ରାୟୁଡୁଙ୍କ ପରି ଏହି ଯୁବ ବ୍ୟାଟରଙ୍କୁ ହତାଦର କରୁଛି ବିସିସିଆଇ! ଖୁବଶୀଘ୍ର ନେବେ ଅବସର….

  1. Home
  2. Cric Special

ରାୟୁଡୁଙ୍କ ପରି ଏହି ଯୁବ ବ୍ୟାଟରଙ୍କୁ ହତାଦର କରୁଛି ବିସିସିଆଇ! ଖୁବଶୀଘ୍ର ନେବେ ଅବସର….


ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ ନିଜର ଚମତ୍କାର ପ୍ରଦର୍ଶନ ସହିତ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ। ସେ ମଧ୍ୟମ କ୍ରମରେ ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ନିଜକୁ ସବୁଠାରୁ ନିର୍ଭରଯୋଗ୍ୟ ଖେଳାଳି ସାବ୍ୟସ୍ତ କରିଥିଲେ। କିନ୍ତୁ ବିସିସିଆଇ ତାଙ୍କୁ ୨୦୧୯ ବିଶ୍ୱକପ୍‌ରେ ସୁଯୋଗ ନ ଦେଇ ତାଙ୍କର ସମସ୍ତ ଆଶା ଧୂଳିସାତ କରି ଦେଇଥିଲା।

Rayudu

ତାଙ୍କୁ ରିଜର୍ଭ ଖେଳାଳି ଭାବରେ ଚୟନ କରାଯାଇଥିଲେ ହେଁ ବ୍ୟବହାର କରାଯାଇନଥିଲା, ଏହା ପରେ ସେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିବା ସହିତ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ଅନ୍ୟ ଜଣେ ଭାରତୀୟ ଖେଳାଳିଙ୍କ ସହ ମଧ୍ୟ ଏହିପରି ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଖେଳାଳି ଜଣକ କିଏ....

ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଝାଡଖଣ୍ଡର ଯୁବ ୱିକେଟ୍ କିପର୍ ଏବଂ ବ୍ୟାଟ୍ସମ୍ୟାନ୍ ଇଶାନ କିଶନ। ଯିଏକି ପ୍ରଥମେ ବିସିସିଆଇ ଦ୍ୱାରା କେନ୍ଦ୍ରୀୟ ଚୁକ୍ତିରୁ ହଟା ଯାଇଥିଲେ ଏବଂ ପରେ ତାଙ୍କ ପାଇଁ ଟିମ୍ ଇଣ୍ଡିଆର କବାଟ ମଧ୍ୟ ବନ୍ଦ ହୋଇ ଯାଇଥିଲା। ତେବେ ବିସିସିଆଇ ତାଙ୍କୁ ଦୁଲିପ ଟ୍ରଫିରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦେଇଛି। କିନ୍ତୁ ଏହି ଟୁର୍ନାମେଣ୍ଟରେ ତାଙ୍କର ଭଲ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଦଳକୁ ଫେରିବା କଷ୍ଟସାଧ୍ୟ ମନେହୁଏ।

Ishan

ଭାରତରେ ଋଷଭ ପନ୍ତ ଜଣେ ୱିକେଟ୍ କିପର୍ ଏବଂ ବ୍ୟାଟ୍ସମ୍ୟାନ୍ ଭାବରେ ରହିଥିବାରୁ ଏହା ଅନୁମାନ କରାଯାଉଛି। ସମସ୍ତେ ଜାଣନ୍ତି ଯେ ପନ୍ତ ହେଉଛନ୍ତି ଜଣେ ଏପରି ଖେଳାଳି ଯିଏ ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ରହିବେ। ଏଥିସହ ଧ୍ରୁଭ ଜୁରେଲ, ସଞ୍ଜୁ ସାମସନ ଏବଂ  କେ.ଏଲ୍ ରାହୁଲଙ୍କ ଭଳି ମଧ୍ୟ ୱିକେଟ୍ କିପର ରହିଛନ୍ତି। ତେଣୁ ଏହି ସବୁକୁ  ଆଧାର କରି କିଶାନ ଭାରତ ପାଇଁ ସୁଯୋଗ ପାଇବେ ନାହିଁ ବୋଲି କହିବା ଭୁଲ ହେବ ନାହିଁ। ତେଣୁ ଏହି କାରଣରୁ କିଶାନ ଅମ୍ବାତି ରାୟୁଡୁଙ୍କ ଭଳି ପଦକ୍ଷେପ ନେଇପାରିବେ ବୋଲି କୁହାଯାଉଛି।

Ishan kishan

ଯଦି ଆମେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବା, ତେବେ ୨୬ ବର୍ଷୀୟ ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଭାରତ ପାଇଁ ଏପର୍ଯ୍ୟନ୍ତ ୨ ଟି ଟେଷ୍ଟ, ୨୭ଟି ଏକଦିବସିୟ ଏବଂ ୩୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୭୮ ରନ୍, ଏକଦିବସିୟ ରେ ୯୩୩ ରନ୍ ଏବଂ ଟି-୨୦ ରେ ୭୯୬ ରନ୍ ସଂଗ୍ରହ କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ୧ ଶତକ ଏବଂ ୧୪ଟି ଅର୍ଦ୍ଧଶତକ ସାମିଲ ରହିଛି ।