IPL ଟାଇଟେଲ ଜିତିବା ପରେ ଗୌତମ ଗମ୍ଭୀର ନୁହେଁ ବରଂ ଏହି ଭାରତୀୟଙ୍କୁ ଶ୍ରେୟ ଦେଲେ ଅଧିନାୟକ ଶ୍ରେୟସ୍ ଆୟର୍….

  1. Home
  2. Cric Special

IPL ଟାଇଟେଲ ଜିତିବା ପରେ ଗୌତମ ଗମ୍ଭୀର ନୁହେଁ ବରଂ ଏହି ଭାରତୀୟଙ୍କୁ ଶ୍ରେୟ ଦେଲେ ଅଧିନାୟକ ଶ୍ରେୟସ୍ ଆୟର୍….


ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୪ ଜିତି ଇତିହାସ ସୃଷ୍ଟି କରିଛି। କେକେଆର୍ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଇପିଏଲର ଟ୍ରଫି ଜିତିବାରେ ସଫଳ ହୋଇଛି। ଏଥିସହିତ ତୃତୀୟ ଥର ପାଇଁ ଚାମ୍ପିୟନ ହେବାରେ କୋଲକାତା ସଫଳ ହୋଇଛି।  ଏହାପୂର୍ବରୁ, ୨୦୧୨ ଏବଂ ୨୦୧୪ ମସିହାରେ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଦଳ ଏହି ଟାଇଟଲ୍ ଜିତିଥିଲା।

Kkr

ଏକ ଦଶନ୍ଧି ପରେ ଟାଇଟେଲ ଜିତି କ୍ୟାପଟେନ ଆୟର ବହୁତ ଖୁସି ମନେ ହେଉଥିଲେ। ଖେଳାଳିଙ୍କୁ ପ୍ରଶଂସା କରି ସେ ଏକ ବଡ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଆଇପିଏଲ୍ ୨୦୨୪ ର ଅନ୍ତିମ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଶ୍ରେୟସ୍ ଆୟର ଦଳର ନେତୃତ୍ୱ ନେଇଥିଲେ ଏବଂ ଚମତ୍କାର ଅଧିନାୟକତ୍ୱ କରିଥିଲେ। ତାଙ୍କ ରଣନୀତିର ପ୍ରଭାବ ପଡ଼ିଆରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା।

Iyer

ଚମତ୍କାର ଫର୍ମରେ ରହିଥିବା ହାଇଦ୍ରାବାଦ ବ୍ୟାଟ୍ସମ୍ୟାନମାନେ ମାତ୍ର ୧୧୪ ରନରେ ସୀମିତ ରହିଥିଲେ, ଯାହା ଅବିଶ୍ୱସନୀୟ ଥିଲା। ଏଥିସହିତ, ଆୟର୍ ଦ୍ୱିତୀୟ ଅଧିନାୟକ ଭାବରେ କେକେଆର୍ ପାଇଁ ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି। ମ୍ୟାଚ୍ ସରିବା ପରେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ, “ପ୍ରକୃତରେ ମୁଁ ଖୁସି, ଫ୍ରାଞ୍ଚାଇଜ୍ ପାଇଁ ସେ ଯେଉଁଭଳି କାର୍ଯ୍ୟ କରିଛନ୍ତି ସେଥିପାଇଁ ଅଭିଷେକ ନାୟାରଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଯାଉଛି। କିଛି ଅବଦାନ ଅଜ୍ଞାତ ରହିଯାଏ, ମୁଁ ନିଶ୍ଚିତ କରିବାକୁ ଚାହେଁ ଯେ ଏଠାରେ ସେପରି ନ ହେଉ। ସେ ଏହି ଭାରତୀୟ ଖେଳାଳିମାନଙ୍କୁ ଗଢିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ଆମେ ୧୦ ବର୍ଷ ଅପେକ୍ଷା କରିଥିଲୁ, ଏହି ବିଜୟର ଶ୍ରେୟ ମ୍ୟାନେଜମେଣ୍ଟ ଏବଂ କୋଚିଂ ଷ୍ଟାଫଙ୍କୁ ଯାଉଛି”।

Nayar

ଆଇପିଏଲ୍ ୨୦୨୪ ର ଅନ୍ତିମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଖରାପ ପ୍ରଦର୍ଶନ କରିଥିଲା ଏବଂ କେବଳ ୧୧୪ ରନ୍‌ର ଲକ୍ଷ୍ୟ ସ୍ଥିର କରିପାରିଥିଲା। ଏହାର ଜବାବରେ କୋଲକାତା ଆକ୍ରମଣାତ୍ମକ ବ୍ୟାଟିଂ କରି ୧୦.୩ ଓଭରରେ ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା।

Kkr vs srh

ସୁନୀଲ ନାରାୟଣଙ୍କ ୱିକେଟର ପତନ ପରେ ରହମାନୁଲ୍ଲା ଗୁରୁବାଜ (୩୯) ଏବଂ ଭେଙ୍କଟେଶ ଆୟର ଅପରାଜିତ(୫୨) ରନର ଇନିଂସ ଖେଳିଥିଲେ। ଏଥିସହିତ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରେ ଆଇପିଏଲରେ ସର୍ବାଧିକ ଟାଇଟଲ ଜିତିଥିବା ଦଳ କେକେଆର୍ ହୋଇପାରିଛି। କେକେଆର୍ ତୃତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଛି। ଏହାପୂର୍ବରୁ, ୨୦୧୨ ଏବଂ ୨୦୧୪ ମସିହାରେ କୋଲକାତା ଟାଇଟଲ୍ ଜିତିଥିଲା।