କୋହଲି ନା ରୋହିତ, 12 ବର୍ଷ ତଳେ ସେହୱାଗ କରିଥିବା ଏହି ରେକର୍ଡ କୁ କୌଣସି ଖେଳାଳି ଭାଙ୍ଗିପାରି ନାହାନ୍ତି

  1. Home
  2. Cric Special

କୋହଲି ନା ରୋହିତ, 12 ବର୍ଷ ତଳେ ସେହୱାଗ କରିଥିବା ଏହି ରେକର୍ଡ କୁ କୌଣସି ଖେଳାଳି ଭାଙ୍ଗିପାରି ନାହାନ୍ତି


କ୍ରିକେଟ ଇତିହାସରେ ଯେବେ ବିସ୍ପୋରକ ବ୍ଯାଟିଙ୍ଗର ଚର୍ଚ୍ଚା ହୁଏ ସେତେବେଳେ ସର୍ବ ପ୍ରଥମେ ବିରେନ୍ଦ୍ର ସେହୱାଗଙ୍କ ନାମ ସମସ୍ତଙ୍କ ମୁହଁରେ ଆସେ । ସେହୱାଗ ତାଙ୍କ କ୍ଯାରିୟରରେ ବିଶ୍ଵର ଅନେକ ମହାନ ବୋଲୋରଙ୍କ ଆଗରେ ଘାତକ ବ୍ୟାଟିଂ କରି, ସେମାନଙ୍କ ଗର୍ବ କୁ ଭାଙ୍ଗିଛନ୍ତି ।

ସେହୱାଗ ଯେବେ ବ୍ୟାଟିଂ କରନ୍ତି ସେତେବେଳେ ପ୍ରତିପକ୍ଷ ଦଳର ସବୁ ରଣନୀତି ଫେଲ ମାରେ । ସେ ଟେଷ୍ଟ ହେଉ କି ଦିନିକିଆ କିମ୍ବା ଟି-20 ସବୁ ଫର୍ମାଟରେ ବ୍ୟାଟିଂ କରି ପ୍ରତିପକ୍ଷ ଦଳକୁ ଧୂଳିସାତ କରନ୍ତି ପୂର୍ବତନ ଭାରତୀୟ ଓପନର ସେହୱାଗ ।

ସବୁ ପ୍ରତିପକ୍ଷ ବୋଲୋରଙ୍କ ଟାର୍ଗେଟ ଥାଏ ବୀରୁ ଙ୍କ ୱିକେଟ । ସେ ଯେତେ ସମୟ ଯାଏଁ ଆଉଟ ହୋଇ ନ ଥିବେ ସେତେ ଯାଏଁ ଅଣନିଶ୍ବାସୀ ହୋଇ ପଡନ୍ତି ପ୍ରତିପକ୍ଷ ଦଳ । ତାଙ୍କ କ୍ଯାରିୟରରେ ବିରେନ୍ଦ୍ର ଖେଳିଛନ୍ତି ଭାରତ ପାଇଁ ଅନେକ ବିସ୍ଫୋରକ ଇନିଙ୍ଗ୍ସ ।

ସେହୱାଗଙ୍କ ଏହି ରେକର୍ଡ କିଏ ବି ଭାଙ୍ଗିପାରି ନାହାନ୍ତି:

ମୁଲତାନ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ସେହୱାଗ ଖେଳିଥିବା 309 ରନ ର ବିସ୍ଫୋରକ ଇନିଙ୍ଗ୍ସ କୁ କେହି ବି ଆଜି ଯାଏଁ ଭୁଲିପାରି ନାହାନ୍ତି । ତାପରେ ସେ ସାଉଥ ଆଫ୍ରିକା ବିପକ୍ଷରେ 319 ରନ୍ କରିଥିଲେ, ଏବଂ ଟେଷ୍ଟ ରେ 2 ଥର 300+ କରିଥିବା ଭାରତର ଏକମାତ୍ର ଖେଳାଳି ହୋଇଗଲେ । ଏହି ରେକର୍ଡ କୁ ଆଜି ଯାଏଁ କୌଣସି ଭାରତୀୟ ଖେଳାଳି ଭାଙ୍ଗି ପାରି ନାହାନ୍ତି ।

sehwag

45 ବର୍ଷୀୟ ସେହୱାଗ ଙ୍କ ପାଇଁ ଡିସେମ୍ବର 8 ଥିଲା ଏକ ବିଶେଷ ଦିନ । ଠିକ 12 ବ୍ରସ ତଳେ ଏହି ଦିନ ଇନ୍ଦୋର ର ହୋଲକାର ଷ୍ଟାଡିୟମ ରେ ସେହୱାଗ ଇତିହାସ ସୃଷ୍ଟି କରିଥିଲେ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସେ 219 ରନ ର ବିସ୍ଫୋରକ ଇନିଙ୍ଗ୍ସ ଖେଳିଥିଲେ ।

149 ବଲ ଖେଳି 219 ରନ କରିଥିଲେ । ତାଙ୍କର ବିସ୍ଫୋରକ ଇନିଙ୍ଗ୍ସରେ ରହିଥିଲା 25ଟି ଚୌକା ଓ 7ଟି ବିଶାଳ ଛକା । ତାଙ୍କର ଦୁଇ ଶତକ ସହାୟତାରେ ଭାରତ ଏହି ମ୍ଯାଚରେ 5 ୱିକେଟ ହରାଇ 418 ରନ ସ୍କୋର କରିଥିଲା ।

News Hub