ପର୍ପଲ କ୍ୟାପ୍ ପାଇବା ପରେ ବଢ଼ିଲା ହର୍ଷଲ ପଟେଲଙ୍କ ଗର୍ବ! ଏହି ଭାରତୀୟଙ୍କୁ କହିଲେ ନିଜର ପ୍ରଥମ ଶତ୍ରୁ…..

  1. Home
  2. Cric Special

ପର୍ପଲ କ୍ୟାପ୍ ପାଇବା ପରେ ବଢ଼ିଲା ହର୍ଷଲ ପଟେଲଙ୍କ ଗର୍ବ! ଏହି ଭାରତୀୟଙ୍କୁ କହିଲେ ନିଜର ପ୍ରଥମ ଶତ୍ରୁ…..


ପଞ୍ଜାବ କିଙ୍ଗସ୍ ଆଇପିଏଲ୍ ୨୦୨୪ ର ୬୫ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫ ୱିକେଟରେ ପରାସ୍ତ କରି ଏକ ଚମତ୍କାର ବିଜୟ ହାସଲ କରିଛି।  ବୁଧବାର, ଅର୍ଥାତ୍ ୧୫ ମଇରେ ଅନୁଷ୍ଠିତ ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୪୪ ରନ୍ ସ୍କୋର କରିଥିଲା।  ଏହାର ଜବାବରେ ପଞ୍ଜାବ କିଙ୍ଗସ ମାତ୍ର ୧୮ ଓଭରରେ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ବିଜୟର ସବୁଠାରୁ ବଡ ସୂତ୍ରଧର ବୋଲର ହର୍ଷଲ ପଟେଲ ରହିଥିଲେ।

Harshal

ସେ ପୁନର୍ବାର ମ୍ୟାଚ୍‌ରେ ମୋଟ ଦୁଇଟି ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ହୋଲ୍ଡର ହୋଇ ପାରିଛନ୍ତି। ପର୍ପଲ୍ କ୍ୟାପ୍ ନିଜ ନାମରେ କରିବା ପରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲରଙ୍କ ବିଷୟରେ କହିଥିଲେ, ଯାହାକୁ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ କେହି ବିଦେଶୀ ବୋଲର ନୁହଁନ୍ତି ବରଂ ଟିମ୍ ଇଣ୍ଡିଆର ଏକ ଅଂଶ ଅଟନ୍ତି?

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହର୍ଷଲ ପଟେଲ ତାଙ୍କ ୪ ଓଭରରେ ମୋଟ ୨୮ ରନ୍ ପାଇଁ ୨ ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ। ଏହି ମ୍ୟାଚରେ ଦୁଇଟି ୱିକେଟ୍ ନେବା ପରେ ସେ ପର୍ପଲ୍ କ୍ୟାପ୍ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି। ଏହି ବିଶେଷ ସଫଳତା ପରେ ସେ ଟିମ୍ ଇଣ୍ଡିଆର ୟର୍କର କିଙ୍ଗ ଜସପ୍ରୀତ ବୁମ୍ରାଙ୍କ ବିଷୟରେ ଉଲ୍ଲେଖ କରିଥିଲେ।


ସେ ତାଙ୍କୁ ନିଜର ପ୍ରତିଦ୍ୱନ୍ଦୀ ବୋଲି ଭାବନ୍ତି ବୋଲି କହିଥିଲେ। ଏହା ବ୍ୟତୀତ ସେ କହିଥିଲେ ଯେ ସେ ସର୍ବଦା ବୁମ୍ରାଙ୍କ ପରି ଜଣେ ଭଲ ବୋଲର ହେବାକୁ ଚାହୁଁଛନ୍ତି। ତାଙ୍କ ବିଷୟରେ ହର୍ଷଲ ପଟେଲ କହିଛନ୍ତି ଯେ, “ଜସପ୍ରୀତ ବୁମ୍ରା ହେଉଛନ୍ତି ଜଣେ ଯାହାକୁ ମୁଁ ସବୁବେଳେ ପ୍ରତିଦ୍ବନ୍ଦୀ ଭାବରେ ଦେଖିଛି। ମୁଁ ସବୁବେଳେ ତାଙ୍କ ଭଳି ଭଲ ହେବାକୁ ଇଚ୍ଛା କରେ। ପର୍ପଲ୍ କ୍ୟାପ୍ ପାଇଁ ଏହି ପ୍ରତିଯୋଗିତାରେ ଆମେ ଥିବାରୁ ଏହା ବହୁତ ଭଲ ଲାଗୁଛି”, ବୋଲି କହିଛନ୍ତି ହର୍ଷଲ୍।

ହର୍ଷଲ ପଟେଲ ଚଳିତବର୍ଷ ୧୩ ଟି ମ୍ୟାଚରେ ୯ ରନର ଇକୋନୋମି ସହିତ ୨୨ ଟି ୱିକେଟ୍ ନେଇଛନ୍ତି। ହର୍ଷଲ ୨୨ ୱିକେଟ୍ ସହିତ ପର୍ପଲ୍ କ୍ୟାପ୍ ନିଜ ନାମରେ କରି ପାରିଛନ୍ତି। ୧୩ ଟି ମ୍ୟାଚରେ ବୁମ୍ରା ୬ ରନର ଉତ୍କୃଷ୍ଟ ଇକୋନୋମି ସହିତ ୨୦ଟି ୱିକେଟ୍ ନେଇଛନ୍ତି। ପର୍ପଲ କ୍ୟାପ୍ ପାଇଁ ବୁମ୍ରା ଏବଂ ପଟେଲଙ୍କ ମଧ୍ୟରେ ଭଲ ସଂଘର୍ଷ ଚାଲିଛି। ତେବେ ଉଭୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସତ୍ତ୍ୱେ ଉଭୟ ଦଳ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବ କିଙ୍ଗ୍ସ ୯ମ ସ୍ଥାନରେ ଅଛି। ମୁମ୍ବାଇ ଇଣ୍ଡିଆନ୍ସ ଦଶମ ସ୍ଥାନରେ ଅଛି ଏବଂ ପ୍ଲେ ଅଫ୍ ରୁ ବାଦ୍ ପଡ଼ିଛି।

Harshal bumrah

ହର୍ଷଲ ପଟେଲଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ବର୍ତ୍ତମାନର ସିଜନ ବହୁତ ଭଲ ରହିଛି। ସେ ସିଜନ ଆରମ୍ଭରେ ବହୁତ ରନ୍ ଦେଇଥିଲେ ଏବଂ ବହୁତ କମ୍ ୱିକେଟ୍ ନେଇଥିଲେ।  କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବୋଲିଂରେ ବହୁତ ଉନ୍ନତି ହୋଇଛି। ସେ କମ୍ ରନ୍ ମଧ୍ୟ ଖର୍ଚ୍ଚ କରୁଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ମଧ୍ୟ ନେଉଛନ୍ତି।