ଦୁନିଆର କୌଣସି ବି ବୋଲର ODI ରେ ଆଉଟ୍ କରିପାରିନାହାନ୍ତି ଏହି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ, ଦେଖନ୍ତୁ ଲିଷ୍ଟ

  1. Home
  2. Cric Special

ଦୁନିଆର କୌଣସି ବି ବୋଲର ODI ରେ ଆଉଟ୍ କରିପାରିନାହାନ୍ତି ଏହି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ, ଦେଖନ୍ତୁ ଲିଷ୍ଟ

କ୍ରିକେଟ ଖବର : କ୍ରିକେଟ୍ ଇତିହାସରେ ଏମିତି ଅନେକ ଭାରତୀୟ ବ୍ୟାଟ୍ସମ୍ୟାନ୍ ରହିଛନ୍ତି ଯେଉଁମାନେ କି ଦ୍ରୁତ ହେଉ ଅବା ମନ୍ଥର ଗତି ରନ୍ ସଂଗ୍ରହ କରିବାରେ ମାହିର ରହିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ବିଷୟରେ କହିବୁ, ଯାହାଙ୍କ ବିଷୟରେ ଆପଣ ପଢିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ। …


ଦୁନିଆର କୌଣସି ବି ବୋଲର ODI ରେ ଆଉଟ୍ କରିପାରିନାହାନ୍ତି ଏହି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ, ଦେଖନ୍ତୁ ଲିଷ୍ଟ

କ୍ରିକେଟ ଖବର : କ୍ରିକେଟ୍ ଇତିହାସରେ ଏମିତି ଅନେକ ଭାରତୀୟ ବ୍ୟାଟ୍ସମ୍ୟାନ୍ ରହିଛନ୍ତି ଯେଉଁମାନେ କି ଦ୍ରୁତ ହେଉ ଅବା ମନ୍ଥର ଗତି ରନ୍ ସଂଗ୍ରହ କରିବାରେ ମାହିର ରହିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ବିଷୟରେ କହିବୁ, ଯାହାଙ୍କ ବିଷୟରେ ଆପଣ ପଢିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କୌଣସି ବୋଲର ଦିନିକିଆ ମ୍ୟାଚରେ ଆଉଟ୍ କରିପାରିନାହାନ୍ତି।

୧) ସୌରଭ ତିୱାରୀ :

ଦୁନିଆର କୌଣସି ବି ବୋଲର ODI ରେ ଆଉଟ୍ କରିପାରିନାହାନ୍ତି ଏହି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ, ଦେଖନ୍ତୁ ଲିଷ୍ଟ

ଯେତେବେଳେ ଲେଫ୍ଟହ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ସୌରଭ ତିୱାରୀ ଅନ୍ତର୍ଜାତୀୟ କ୍ରିକେଟ୍ ରେ ପ୍ରବେଶ କରିଥିଲେ, ଠିକ ସେହି ସମୟରେ ସେତେବେଳେ ତାଙ୍କୁ ମହେନ୍ଦ୍ର ସିଂ ଧୋନିଙ୍କ ନକଲ ବୋଲି ସମ୍ବୋଧନ କରାଯାଉଥିଲା। ସୌରଭଙ୍କ ଲମ୍ବା ହେୟାର ଷ୍ଟାଇଲକୁ ଦେଖି ଲୋକମାନେ ତାଙ୍କୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ସହ ତୁଳନା କରୁଥିଲେ। ଆଉ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଯେ ସୌରଭ ତିୱାରୀ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳରେ ନିଜର ସ୍ଥାନ ସୃଷ୍ଟି କରିଥିଲେ। ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଭାରତ ପକ୍ଷରୁ ଖେଳିବାର ଏକ ସୁଯୋଗ ପାଇଥିଲେ। ସେ ଦିନିକିଆ ମ୍ୟାଚ ଖେଳିବା ପାଇଁ ଏହି ସୁଯୋଗ ପାଇଥିଲେ। ସୌରଭ ତିୱାରୀ ଭାରତ ପାଇଁ ମାତ୍ର ୩ ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ମାତ୍ର ୨ଟି ରେ ହିଁ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିଲେ। ତେବେ ସୌରଭ ତାଙ୍କର ଉଭୟ ମ୍ୟାଚରେ ଅପରାଜିତ ରହିଥିଲେ। କିନ୍ତୁ ଏହି ସିରିଜ ପରେ ସେ ଭାରତ ପାଇଁ ଖେଳିବାର ସୁଯୋଗ ପାଇପାରିନାହାନ୍ତି।

୨) ଫୈଜ୍ ଫଜଲ୍ :

ଦୁନିଆର କୌଣସି ବି ବୋଲର ODI ରେ ଆଉଟ୍ କରିପାରିନାହାନ୍ତି ଏହି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ, ଦେଖନ୍ତୁ ଲିଷ୍ଟ

ଘରୋଇ କ୍ରିକେଟରେ ତାଙ୍କର ଭଲ ପ୍ରଦର୍ଶନ ଯୋଗୁଁ ଫୈଜ୍ ଫଜଲ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଯେଉଁଥିପାଇଁ ଫୈଜଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ଏକ ସୁବର୍ଣ୍ଣ ସୁଯୋଗ ଦିଆଯାଇଥିଲା। କିନ୍ତୁ ଏହି ଖେଳାଳି ଭାରତ ପାଇଁ କେବଳ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୨୦୧୬ ମସିହାରେ, ଫୈଜ୍ ଫଜଲ୍ ଜିମ୍ବାୱେ ବିପକ୍ଷରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ। ଯେଉଁଥିରେ ସେ ବିସ୍ଫୋରକ ୫୫ ରନ ସଂଗ୍ରହ କରି ଭାରତକୁ ମ୍ୟାଚ ଜିତାଇବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅଦ୍ଭୁତ ଅର୍ଦ୍ଧଶତକ ପରେ ବି ତାଙ୍କୁ ଭାରତୀୟ ଦଳ ଖେଳିବାର ଆଉ ସୁଯୋଗ ଦିଆଯାଇନଥିଲା। ଅନ୍ୟପଟେ ଆଜି ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ସେ ଯେଉଁ ଗୋଟିଏ ମ୍ୟାଚ ଖେଳିଛନ୍ତି ସେଥିରେ ତାଙ୍କୁ କୌଣସି ଜିମ୍ବାୱେ ବୋଲର ଆଉଟ୍ କରିପାରିନଥିଲେ।

୩) ଭରତ ରେଡ୍ଡୀ :

ଦୁନିଆର କୌଣସି ବି ବୋଲର ODI ରେ ଆଉଟ୍ କରିପାରିନାହାନ୍ତି ଏହି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ, ଦେଖନ୍ତୁ ଲିଷ୍ଟ

ଭରତ ରେଡ୍ଡୀଙ୍କ ନାମ ଆଜିର ଯୁବପିଢ଼ିର ଖେଳାଳିମାନେ ଶୁଣିନଥିବେ। କିନ୍ତୁ ଏହି ଖେଳାଳିଙ୍କୁ ବି କୌଣସି ବିପକ୍ଷ ଦଳର ବୋଲର ଆଉଟ୍ କରିପାରି ନ ଥିଲେ। ସେ ଟିମ୍ ଇଣ୍ଡିଆକୁ ଦିନିକିଆରେ ପ୍ରତିନିଧିତ୍ୱ କରିବା ପାଇଁ ୩ଟି ସୁଯୋଗ ପାଇଥିଲେ। ଭାରତ ପାଇଁ ସେ ୧୯୭୮ ରୁ ୧୯୮୧ ମସିହା ପର୍ଯ୍ୟନ୍ତ ଭାରତ ଭାରତ ପାଇଁ ୩ଟି ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ। ଯେଉଁଥିରେ ସେ ୨ ଥର ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ ଏବଂ ସେ ଉଭୟ ଇନିଂସରେ ଆଉଟ୍ ହୋଇନଥିଲେ। କୌଣସି ବି ବୋଲର ସେତେବେଳେ ତାଙ୍କୁ ଆଉଟ୍ କରିପାରି ନଥିଲେ।