ବିଶ୍ୱକପ ଜିତିବା ପରେ ସଂକଟରେ ବିରାଟ କୋହଲି! ପୋଲିସ୍ କେସରେ ଫସିଲେ ଏହି କ୍ରିକେଟର….

  1. Home
  2. Cric Special

ବିଶ୍ୱକପ ଜିତିବା ପରେ ସଂକଟରେ ବିରାଟ କୋହଲି! ପୋଲିସ୍ କେସରେ ଫସିଲେ ଏହି କ୍ରିକେଟର….


ଟି-୨୦ ବିଶ୍ୱକପ ଜିତିବା ପରେ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଭ୍ୟାକେସନରେ ବାହାରି ଯାଇଛନ୍ତି। ପରିବାର ସହ ସମୟ ବିତାଇବା ପାଇଁ ସେ ଲଣ୍ଡନ ଯାଇଛନ୍ତି। କାରଣ ପତ୍ନୀ ଅନୁଷ୍କା ଏବଂ ପିଲାମାନେ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ଏହି ସମୟ ମଧ୍ୟରେ ଏହି ଭେଟେରାନ ଖେଳାଳି ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ମାମଲା ଏତେ ଗମ୍ଭୀର ଯେ ପୋଲିସ ମଧ୍ୟ ଏଫଆଇଆର ପଞ୍ଜୀକୃତ କରି ସାରିଛି।  

Virat

ବାସ୍ତବରେ, ଗୋଟିଏ ପଟେ ବିରାଟ କୋହଲି ଲଣ୍ଡନରେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ଅନ୍ୟପକ୍ଷରେ ଭାରତରେ ବିରାଟଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।  ଏହି ମାମଲା ବେଙ୍ଗାଲୁରୁର କୋହଲିଙ୍କ One8 କମ୍ୟୁନ ରେଷ୍ଟୁରାଣ୍ଟ ସହିତ ଜଡିତ ଅଟେ। ତେବେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

Virat

ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରେସ୍ତୋରାଁ ଖୋଲା ରଖିବା ଏବଂ ଉଚ୍ଚ ସ୍ୱରରେ ଗୀତ ଏବଂ ଡିଜେ ବଜାଇବା ନେଇ ଏକ ଅଭିଯୋଗ ଦାଖଲ କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଙ୍ଗାଲୋର ଏମଜି ରୋଡରେ ଅବସ୍ଥିତ ୱାନ 8 କମ୍ୟୁନ ରେଷ୍ଟୁରାଣ୍ଟ ରାତି ୧.୩୦ ପର୍ଯ୍ୟନ୍ତ ଖୋଲା ରହିଥିଲା। ବେଙ୍ଗାଲୁରୁ ସହରରେ ଥିବାବ୍ସମସ୍ତ ରେଷ୍ଟୁରାଣ୍ଟ ଏବଂ ପବ୍ ଗୁଡିକୁ କେବଳ ୧ଟେ ରାତି ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ଜୁଲାଇ ୬ ରେ FIR ଦାଖଲ କରାଯାଇଥିଲା ଏବଂ ଏହା One8 କମ୍ୟୁନ୍ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କ ବିରୁଦ୍ଧରେ ଦାଖଲ କରାଯାଇଛି।

ପୋଲିସ କହିଛି ଯେ କେବଳ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ନୁହେଁ ଅନ୍ୟ ୩-୪ ଟି ରେଷ୍ଟୁରାଣ୍ଟ ନାମରେ ମଧ୍ୟ ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଏହି ରେଷ୍ଟୁରାଣ୍ଟରେ ଉଚ୍ଚ ସ୍ୱରରେ ଗୀତ ବଜାଯିବା ନେଇ ମଧ୍ୟ ପୋଲିସ ପାଖରେ ଅଭିଯୋଗ ହୋଇଛି। ଆମେ ଆପଣଙ୍କୁ କହିରଖୁଛୁ ଯେ ୨୦୨୧ ମସିହାରେ ବିରାଟ କୋହଲିଙ୍କ ୱାନ 8 କମ୍ୟୁନ ରେଷ୍ଟୁରାଣ୍ଟ ବିବାଦରେ ଛନ୍ଦି ହୋଇଯାଇଥିଲା। ସେତେବେଳେ ଅଭିଯୋଗ ହୋଇଥିଲା ଯେ LGBTQ+ ସମ୍ପ୍ରଦାୟର ଲୋକଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯାଇନଥିଲା। ସୂଚନାଯୋଗ୍ୟ ଯେ କୋହଲିଙ୍କ ୱାନ 8 କମ୍ୟୁନିଟିର ଦିଲ୍ଲୀ, ମୁମ୍ବାଇ, ପୁଣେ ଏବଂ କୋଲକାତାରେ ମଧ୍ୟ ଶାଖା ରହିଛି।

Virat kohli

ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟ ରତ୍ନାମ କମ୍ପ୍ଲେକ୍ସର ଷଷ୍ଠ ମହଲାରେ ଡିସେମ୍ବର ୨୦୨୩ ରେ ବେଙ୍ଗାଲୁରୁ ଶାଖା ଖୋଲା ଯାଇଥିଲା। ଏହି ରେଷ୍ଟୁରାଣ୍ଟର ଉଦଘାଟନ କରିବା ପରେ ବିରାଟ ଏକ ସାକ୍ଷାତକାରରେ କହିଥିଲେ ଯେ ବେଙ୍ଗାଲୁରୁ ତାଙ୍କର ପ୍ରିୟ ସହର, ତେଣୁ ସେ ନୂଆ ଶାଖା ପାଇଁ ବେଙ୍ଗାଲୁରୁକୁ ବାଛିଛନ୍ତି।