ଟି-୨୦ ଇତିହାସରେ ସମସ୍ତ ରେକର୍ଡ ଭାଙ୍ଗିଦେଲା ପଞ୍ଜାବ କିଂଗ୍ସ! ଭାଙ୍ଗିଗଲା ଭାରତ ଓ ଅଷ୍ଟ୍ରେଲିଆର ମହା ରେକର୍ଡ….

  1. Home
  2. Cric Special

ଟି-୨୦ ଇତିହାସରେ ସମସ୍ତ ରେକର୍ଡ ଭାଙ୍ଗିଦେଲା ପଞ୍ଜାବ କିଂଗ୍ସ! ଭାଙ୍ଗିଗଲା ଭାରତ ଓ ଅଷ୍ଟ୍ରେଲିଆର ମହା ରେକର୍ଡ….


ଗୁରୁବାର ଖେଳାଯାଇଥିବା ହାଇ ସ୍କୋରିଂ ଆଇପିଏଲ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଗୁଜୁରାଟ ଟାଇଟାନ୍ସକୁ ୩ ୱିକେଟରେ ପରାସ୍ତ କରିଛି।  ଶିଖର ଧାୱନଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗସ ଦଳ ୨୦୦ ରନ୍‌ର ଟାର୍ଗେଟକୁ ପିଛା କରି ବିଜୟ ହାସଲ କରିଛି। ଏଥିସହିତ ପଞ୍ଜାବ କିଙ୍ଗ୍ସ ଟି-୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ଟି-୨୦ କ୍ରିକେଟରେ ପଞ୍ଜାବ କିଙ୍ଗସ ଭାରତ ଏବଂ ଅଷ୍ଟ୍ରେଲିଆର ଏକ ବଡ଼ ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି।  

Pbks

ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଶୁଭମାନ ଗିଲଙ୍କ ଅଧିନାୟକତ୍ୱ ଗୁଜୁରାଟ ଦଳ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ ସ୍କୋର କରିବା ସତ୍ତ୍ୱେ ମ୍ୟାଚ ହାରି ଯାଇଛି। ପଞ୍ଜାବ କିଙ୍ଗ୍ସର ଦୁଇ ଅନକ୍ୟାପ୍ଡ କ୍ରିକେଟର ଶଶାଙ୍କ ସିଂ ଏବଂ ଆଶୁତୋଷ ଶର୍ମା ଗୁଜୁରାଟ ଟାଇଟାନ୍ସ ହାତରୁ ବିଜୟ ଛଡ଼ାଇ ଆଣିଥିଲେ। ପଞ୍ଜାବ କିଙ୍ଗସ୍ ଟି-୨୦ କ୍ରିକେଟ୍ ଇତିହାସରେ ପ୍ରଥମ ଦଳ ହୋଇପାରିଛି ଯିଏକି ୨୦୦ କିମ୍ବା ଅଧିକ ରନର ଲକ୍ଷ୍ୟକୁ ଛଅ ଥର ସଫଳତାର ସହିତ ପିଛା କରି ପାରିଛି।

Punjab vs gt

ଏହି ପ୍ରସଙ୍ଗରେ ପଞ୍ଜାବ କିଙ୍ଗସ୍ ଭାରତ ଏବଂ ଅଷ୍ଟ୍ରେଲିଆ ଭଳି ଅନ୍ତର୍ଜାତୀୟ କ୍ରିକେଟ୍ ଦଳକୁ ମଧ୍ୟ ପଛରେ ପକାଇ ଦେଇଛି। ଟି-୨୦ କ୍ରିକେଟରେ ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରତ୍ୟେକ ୫ ଥର ୨୦୦ କିମ୍ବା ତାଠାରୁ ଅଧିକ ରନ ଚେଜ୍ କରିଛନ୍ତି। ଏହା ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କ୍ୱେଟା ଗ୍ଲାଡିଏଟର୍ସ ମଧ୍ୟ ମୋଟ ଟି-୨୦ କ୍ରିକେଟରେ ୫ ଥର ୨୦୦ କିମ୍ବା ଅଧିକ ରନ୍ ଲକ୍ଷ୍ୟ ହାସଲ କରିଛନ୍ତି। ୨୦୦ କିମ୍ବା ତା ଠାରୁ ଅଧିକ ରନ ଚେଜ୍ କରିଥିବା ଦଳ:- 

୧. ପଞ୍ଜାବ କିଙ୍ଗସ୍ - ୬ ଥର।

୨. କ୍ୱେଟା ଗ୍ଲାଡିଏଟର୍ସ - ୫ଥର।

୩. ମୁମ୍ବାଇ ଇଣ୍ଡିଆନ୍ସ - ୫ଥର।

୪. ଭାରତ - ୫ଥର।

୫. ଅଷ୍ଟ୍ରେଲିଆ - ୫ଥର।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବ କିଙ୍ଗସ ଏକ ରୋମାଞ୍ଚକର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି।  ଗୁଜୁରାଟ ଟାଇଟାନ୍ସର ୨୦୦ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସ ଦଳ ୧୩ ତମ ଓଭରରେ ୧୧୧ ରନ୍ କରିଥିବା ବେଳେ ପାଞ୍ଚ ୱିକେଟ୍ ହରାଇ ସାରିଥିଲା। ସେମାନେ ନୁର ଅହମ୍ମଦଙ୍କର ଉତ୍କୃଷ୍ଟ ବୋଲିଂ ସମ୍ମୁଖରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଶଶାଙ୍କ ସିଂ ଦଳକୁ ସାହା ହୋଇଥିଲେ ଏବଂ ପଞ୍ଜାବ ଗୋଟିଏ ବଲ ବାକି ଥାଇ ୩ ୱିକେଟରେ ବିଜୟ ହାସଲ କରିଥିଲା। ୨୯ ଟି ବଲରେ ଶଶାଙ୍କ ସିଂ ୬୧ ରନ୍ ସଂଗ୍ରହ କରିଥିଲେ।

Pbks

ଶଶାଙ୍କ ସିଂଙ୍କ ଇନିଂସରେ ୬ ଚୌକା ଓ ୪ଟି ଛକା ସାମିଲ ରହିଥିଲା। ଷଷ୍ଠ ୱିକେଟ୍ ପାଇଁ ଶଶାଙ୍କ ଜିତେଶ ଶର୍ମାଙ୍କ ସହିତ ୩୯ ରନର ଭାଗିଦାରୀ କରିଥିଲେ। ପଞ୍ଜାବ ପାଇଁ ଆଶୁତୋଷ ଶର୍ମା ଓ ଶଶାଙ୍କ ସପ୍ତମ ୱିକେଟ୍ ପାଇଁ ୪୩ ରନର ଭାଗିଦାରୀ ହୋଇଥିଲା। ଶେଷ ଓଭରରେ ୭ ରନ୍ ଦରକାର ଥିବା ବେଳେ ପଞ୍ଜାବ କିଙ୍ଗ୍ସ ୩ ୱିକେଟରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଶଶାଙ୍କ ସିଂଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଚୟନ କରାଯାଇଥିଲା।