ରୋହିତ ଅଧିନାୟକ ହେଲା ପରେ କୋହଲିଙ୍କୁ ହେବ ଏହି ସବୁ ବଡ଼ ଫାଇଦା, 2023 ବିଶ୍ୱକପ ପୂର୍ବରୁ ଭାରତ ହେବ ଶକ୍ତିଶାଳୀ

  1. Home
  2. Cric Special

ରୋହିତ ଅଧିନାୟକ ହେଲା ପରେ କୋହଲିଙ୍କୁ ହେବ ଏହି ସବୁ ବଡ଼ ଫାଇଦା, 2023 ବିଶ୍ୱକପ ପୂର୍ବରୁ ଭାରତ ହେବ ଶକ୍ତିଶାଳୀ

କ୍ରିକେଟ୍ ଖବର : ବିରାଟ କୋହଲି ଆଉ ଟିମ୍ ଇଣ୍ଡିଆର ଅଧିନାୟକ ନୁହଁନ୍ତି। ବିସିସିଆଇ କୋହଲିଙ୍କୁ ODI ର ଅଧିନାୟକତ୍ୱରୁ ହଟାଇ ଦେଇଛି। ରୋହିତ ଶର୍ମାଙ୍କୁ ODI ଦଳର ନୂତନ ଅଧିନାୟକ କରାଯାଇଛି। ଏହାପୂର୍ବରୁ କୋହଲି ଟି-୨୦ ଦଳର ଅଧିନାୟକତ୍ୱ ଛାଡିସାରିଥିଲେ। ପରେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଟି-୨୦ ଦଳର ଅଧିନାୟକ ହୋଇଥିଲେ। ବର୍ତ୍ତମାନ …


ରୋହିତ ଅଧିନାୟକ ହେଲା ପରେ କୋହଲିଙ୍କୁ ହେବ ଏହି ସବୁ ବଡ଼ ଫାଇଦା, 2023 ବିଶ୍ୱକପ ପୂର୍ବରୁ ଭାରତ ହେବ ଶକ୍ତିଶାଳୀ

କ୍ରିକେଟ୍ ଖବର : ବିରାଟ କୋହଲି ଆଉ ଟିମ୍ ଇଣ୍ଡିଆର ଅଧିନାୟକ ନୁହଁନ୍ତି। ବିସିସିଆଇ କୋହଲିଙ୍କୁ ODI ର ଅଧିନାୟକତ୍ୱରୁ ହଟାଇ ଦେଇଛି। ରୋହିତ ଶର୍ମାଙ୍କୁ ODI ଦଳର ନୂତନ ଅଧିନାୟକ କରାଯାଇଛି। ଏହାପୂର୍ବରୁ କୋହଲି ଟି-୨୦ ଦଳର ଅଧିନାୟକତ୍ୱ ଛାଡିସାରିଥିଲେ। ପରେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଟି-୨୦ ଦଳର ଅଧିନାୟକ ହୋଇଥିଲେ। ବର୍ତ୍ତମାନ ରୋହିତ ODI ଏବଂ T20 ରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ। ଯେତେବେଳେ କି ଟେଷ୍ଟରେ ବିରାଟ କୋହଲି ହିଁ ରହିବେ। ତେବେ ବିସିସିଆଇର ଏହି ନିଷ୍ପତ୍ତି କୋହଲିଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ରୋହିତ ଅଧିନାୟକ ହେଲା ପରେ କୋହଲିଙ୍କୁ ହେବ ଏହି ସବୁ ବଡ଼ ଫାଇଦା, 2023 ବିଶ୍ୱକପ ପୂର୍ବରୁ ଭାରତ ହେବ ଶକ୍ତିଶାଳୀ

କୋହଲିଙ୍କର ପ୍ରଶଂସକମାନେ ସୋସିଆଲ ମିଡିଆରେ ବିସିସିଆଇକୁ ମଧ୍ୟ କଡା ସମାଲୋଚନା କରୁଛନ୍ତି। ଯଦିଓ ରୋହିତ ଅଧିନାୟକ ହେବା କାରଣରୁ କୋହଲି କ୍ଷତି ସହିଛନ୍ତି, କିନ୍ତୁ ଏଥିରେ କୋହଲିଙ୍କର ଅନେକ ସୁବିଧା ରହିଛି। ରୋହିତ ଅଧିନାୟକ ହେବା କାରଣରୁ ବିରାଟ କୋହଲି ପାଇଥିବା କିଛି ସୁବିଧା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

୧) ନେତୃତ୍ୱ ବିଭାଜନ :

ରୋହିତ ଅଧିନାୟକ ହେଲା ପରେ କୋହଲିଙ୍କୁ ହେବ ଏହି ସବୁ ବଡ଼ ଫାଇଦା, 2023 ବିଶ୍ୱକପ ପୂର୍ବରୁ ଭାରତ ହେବ ଶକ୍ତିଶାଳୀ

ରୋହିତ ଅଧିନାୟକ ହେବା ପରେ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ଭୂମିକାକୁ ବିଭକ୍ତ କରାଯାଇଛି। ଏବେ କୋହଲି ଟେଷ୍ଟ ଫର୍ମାଟରେ ଦଳର ଦାୟିତ୍ୱ ଗ୍ରହଣ କରିବେ। ଆଉ ସୀମିତ ଓଭର ଫର୍ମାଟରେ ରୋହିତ ଅଧିନାୟକ ରହିବେ। ଏଭଳି ପରିସ୍ଥିତିରେ ଉଭୟ ଅଧିନାୟକଙ୍କ ଉପରେ ଚାପ କମ୍ ରହିବ। ତେବେ ଏହାପୂର୍ବରୁ କୋହଲି ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ରହିଥିଲେ। ଅନ୍ୟପକ୍ଷରେ ଦଳର ନେତୃତ୍ୱ ବିଭାଜନ ଯୋଗୁଁ କୋହଲି ବର୍ତ୍ତମାନ କ୍ରିକେଟର ଶର୍ଟ ଫର୍ମାଟରେ ପୂର୍ବ ଭଳି ବୋଲରଙ୍କୁ ଧୁଲାଇ କରିବେ। ପୁଣି କିଙ୍ଗ୍ କୋହଲି ବିନା ଚାପଗ୍ରସ୍ତରେ ରହି ପଡ଼ିଆରେ ଶତକ ପରେ ଶତକ ମାରିଚାଲିବେ। ଯାହାକୁ ଦେଖିବା ପାଇଁ କ୍ରିକେଟ୍ ପ୍ରସଂଶକମାନେ ଚାହିଁ ରହିଛନ୍ତି।

୨) କୋହଲି-ଦି ବ୍ୟାଟ୍ସମ୍ୟାନ୍ :

ଏକ ଭଲ ‘ବ୍ୟାଟ୍ସମ୍ୟାନ୍’ ଭାବରେ ନିଜକୁ ପୁଣି ସକ୍ଷମ କରିବା ପାଇଁ ବିରାଟ କୋହଲିଙ୍କ ପାଖରେ ବର୍ତ୍ତମାନ ଏକ ସୁଯୋଗ ଆସିସାରିଛି। କୋହଲି ଗତ ଦୁଇ ବର୍ଷ ମଧ୍ୟରେ ଗୋଟିଏ ବି ଆନ୍ତର୍ଜାତୀୟ ଶତକ ହାସଲ କରିନାହାଁନ୍ତି। କୋହଲିଙ୍କ ପରି ଖେଳାଳିଙ୍କ ଠାରୁ ପ୍ରତ୍ୟେକ ମ୍ୟାଚରେ ପ୍ରଶଂସକମାନେ ଏକ ଶତକୀୟ ପାଳି ଆଶା କରନ୍ତି। କିନ୍ତୁ ଅଧିନାୟକ ହେବା ପରେ ବିରାଟ ଚାପରେ ରହି ଆଉ ବ୍ୟାଟିଂ କରିପାରିଲେ ନାହିଁ। କିନ୍ତୁ ବିରାଟ ବର୍ତ୍ତମାନ ଅଧିନାୟକ ପଦ ଛାଡିବା ପରେ କ୍ରିଜରେ ବିନା ଚାପରେ ଖେଳିବେ। ଆଉ ଯାହାକି ତାଙ୍କ ପ୍ରସଂଶକମାନେ ଚାହିଁଥାନ୍ତି। ଆଇ ଅଧିନାୟକ ପଦ ଗଲେ କଣ ହେଲା , ବିରାଟ ପୁଣିଥରେ ନିଜର ପୁରୁଣା ଫର୍ମକୁ ଫେରିଆସିବେ। ଯାହାକି ଭାରତୀୟ ଦଳ ଓ ବିରାଟଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

୩) ନିଜ ମନ ମୁତାବକ ପରିବାର ସହିତ ସମୟ ବିତାଇବେ କୋହଲି :

ରୋହିତ ଅଧିନାୟକ ହେଲା ପରେ କୋହଲିଙ୍କୁ ହେବ ଏହି ସବୁ ବଡ଼ ଫାଇଦା, 2023 ବିଶ୍ୱକପ ପୂର୍ବରୁ ଭାରତ ହେବ ଶକ୍ତିଶାଳୀ

କରୋନା କାଳରେ, ଖେଳାଳିଙ୍କ ପାଇଁ ବଞ୍ଚିବା ଆହୁରି କଷ୍ଟସାଧ୍ୟ ହୋଇପଡିଛି। ଖେଳାଳିମାନେ ବାୟୋ-ବବୁଲରେ ବହୁତ ଦିନ ରହିବା ହେତୁ ସେମାନଙ୍କ ନିକଟରେ ମାନସିକ ଚାପର ସମସ୍ୟା ବହୁତ ଭାବରେ ଦେଖାଯାଇପାରେ। ଅନ୍ୟପଟେ କରୋନା କାଳରେ ମଧ୍ୟ ଆମ ଖେଳାଳିମାନେ କ୍ରମାଗତ ଭାବେ କ୍ରିକେଟ୍ ଖେଳୁଛନ୍ତି। ଏଭଳି ପରିସ୍ଥିତିରେ ଖେଳାଳିମାନେ ମଧ୍ୟ ଛୁଟି ପାଇବାକୁ ଚାହାଁନ୍ତି। ପରିବାର ସହିତ ସମୟ ବିତାଇବାକୁ ଚାହାନ୍ତି। ଅନ୍ୟପଟେ ସମସ୍ତ ତିନୋଟି ଫର୍ମାଟରେ ଅଧିନାୟକତ୍ୱ ହେତୁ କୋହଲିଙ୍କୁ ପର୍ଯ୍ୟାପ୍ତ ସମୟ ବିଶ୍ରାମ ମିଳୁ ନଥିଲା। କିନ୍ତୁ ବର୍ତ୍ତମାନ କୋହଲି ଯେତେବେଳେ ଚାହିଁବେ ବିଶ୍ରାମ ନେଇ ପାରିବେ। ଆଉ ପରିବାରକୁ ମଧ୍ୟ ସମୟ ଦେଇପାରିବେ। ଅନ୍ୟପକ୍ଷରେ କୋହଲିଙ୍କର ଅନୁପସ୍ଥିତିରେ ଅନେକ ଯୁବ ଖେଳାଳି ଅଛନ୍ତି ଯେଉଁମାନଙ୍କୁ କି ଦଳରେ କୋହଲିଙ୍କର ସ୍ଥାନରେ ଖେଳିବାର ସୁଯୋଗ ମିଳିପାରିବ।

୪) ମେଣ୍ଟର ବିରାଟ କୋହଲି :

ରୋହିତ ଅଧିନାୟକ ହେଲା ପରେ କୋହଲିଙ୍କୁ ହେବ ଏହି ସବୁ ବଡ଼ ଫାଇଦା, 2023 ବିଶ୍ୱକପ ପୂର୍ବରୁ ଭାରତ ହେବ ଶକ୍ତିଶାଳୀ

ବିରାଟ କୋହଲି ବର୍ତ୍ତମାନ ଏଭଳି ସ୍ଥିତିରେ ଅଛନ୍ତି ଯେଉଁଠାରେ କି ଏମଏସ ଧୋନି ତାଙ୍କ କ୍ୟାରିୟରର ଶେଷରେ ମଧ୍ୟ ଏହିଭଳି ଥିଲେ। କହିବାକୁ ଗଲେ ଭବିଷ୍ୟତରେ କୋହଲି ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଖେଳାଳି ହେବେ, ଆଉ ଯୁବ ଖେଲାଳିମାନଙ୍କୁ ପ୍ରେରଣା ଯୋଗାଇପାରିବେ। ଧୋନିଙ୍କ ପରେ କୋହଲି ମେଣ୍ଟର ଭୂମିକା ପାଇଁ ଉଦିଷ୍ଠ ହେବେ। ଆଉ କିଙ୍ଗ୍ କୋହଲି ଯେତେବେଳେ ଯୁବ ଖେଳାଳିଙ୍କୁ ଗାଇଡ଼ କରିବେ ସେତେବେଳେ ଆମ ଭାରତୀୟ ଦଳ ଏକ ନୂଆ ରୂପରେଖ ନେବ। ଏଥିରେ ସନ୍ଦେହ ନାହିଁ। କାରଣ ଜୀବନରେ ବହୁ ସାଧନା କରି ବିରାଟ ଆଜି ଏହି ସ୍ଥାନରେ ଅଛନ୍ତି। ଆଉ ସେଥିପାଇଁ ତ ତାଙ୍କୁ ‘କିଙ୍ଗ୍ ଅଫ କ୍ରିକେଟ୍’ ଓ ‘ରନ୍ ମେସିନ୍’ ବୋଲି କୁହାଯାଏ।