ପିଙ୍କ ବଲ୍ ଟେଷ୍ଟରେ ଇତିହାସ ସୃଷ୍ଟି କରିବେ ଜୟସୱାଲ୍! ଭାଙ୍ଗିବେ ସଚିନଙ୍କ ଏହି ରେକର୍ଡ….

  1. Home
  2. Cric Special

ପିଙ୍କ ବଲ୍ ଟେଷ୍ଟରେ ଇତିହାସ ସୃଷ୍ଟି କରିବେ ଜୟସୱାଲ୍! ଭାଙ୍ଗିବେ ସଚିନଙ୍କ ଏହି ରେକର୍ଡ….


ଟେଷ୍ଟ ଡେବ୍ୟୁ କରିବା ଦିନଠାରୁ ଭାରତୀୟ ଓପନର୍ ଯଶସ୍ୱୀ ଜୟସୱାଲ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହି ସମୟ ମଧ୍ୟରେ ସେ ଅନେକ ରେକର୍ଡ ମଧ୍ୟ ଭାଙ୍ଗି ସାରିଛନ୍ତି। ବର୍ତ୍ତମାନ ତାଙ୍କ ଆଖି ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିବା ଉପରେ ରହିବ। ଏକ ବର୍ଷରେ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର୍ ହେବା ପାଇଁ ଜୟସୱାଲ୍ ୬ ଇନିଂସରେ ୨୮୩ ରନ ଆବଶ୍ୟକ କରୁଛନ୍ତି।

Jaiswal

ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସୱାଲ ଗୋଟିଏ ଇନିଂସରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର୍ ହେବା ପାଇଁ ୬ ଇନିଂସରେ ୨୮୩ ରନ ଆବଶ୍ୟକ କରୁଛନ୍ତି। ଯଦି ସେ ଏହା କରନ୍ତି ତେବେ ସେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ଅତିକ୍ରମ କରିବେ। ସଚିନ୍ ଗୋଟିଏ ବର୍ଷରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ରଖିଛନ୍ତି। ସଚିନ୍ ୨୦୧୦ ରେ ଏହି ସଫଳତା ହାସଲ କରିଥିଲେ।

Sachin

ସେ ସେହିବର୍ଷ ୧୪ ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ହାରାହାରି ୫୫.୯୦ ସହିତ ୧୫୬୨ ରନ୍ ସ୍କୋର କରିଛନ୍ତି। ଏହି ଅବଧିରେ, ତାଙ୍କ ବ୍ୟାଟରୁ ୭ ଶତକ ଏବଂ ୫ ଅର୍ଦ୍ଧ ଶତକ ଆସିଥିଲା। ୨୨ ବର୍ଷୀୟ ଯଶସ୍ବୀ ୨୦୨୪ ରେ ୧୨ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଏବଂ ୫୮.୧୮ ର ଆଭରେଜ୍ ସହିତ ୧୨୮୦ ରନ୍ କରିଛନ୍ତି। ଏହି ଅବଧିରେ ସେ ୩ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ଯଶସ୍ବୀ ଚଳିତ ବର୍ଷ ଶେଷ ସୁଦ୍ଧା ତାଙ୍କ ନାମରେ ଆଉ ଏକ ସଫଳତା ହାସଲ କରିବାକୁ ଚାହୁଁଛନ୍ତି।

Jaiswal

ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଜୟସ୍ୱାଲ ଖାତା ଖୋଲିପାରିନଥିଲେ କିନ୍ତୁ ପରେ ସେ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏଥିସହିତ ସେ ଦ୍ୱିତୀୟ ଇନିଂସରେ ସେ ୧୬୧ (୨୯୭) ରନ୍ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୬ ରୁ ଆଡିଲେଡରେ ଖେଳାଯିବ। ଏହି ମ୍ୟାଚ୍ ଗୋଲାପୀ ବଲରେ ଖେଳାଯିବ।