ଅଲଗା ହେବେ କି ହାର୍ଦ୍ଦିକ ଏବଂ ନତାଶା? ଛାଡ଼ପତ୍ର ହେଲେ ଚାଲିଯିବ ହାର୍ଦ୍ଦିକଙ୍କ ୭୦% ସମ୍ପତ୍ତି….

  1. Home
  2. Cric Special

ଅଲଗା ହେବେ କି ହାର୍ଦ୍ଦିକ ଏବଂ ନତାଶା? ଛାଡ଼ପତ୍ର ହେଲେ ଚାଲିଯିବ ହାର୍ଦ୍ଦିକଙ୍କ ୭୦% ସମ୍ପତ୍ତି….


ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ, ଏହା ତାଙ୍କର ପ୍ରଦର୍ଶନ ପାଇଁ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ ଅଟେ। ବାସ୍ତବରେ ସୋସିଆଲ ମିଡିଆରେ ହାର୍ଦ୍ଦିକ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କଠାରୁ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛି ବୋଲି ଆଲୋଚନା ହେଉଛି।

Hardik

ଯଦି ଏହି ଛାଡପତ୍ର ହୁଏ ତେବେ ସେହି କ୍ଷେତ୍ରରେ ହାର୍ଦ୍ଦିକଙ୍କ ୭୦ ପ୍ରତିଶତ ସମ୍ପତ୍ତି ତାଙ୍କ ପତ୍ନୀ ନତାଶାଙ୍କ ନିକଟକୁ ଚାଲିଯିବ। ଏହାରି ମଧ୍ୟରେ, ଷ୍ଟାର ଅଲରାଉଣ୍ଡରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ ସମ୍ପତ୍ତି ବିଷୟରେ କହୁଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି।


ଏହି ଭିଡିଓରେ ସେ ତାଙ୍କ ସମ୍ପତ୍ତି ବିଷୟରେ କହୁଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ସମ୍ପତ୍ତି ତାଙ୍କ ମା ନଳିନୀ ପାଣ୍ଡ୍ୟାଙ୍କ ନାମରେ ପଞ୍ଜିକୃତ ହୋଇ ରହିଛି। ଘର ଠାରୁ ଆରମ୍ଭ କରି କାର ପର୍ଯ୍ୟନ୍ତ ସବୁକିଛି ତାଙ୍କ ମା’ଙ୍କର ଅଟେ। ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା ହସୁଥିବା ଶୁଣିବାକୁ ମିଳୁଛି। ସେ କହୁଛନ୍ତି ଯେ ମୋର ସମସ୍ତ ସମ୍ପତ୍ତି, କାର ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ମୋ ମା’ଙ୍କ ନାମରେ ପଞ୍ଜିକୃତ ହୋଇଛି। ଭବିଷ୍ୟତରେ ମୁଁ ଅନ୍ୟ କାହାକୁ 50% ଦେବାକୁ ଚାହୁଁ ନାହିଁ"।

Divorce

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶାଙ୍କ ଛାଡପତ୍ର ହେବାକୁ ଯାଉଥିବା ସମୟରେ ଏହି ଭିଡିଓ ଭାଇରାଲ ହୋଇଛି। ଛାଡପତ୍ର ପରେ ନତାଶା ହାର୍ଦିକଙ୍କ ମୋଟ ସମ୍ପତ୍ତିର ୭୦% ପାଇବେ। ତେବେ ଉଭୟଙ୍କ ମଧ୍ୟରେ ଛାଡପତ୍ର ଖବର ସମ୍ପର୍କରେ କୌଣସି ସଠିକ ସୂଚନା ମିଳିନାହିଁ। ଆହୁରି ମଧ୍ୟ, ତାଙ୍କର ୭୦ ପ୍ରତିଶତ ସମ୍ପତ୍ତି ପାଇବା ବିଷୟରେ କୌଣସି ସଠିକ ସୂଚନା କିମ୍ବା ନିଶ୍ଚିତକରଣ ହୋଇନାହିଁ।

Hardik

ସୂଚନାଯୋଗ୍ୟ ଯେ ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ମଧ୍ୟରେ ଛାଡପତ୍ର ବିଷୟରେ ଆଲୋଚନା ହେଉଛି କାରଣ ଉଭୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। କିନ୍ତୁ ଫେବୃଆରୀ ୧୪ ପରଠାରୁ ଉଭୟ ଏକାଠି ଗୋଟିଏ ହେଲେ ପୋଷ୍ଟ ସେୟାର କରିନାହାଁନ୍ତି। ତେବେ ଉଭୟଙ୍କୁ ମାତ୍ର ଗୋଟିଏ କିମ୍ବା ଦୁଇଟି ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଛି। ତେଣୁ ସେମାନଙ୍କ ସଂପର୍କରେ ନିଶ୍ଚିତ ଭାବରେ କିଛି ଭୁଲ ଅଛି ବୋଲି ଲୋକେ ଭାବୁଛନ୍ତି। ନତାଶାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ହାର୍ଦ୍ଦିକଙ୍କ ଉପନାମ ହଟାଇବା ମଧ୍ୟ ଏହି ଗୁଜବକୁ ଖୋରାକ ଯୋଗାଉଛି। ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।