ପାକିସ୍ତାନକୁ ହରାଇବା ପରେ ଭାରତ ଆସୁଛି ବାଂଲାଦେଶ! ଟେଷ୍ଟ ପାଇଁ ଏପରି ରହିବ ଟିମ୍ ଇଣ୍ଡିଆର୍ ରୂପରେଖ….
ଚଳିତ ମାସରେ ଭାରତୀୟ ଦଳକୁ ବାଂଲାଦେଶର ସାମ୍ନା କରିବାକୁ ପଡିବ। ଏହି ଅବଧିରେ ଦୁଇ ଦଳ ମଧ୍ୟରେ ୨ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଖୁବ୍ ଶୀଘ୍ର ଘୋଷଣା କରାଯିବ। ତେବେ ଏହି ସିରିଜ୍ ହେଉଛି କୋଚ୍ ଭାବରେ ଗୌତମ ଗମ୍ଭୀରଙ୍କ ପ୍ରଥମ ଟେଷ୍ଟ ସିରିଜ୍। ଏଭଳି ପରିସ୍ଥିତିରେ, ସେ ନିଜ ଦଳରେ କେଉଁ କେଉଁ ଖେଳାଳିଙ୍କୁ ଚୟନ କରିବେ ତାହା ଦେଖିବା ମଜାଦାର ହେବ। ତେବେ ଆସନ୍ତୁ ଜାଣିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ କିପରି ରହିବ......
ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ସିରିଜରେ ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜାଙ୍କ ସମେତ ସମସ୍ତ ବରିଷ୍ଠ ଖେଳାଳି ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ପାଇବେ। ଏହି ସିରିଜରେ ଭାରତୀୟ ଦଳର ଉପ-ଅଧିନାୟକ ଶୁବମନ ଗିଲ ହେବାର ସମସ୍ତ ସମ୍ଭାବନା ରହିଛି। ସେ ରୋହିତ ଶର୍ମାଙ୍କ ସହ ଦଳର ନେତୃତ୍ୱ ନେବେ। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ନେତୃତ୍ୱ ଭୂମିକା ବ୍ୟତୀତ ଯଦି ଆମେ ଅନ୍ୟ ଖେଳାଳିଙ୍କ ବିଷୟରେ କହୁ ତେବେ ଭାରତୀୟ ଦଳରେ ୫ଟି ଅଲରାଉଣ୍ଡର ଚୟନ କରାଯାଇ ପାରିବ। ଏଥିରେ ହୁଏ ତ ଅକ୍ଷର ପଟେଲ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର ଏବଂ ସାଇ କିଶୋରଙ୍କୁ ସୁଯୋଗ ଦିଆଯାଇପାରେ।
ଅକ୍ଷର, ଜାଡେଜା ଏବଂ ଅଶ୍ୱିନଙ୍କର ଏହି ସିରିଜ୍ ରେ ସୁଯୋଗ ପାଇବାର ବହୁ ସମ୍ଭାବନା ରହିଛି। କିନ୍ତୁ ଅନୁମାନ କରାଯାଏ ଯେ ୱାଶିଂଟନ୍ ସୁନ୍ଦରଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରି ଥିବାରୁ ହୁଏ ତ ସେ ମଧ୍ୟ ଚୟନ ହୋଇ ପାରନ୍ତି। ତେବେ ସାଇଙ୍କ ପ୍ରଦର୍ଶନ ମଧ୍ୟ କିଛି କମ୍ ନାହିଁ। ସାଇ ବୁଚି ବାବୁ ଟ୍ରଫିରେ ମୁମ୍ବାଇ ବିପକ୍ଷରେ ପ୍ରଥମ ଇନିଂସରେ ୫ ୱିକେଟ୍ ଏବଂ ପରବର୍ତ୍ତୀ ଇନିଂସରେ ୩ ୱିକେଟ୍ ନେଇଥିଲେ। କିନ୍ତୁ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ବୋଲରଙ୍କ ବିଷୟରେ ଯଦି କୁହାଯାଏ ତେବେ ହୁଏ ତ ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କୁ ଏହି ସିରିଜରେ ସୁଯୋଗ ମିଳିବ ନାହିଁ।
ତେଣୁ ଏହି ଦୁଇ ବୋଲରଙ୍କ ସ୍ଥାନରେ ସିରାଜଙ୍କ ସହ ଅର୍ଶଦୀପ ସିଂ କିମ୍ବା ଖଲିଲ ଅହମ୍ମଦ ଏହି ସୁଯୋଗ ପାଇପାରନ୍ତି। ତେବେ ରୋହିତ ଶର୍ମା, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ଶୁବମନ ଗିଲ, କେ.ଏଲ୍ ରାହୁଲ, ୠଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ, ସାଇ କିଶୋର, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଏବଂ ଖଲିଲ ଅହମ୍ମଦଙ୍କୁ ନେଇ ଇଣ୍ଡିଆ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଗଠନ କରିବ ବୋଲି ଅନୁମାନ କରାଯାଉଛି।