IND vs ENG: ୧୨ ବର୍ଷ ହେବ ଘରେ ହାରିନି ଭାରତ, ଏବେ ଇଂଲଣ୍ଡ ବଡ ଲକ୍ଷ୍ୟ ରଖି ଆସୁଛି ଭାରତ….

  1. Home
  2. Cric Special

IND vs ENG: ୧୨ ବର୍ଷ ହେବ ଘରେ ହାରିନି ଭାରତ, ଏବେ ଇଂଲଣ୍ଡ ବଡ ଲକ୍ଷ୍ୟ ରଖି ଆସୁଛି ଭାରତ….


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାନୁୟାରୀ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହାଇଦ୍ରାବାଦ ଠାରେ ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଭ୍ରମଣକାରୀ ଦଳକୁ ଭେଟିବାକୁ ଯାଉଛି। ଏହି ହାଇ ପ୍ରୋଫାଇଲ୍ ଟେଷ୍ଟ ସିରିଜରେ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଏକ ରୋମାଞ୍ଚକର ଯୁଦ୍ଧ ଦେଖିବାକୁ ମିଳିବା ଆଶା କରାଯାଉଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏହି ଟେଷ୍ଟ ସିରିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।  

India

ଗୋଟିଏ ପଟେ ଇଂଲଣ୍ଡ ନିଜର ଆକ୍ରମଣାତ୍ମକ "ବ୍ୟାଜ୍-ବଲ୍" ଶୈଳୀରେ କ୍ରିକେଟ ଖେଳିବାକୁ ବଦ୍ଦ ପରିକର ରହିଥିବା ବେଳେ ଭାରତର ଟର୍ନିଂ ଟ୍ରାକ ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ସବୁଠାରୁ ବଡ଼ କଥା ହେଉଛି ଗତ ୧୨ ବର୍ଷ ହେବ ଭାରତ ନିଜ ଦେଶରେ କୌଣସି ଟେଷ୍ଟ ସିରିଜ ହାରିନାହିଁ। ତେଣୁ ଭାରତକୁ ଭାରତରେ ହରାଇବା ଇଂଲଣ୍ଡ ପାଇଁ ବଡ଼ ଲକ୍ଷ ରହିବ।

ଅନ୍ୟପକ୍ଷରେ ୨୦୧୨ ମସିହାରେ ଇଂଲଣ୍ଡ ହିଁ ଶେଷ ଦେଶ ଭାବରେ ଭାରତକୁ ଭାରତରେ ହରାଇବାକୁ ସକ୍ଷମ ହୋଇଥିଲା। ୨୦୧୨ ପରଠାରୁ ଭାରତ ଘରେ ୪୬ ଟି ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ ମାତ୍ର ୩ଟି ମ୍ୟାଚ ହାରିଛି ଏବଂ ୩୬ଟି ଜିତିଛି। ତେଣୁ ଭାରତକୁ ନିଜ ମାଟିରେ ହରାଇବା କଷ୍ଟକର ହେବ କିନ୍ତୁ ଏଥିଲାଗି ଇଂଲଣ୍ଡ ମଧ୍ୟ ଭାରତକୁ କଡା ଟକ୍କର ଦେବାକୁ ଲକ୍ଷ ରଖିବ। 

England

କହିବାକୁ ଗଲେ ଭାରତ ପାଇଁ ନିଜ ଦେଶର ସମସ୍ତ ଗ୍ରାଉଣ୍ଡ ଏକ ଅଭେଦ୍ୟ କିଲା ଅଟେ। ଏପର୍ଯ୍ୟନ୍ତ ସୁଦ୍ଧା ନିଜ ଘରୋଇ ମାଟିରେ ଲଗାତାର ଟେଷ୍ଟ ସିରିଜ ଜିତିବାର ରେକର୍ଡ ଭାରତ ନାମରେ ରହିଛି। ଭାରତ ପଛକୁ କେବଳ ଅଷ୍ଟ୍ରେଲିଆ ହିଁ ନିଜ ଦେଶରେ ଲଗାତାର ୧୦ଟି ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଛି। ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ଜିତିଲେ ଏହା ଭାରତ ମାଟିରେ ଭାରତର ୧୭ ତମ ଟେଷ୍ଟ ସିରିଜ ବିଜୟ ହେବ।

Eng vs ind

ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ:- ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସୱାଲ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), କେ.ଏସ୍ ଭରତ (ୱିକେଟ୍ କିପର), ଧ୍ରୁଭ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦିପ୍ ଯାଦବ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଆବେଶ ଖାନ।

ଇଂଲଣ୍ଡ: ବେନ୍ ଷ୍ଟୋକ୍ସ (ଅଧିନାୟକ), ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ରେହାନ୍ ଅହମ୍ମଦ, ଜନି ବେୟାରଷ୍ଟୋ (ୱିକେଟ୍ କିପର), ଶୋଏବ ବଶିର, ହ୍ୟାରି ବ୍ରୁକ, ବେନ ଫୋକ୍ସ (ୱିକେଟ୍ କିପର), ଜେମ୍ସ ଆଣ୍ଡରସନ୍, ଗୁସ୍ ଆଟକିନ୍ସନ୍, ଟମ୍ ହାର୍ଟଲି, ଜ୍ୟାକ୍ ଲିଚ୍, ଓଲି ପୋପ୍, ଅଲି ରବିନ୍ସନ୍, ଜୋ ରୁଟ୍, ମାର୍କ ଓଡ୍।

ଆହୁରି ପଢ଼ନ୍ତୁ:- ଚାଚା କଲେ କମାଲ, 100 ରନ୍ ସ୍କୋର ମଧ୍ୟ କରିପାରିଲା ନାହିଁ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ କୌଣସି ପ୍ରକାରେ ନିଜର ଇଜ୍ଜତ ବଞ୍ଚେଇଲା