ଅବସର ପରେ ଧୋନିଙ୍କ ଠାରୁ ସଚିନ ପର୍ଯ୍ୟନ୍ତ ସମସ୍ତଙ୍କୁ BCCI ଦେଇଥାଏ ଏତେ ଟଙ୍କାର ପେନସନ

  1. Home
  2. Cric Special

ଅବସର ପରେ ଧୋନିଙ୍କ ଠାରୁ ସଚିନ ପର୍ଯ୍ୟନ୍ତ ସମସ୍ତଙ୍କୁ BCCI ଦେଇଥାଏ ଏତେ ଟଙ୍କାର ପେନସନ


BCCI Pension: କ୍ରିକେଟ୍ ରୁ ଅବସରପ୍ରାପ୍ତ ଖେଳାଳିଙ୍କୁ ବିସିସିଆଇ ଦେଇଥାଏ ପେନସନ୍ । ତେବେ ସମସ୍ତଙ୍କ ମନରେ ଜିଜ୍ଞାସା ହେଉଥିବ ଯେ ବିସିସିଆଇ ଖେଳାଳିମାନଙ୍କୁ  କେତେ ଟଙ୍କା ପେନସନ ଦେଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ... 

କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ କ୍ରିକେଟକୁ ପସନ୍ଦ କରାଯାଏ । ତେବେ କ୍ରିକେଟ୍ ପାଇଁ ସବୁଠାରୁ କ୍ରେଜ୍ ଭାରତରେ ଦେଖିବାକୁ ମିଳିଥାଏ । ଭାରତୀୟ କ୍ରିକେଟରଙ୍କୁ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ବାସ୍ତବରେ ବିସିସିଆଇ କେବଳ ୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କୁ ପେନସନ ଦେଇଥାଏ।

ସୁନୀଲ ଗାଭାସ୍କର :

ଏହି ତାଲିକାର ପ୍ରଥମ ନାମ ସୁନୀଲ ଗାଭାସ୍କର ଏବଂ ଉଲ୍ଲେଖଯୋଗ୍ୟ ଯେ ବିସିସିଆଇ ତାଙ୍କୁ ମାସିକ ୭୦,୦୦୦ ଟଙ୍କା ପେନସନ୍ ପ୍ରଦାନ କରିଥାଏ। 

ସଚିନ ତେନ୍ଦୁଲକର:

ଏଥିରେ ଦ୍ୱିତୀୟ ନାମ ସଚିନ ତେନ୍ଦୁଲକରଙ୍କ ନାମ ରହିଛି, ଯାହାଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ । ବିସିସିଆଇ ତେନ୍ଦୁଲକରଙ୍କୁ ୭୦ ହଜାର ଟଙ୍କା ପେନସନ ମଧ୍ୟ ପ୍ରଦାନ କରୁଛି।

ମହେନ୍ଦ୍ର ସିଂହ ଧୋନି :

ଏହି ତାଲିକାର ତୃତୀୟ ନାମ ହେଉଛି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସୂଚନାଯୋଗ୍ୟ, ବିସିସିଆଇ ଏମ୍ ଏସ୍ ଧୋନିଙ୍କୁ ମଧ୍ୟ ୭୦ ହଜାର ଟଙ୍କା ପେନସନ୍ ପ୍ରଦାନ କରିଥାଏ।

ଇରଫାନ ପଠାନ :

ଭାରତୀୟ ଦଳର ପୂର୍ବତନ ଖେଳାଳି ଇରଫାନ ପଠାନ ବାମହାତୀ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ସୂଚନାଯୋଗ୍ୟ, ବିସିସିଆଇ ପଠାନଙ୍କୁ ୬୦ ହଜାର ଟଙ୍କା ପେନସନ୍ ପ୍ରଦାନ କରିଥାଏ।

ଯୁବରାଜ ସିଂହ :

ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ୨୦୨୨ରେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ। କିନ୍ତୁ ବିସିସିଆଇ ତାଙ୍କୁ ମାସକୁ ୬୦ ହଜାର ଟଙ୍କା ପେନସନ ଆକାରରେ ଦେଇଥାଏ।