ହେଲା ବଡ଼ ଖୁଲାସା! ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେଇ ପାରନ୍ତି ମହମ୍ମଦ ଶାମି….
ଏକଦିବସିୟ ବିଶ୍ୱକପ ୨୦୨୩ ପରେ ମହମ୍ମଦ ଶାମି ଆହତ ହୋଇଥିଲେ। ଏହା ପରେ ତାଙ୍କର ଗୋଡ ଅସ୍ତ୍ରୋପଚାର କରିବାକୁ ପଡିଥିଲା ଯେଉଁଥିପାଇଁ ତାଙ୍କୁ ଦୀର୍ଘ ସମୟ ଧରି କ୍ରିକେଟ୍ ଠାରୁ ଦୂରରେ ରହିବାକୁ ପଡିଥିଲା। କିନ୍ତୁ, ପୁନର୍ବାସ ପରେ ସେ ଘରୋଇ କ୍ରିକେଟକୁ ଫେରିଥିଲେ। ଲଗାତାର ଭଲ ପ୍ରଦର୍ଶନ ପରେ ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ମନୋନୀତ ହୋଇଥିଲେ। ସେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ୫ ୱିକେଟ୍ ନେବାରେ ସଫଳ ହୋଇଥିଲେ। କିନ୍ତୁ, ଶାମି ପାକିସ୍ତାନ ବିପକ୍ଷରେ ଅସୁବିଧାରେ ପଡ଼ିଥିଲେ। ସେ ତାଙ୍କ ପୁରୁଣା ଆଘାତ ହେତୁ ଅସୁସ୍ଥ ହୋଇଯାଇଥିଲେ ଯେଉଁଥିପାଇଁ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡ଼ିଥିଲା। କିନ୍ତୁ, ବର୍ତ୍ତମାନ ଖବର ଆସୁଛି ଯେ ଭାରତୀୟ ବୋଲର ମହମ୍ମଦ ଶାମି ଏହି ଟୁର୍ନାମେଣ୍ଟ ପରେ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି।
ମହମ୍ମଦ ଶାମି ତାଙ୍କର ଖରାପ ଫିଟନେସ ସହିତ ସଂଘର୍ଷ କରୁଛନ୍ତି। ତାଙ୍କ ଶରୀର ଆଉ ସହଯୋଗ କରୁନାହିଁ। କିନ୍ତୁ ଶାମି କ୍ରିକେଟ ଖେଳିବାକୁ ଚାହୁଁଛନ୍ତି। ତାଙ୍କର କଠିନ ପରିଶ୍ରମ ହିଁ ତାଙ୍କୁ ଅସ୍ତ୍ରୋପଚାର ପରେ ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ କରିଥିଲା। କିନ୍ତୁ, ତାଙ୍କ ଶରୀର ଆଉ ସହଯୋଗ କରୁନାହିଁ। ଗୋଡ ଅସ୍ତ୍ରୋପଚାର ପରେ ଶାମି ସୁସ୍ଥ ହେବାକୁ ବହୁତ ସମୟ ନେଇଥିଲେ। ଏହା ସତ୍ୱେ ସେ ନିଜର ଶ୍ରେଷ୍ଠତା ଦେଇପାରିନଥିଲେ। ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ମହମ୍ମଦ ଶାମି ପୁଣି ଗୋଡରେ ଯନ୍ତ୍ରଣା ଅନୁଭବ କରିଥିଲେ।
ଯେଉଁଥିପାଇଁ ସେ ପ୍ରଥମ ଓଭରରେ ୫ଟି ଚୌକା ଖାଇଥିଲେ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ମଧ୍ୟ ପଡ଼ିଆ ବାହାରକୁ ଯିବା। ଯାହା ପରେ ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଯେ ଯଦି ସେ ସଂପୂର୍ଣ୍ଣ ଫିଟ୍ ନଥିଲେ ତେବେ ତାଙ୍କୁ କାହିଁକି ଅନ୍ତର୍ଭୁକ୍ତ କରାଯାଇଥିଲା। ତାଙ୍କ ସ୍ଥାନରେ ଅର୍ଶଦୀପ ସିଂଙ୍କୁ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ଏଭଳି ପରିସ୍ଥିତିରେ ଶାମି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚରୁ ବାଦ୍ ପଡ଼ିପାରନ୍ତି।
୩୪ ବର୍ଷୀୟ ମହମ୍ମଦ ଶାମିଙ୍କ ପାଇଁ ଏହା ଶେଷ ଆଇସିସି ଟୁର୍ନାମେଣ୍ଟ ହୋଇପାରେ। କାରଣ, ପରବର୍ତ୍ତୀ ସିଜନ ଦୀର୍ଘ ୪ ବର୍ଷ ପରେ ଖେଳାଯିବ। କିନ୍ତୁ, ଶାମି ଅବାଞ୍ଛିତ ଆଘାତ ସହ ସଂଘର୍ଷ କରୁଛନ୍ତି। ୪ ବର୍ଷ ଅପେକ୍ଷା କରିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ବାକି ନାହିଁ। ଏହା ସମ୍ଭବ ଯେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଶାମି ଟି-୨୦ ଏବଂ ଏକଦିବସିୟ ରୁ ଅବସର ଘୋଷଣା କରିପାରନ୍ତି। କାରଣ, ସିନିୟର ବୋଲରଙ୍କ ଯୋଗୁଁ ଯୁବ ଖେଳାଳିମାନେ ସୁଯୋଗ ପାଇନାହାଁନ୍ତି। ଅର୍ଶଦୀପ ସିଂ ବହୁତ ଭଲ ଫର୍ମରେ ଅଛନ୍ତି। କିନ୍ତୁ, ଶାମିଙ୍କ କାରଣରୁ ସେ ଚାମ୍ପିଅନ୍ସ ଟ୍ରଫିରେ ସୁଯୋଗ ପାଇନାହାଁନ୍ତି। ଯଦି ସେ ସୁଯୋଗ ପାଆନ୍ତି, ତେବେ ସେ ଆହତ ଶାମିଙ୍କ ଅପେକ୍ଷା ଅଧିକ ମାରାତ୍ମକ ବୋଲି ପ୍ରମାଣିତ ହୋଇପାରିବେ।
ଚାମ୍ପିଅନ୍ସ ଟ୍ରଫି ପରେ ଯଦି ମହମ୍ମଦ ଶାମି ଧଳା ବଲ କ୍ରିକେଟକୁ ବିଦାୟ ଦିଅନ୍ତି, ତେବେ ତାଙ୍କୁ କେବଳ ଟେଷ୍ଟରେ ଖେଳୁଥିବା ଦେଖିବାକୁ ମିଳିବ। ଯାହାଫଳରେ ତାଙ୍କର କାର୍ଯ୍ୟଭାର ମଧ୍ୟ ହ୍ରାସ ପାଇବ। ଯେଉଁଥିପାଇଁ ସେ ଟେଷ୍ଟ କ୍ରିକେଟ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିବେ। କହିବାକୁ ଗଲେ ଶାମି ଭାରତ ପାଇଁ ୬୪ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୨୨୯ ୱିକେଟ୍ ନେଇଛନ୍ତି। ଏହି ଅବଧି ମଧ୍ୟରେ ସେ ୬ ଥର ଏକ ଇନିଂସରେ ୫ ୱିକେଟ୍ ନେଇ ଚମତ୍କାର ପ୍ରଦର୍ଶନ କରିଛନ୍ତି।