ନିଜ ଇଚ୍ଛାରେ ଆଉ ଅବସର ନେଇ ପାରିବେ ନାହିଁ କ୍ରିକେଟ ଖେଳାଳି, ଏହି କ୍ରିକେଟ ବୋର୍ଡ ଜାରି କଲା କଠୋର ନିୟମ

  1. Home
  2. Cric Special

ନିଜ ଇଚ୍ଛାରେ ଆଉ ଅବସର ନେଇ ପାରିବେ ନାହିଁ କ୍ରିକେଟ ଖେଳାଳି, ଏହି କ୍ରିକେଟ ବୋର୍ଡ ଜାରି କଲା କଠୋର ନିୟମ

କ୍ରିକେଟ ଖବର : ପ୍ରତ୍ୟେକ ଖେଳାଳିଙ୍କୁ ଦିନେ ନା ଦିନେ ଅବସର ନେବାକୁ ପଡିଥାଏ। ସେ ଯେଉଁ ଖେଳର ହୁଅନ୍ତୁ ନା କାହିଁକି। ଖେଳାଳି ଜଣକ ଫୁଟବଲ , ବ୍ୟାଟମିଣ୍ଟନ୍ ଟେନିସ , ଏମିତିକି କ୍ରିକେଟ ଖେଳୁଥିବା ଖେଳାଳି ନିଜ ଖେଳରୁ ଅବସର ଘୋଷଣା କରିବା ଏକ ନିଶ୍ଚିତ କାର୍ଯ୍ୟ। କିନ୍ତୁ ଯଦି ସେମାନେ ନିଜର …


ନିଜ ଇଚ୍ଛାରେ ଆଉ ଅବସର ନେଇ ପାରିବେ ନାହିଁ କ୍ରିକେଟ ଖେଳାଳି, ଏହି କ୍ରିକେଟ ବୋର୍ଡ ଜାରି କଲା କଠୋର ନିୟମ

କ୍ରିକେଟ ଖବର : ପ୍ରତ୍ୟେକ ଖେଳାଳିଙ୍କୁ ଦିନେ ନା ଦିନେ ଅବସର ନେବାକୁ ପଡିଥାଏ। ସେ ଯେଉଁ ଖେଳର ହୁଅନ୍ତୁ ନା କାହିଁକି। ଖେଳାଳି ଜଣକ ଫୁଟବଲ , ବ୍ୟାଟମିଣ୍ଟନ୍ ଟେନିସ , ଏମିତିକି କ୍ରିକେଟ ଖେଳୁଥିବା ଖେଳାଳି ନିଜ ଖେଳରୁ ଅବସର ଘୋଷଣା କରିବା ଏକ ନିଶ୍ଚିତ କାର୍ଯ୍ୟ। କିନ୍ତୁ ଯଦି ସେମାନେ ନିଜର ଇଚ୍ଛା ଅନୁସାରେ ଖେଳନ୍ତି ଆଉ ନିଜର ମନ ମୁତାବକ ଖେଳରୁ ଅବସର ନେଇଯାଆନ୍ତି ତେବେ ଦେଶ ପାଇଁ ଏହା ବହୁତ କ୍ଷତି। କାରଣ ଯଦି ଅବସର ନେଇଥିବା ଖେଳାଳି ଯଦି ଭଲ ଖେଳୁଥାଏ ତେବେ ତାହା ସେହି ଦେଶ ପାଇଁ ଏକ ଅପୁରଣୀୟ କ୍ଷତି । ତେବେ କ୍ରିକେଟ ଖେଳାଳିଙ୍କର ମନମୁତାବକ ଅବସର ନେବା ଉପରେ ଲାଗିବ ରୋକ। ଆସିଲା ଏକ କଠୋର ନିୟମ। ଆଉ ବର୍ତ୍ତମାନ ଠାରୁ ଆଉ କୌଣସି କ୍ରିକେଟ ଖେଳାଳି ନିଜ ଇଚ୍ଛାରେ ଅବସର ନେଇ ପାରିବେ ନାହିଁ।

ନିଜ ଇଚ୍ଛାରେ ଆଉ ଅବସର ନେଇ ପାରିବେ ନାହିଁ କ୍ରିକେଟ ଖେଳାଳି, ଏହି କ୍ରିକେଟ ବୋର୍ଡ ଜାରି କଲା କଠୋର ନିୟମ

ଏଭଳି କଠୋର ନିୟମ ଆଣିଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ। ବର୍ତ୍ତମାନ କିଛି ସମୟ ହେଲା ଶ୍ରୀଲଙ୍କା କ୍ରିକେଟ୍ ରେ ଝଡ଼ ସୃଷ୍ଟି ହୋଇଛି। ଏହି ଦେଶର ସିଂହଳ କ୍ରିକେଟର ଏବଂ ବୋର୍ଡ ମଧ୍ୟରେ ଅନେକ ସମସ୍ୟା ଉପୁଜିଛି। ଆପଣଙ୍କୁ କହି ଦେବୁ ଯେ, ଶ୍ରୀଲଙ୍କା କ୍ରିକେଟରମାନେ ଅନ୍ତର୍ଜାତୀୟ କ୍ରିକେଟ୍ ରୁ କ୍ରମାଗତ ଅବସର ନେଇ ଲିଗ୍ କ୍ରିକେଟ୍ ଖେଳିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ବୋର୍ଡ ଖେଳାଳିଙ୍କ ଉପରେ କିଛି କଠୋର ନିୟମ ଲାଗୁ କରିଛି। ଯାହା ଅଧୀନରେ ବର୍ତ୍ତମାନ ଶ୍ରୀଲଙ୍କା ଖେଳାଳିମାନେ ଆଉ ନିଜ ଇଚ୍ଛାରେ ଅବସର ନେଇ ପାରିବେ ନାହିଁ।

ନିଜ ଇଚ୍ଛାରେ ଆଉ ଅବସର ନେଇ ପାରିବେ ନାହିଁ କ୍ରିକେଟ ଖେଳାଳି, ଏହି କ୍ରିକେଟ ବୋର୍ଡ ଜାରି କଲା କଠୋର ନିୟମ

ବୋର୍ଡର ନୂଆ ନିୟମ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ହେଲେ ଶ୍ରୀଲଙ୍କା କ୍ରିକେଟରମାନଙ୍କୁ ୯୦ ଦିନ ଅର୍ଥାତ ୩ ମାସ ପୂର୍ବରୁ ଏକ ନୋଟିସ୍ ଦେବାକୁ ପଡିବ। କେବଳ ଏତିକି ନୁହେଁ, ଫ୍ରାଞ୍ଚାଇଜ୍ ଆଧାରିତ ଟି-୨୦ କ୍ରିକେଟ୍ ଲିଗରେ ଖେଳିବା ପାଇଁ ହେଲେ ନୋ ଅବଜେକସନ ସାର୍ଟିଫିକେଟ୍ (NOC) ବୋର୍ଡ ଠାରୁ ନେବା ବାଧ୍ୟତାମୂଳକ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। ଏହା ସହିତ ଏହି ସାର୍ଟିଫିକେଟ୍ ପାଇବା ପାଇଁ ହେଲେ ଖେଳାଳିଙ୍କୁ ଅବସରର ଦୀର୍ଘ ୬ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ନିଜ ଇଚ୍ଛାରେ ଆଉ ଅବସର ନେଇ ପାରିବେ ନାହିଁ କ୍ରିକେଟ ଖେଳାଳି, ଏହି କ୍ରିକେଟ ବୋର୍ଡ ଜାରି କଲା କଠୋର ନିୟମ

ସୂଚନାଯୋଗ୍ୟ ଯେ, ଖେଳାଳିମାନଙ୍କୁ ସମୟ ପୂର୍ବରୁ ଅବସର ନେଲେ ଏହି ସବୁ କଠୋର ନିୟମକୁ ପାଳନ କରିବାକୁ ହେବ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସଫା ସଫା ନିଜର ନିର୍ଦେଶ ନାମାରେ କହି ଦେଇଛି। ଏଥି ସହିତ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଲଙ୍କା ପ୍ରିମିୟର ଲିଗରେ ଖେଳିବାକୁ ଯୋଗ୍ୟ ହେବା ପାଇଁ ଖେଳାଳିମାନଙ୍କୁ ସିଜନରେ ଅତି କମରେ ୮୦ ପ୍ରତିଶତ ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ। ନହେଲେ ସେହି ଖେଳାଳି ଲଙ୍କା ପ୍ରିମିୟର ଲିଗରେ ସ୍ଥାନ ପାଇପାରିବେ ନାହିଁ।