙ୍କା ସହ ଏକଦିବସିୟ ଏବଂ ଟି-୨୦ ସିରିଜ୍ ଖେଳିବା ପରେ ଭାରତୀୟ ଦଳ ଦୀର୍ଘ ସମୟ ବିରତି ନେଇଛି। ସେପ୍ଟେମ୍ବରରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଯେଉଁଥିପାଇଁ ବିସିସିଆଇ ଆସନ୍ତା ମାସର ପ୍ରଥମ ସପ୍ତାହରେ ଟିମ୍ ଇଣ୍ଡିଆ ଘୋଷଣା କରିପାରେ। କିନ୍ତୁ, ଏହାପୂର୍ବରୁ ରିଙ୍କୁ ସିଂଙ୍କ ଏକ ବଡ ବିବୃତ୍ତି ଦେଇଛନ୍ତି।

Rinku

WTC ୨୦୨୫ ର ଫାଇନାଲ ପୂର୍ବରୁ ଭାରତ ଏବଂ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ରୋହିତ ଶର୍ମାଙ୍କ ପାଇଁ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଅନେକ ଯୁବ ଖେଳାଳି ଏହି ଘରୋଇ ସିରିଜରେ ସୁଯୋଗ ପାଇପାରନ୍ତି। ଅନ୍ୟପକ୍ଷରେ ଅନେକ ଖେଳାଳି ନିରାଶ ମଧ୍ୟ ହୋଇପାରନ୍ତି।

Rinku

ଏଭଳି ପରିସ୍ଥିତିରେ ବଡ ପ୍ରଶ୍ନ ହେଉଛି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ପାଇପାରିବେ କି? ସମସ୍ତଙ୍କ ଆଖି ଏହା ଉପରେ ରହିବ। କିନ୍ତୁ, ଦଳ ଘୋଷଣା ହେବା ପୂର୍ବରୁ ରିଙ୍କୁ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,“ଯଦି ତୁମେ ଅନ୍ୟମାନଙ୍କ ବିଷୟରେ ଖରାପ ଭାବୁଛ, ତୁମେ ଯେତେ ଭଲ ଖେଳିବ ନା କାହିଁକି ତୁମ ସହିତ ଖରାପ ଘଟଣା ଘଟିବ। ସର୍ବଦା ଠିକ୍ ରାସ୍ତାରେ ଗଲେ ନିଜ ପାଇଁ ମଧ୍ୟ ସବୁଭଲ ହେବ”।

ଯଦି ରିଙ୍କୁ ସିଂ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ସେ ରୋହିତ ଶର୍ମାଙ୍କ ପାଇଁ ଟ୍ରମ୍ପ କାର୍ଡ ବୋଲି ପ୍ରମାଣିତ ହୋଇପାରନ୍ତି। କାରଣ, ରିଙ୍କୁ ଦ୍ରୁତ ବ୍ୟାଟିଂ ପାଇଁ ଜଣାଶୁଣା। ଏପରିକି ବୋଲରମାନେ ତାଙ୍କ ବ୍ୟାଟିଂକୁ ଭୟ ମଧ୍ୟ କରୁଛନ୍ତି। ଟେଷ୍ଟରେ ଭାରତ ଏପରି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଖୋଜୁଥିଲା ଯିଏ ଶେଷରେ ଦ୍ରୁତ ରନ୍ ସ୍କୋର କରିପାରିବ। ଯଦି ରିଙ୍କୁ ଏକ ସୁଯୋଗ ପାଆନ୍ତି, ତେବେ ସେ ଏହା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ଅଟନ୍ତି।

Rinku

ଆଇପିଏଲରେ ନିଜର ଭଲ ବ୍ୟାଟିଂ ଆଧାରରେ ରିଙ୍କୁ ସିଂ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ। ଗତ ବର୍ଷ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ରିଙ୍କୁ ଏକଦିବସିୟ ଏବଂ ଟି-୨୦ ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ କରାଯାଇଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ ତାଙ୍କ ଅଧିନାୟକତ୍ୱରେ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ପାଇପାରିବେ କି? ଏହା ଏକ ବଡ଼ ପ୍ରଶ୍ନ ଅଟେ।

Rinku

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ରିଙ୍କୁ ସିଂଙ୍କର ଏକ ଭଲ ରେକର୍ଡ ରହିଛି। ସେ ୫୪.୭୦ ଆଭରେଜ ସହିତ ୪୭ ଟି ମ୍ୟାଚରେ ୩୧୭୩ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ, ରିଙ୍କୁ ସିଂଙ୍କ ବ୍ୟାଟରୁ ୭ ଶତକ ଏବଂ ୨୦ ଅର୍ଦ୍ଧ ଶତକ ସାମିଲ ରହିଛି। ତାଙ୍କର ଏହି ପ୍ରଦର୍ଶନ ଦେଖିବା ପରେ ଚୟନକର୍ତ୍ତାମାନେ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିପାରିବେ।