ଅଧିନାୟକ ପଦରୁ ବିଦା ହେବେ ହାର୍ଦ୍ଦିକ ପାଣ୍ଡ୍ୟା! ରୋହିତ ପୁଣିଥରେ ହେବେ କି ଅଧିନାୟକ?

  1. Home
  2. Cric Special

ଅଧିନାୟକ ପଦରୁ ବିଦା ହେବେ ହାର୍ଦ୍ଦିକ ପାଣ୍ଡ୍ୟା! ରୋହିତ ପୁଣିଥରେ ହେବେ କି ଅଧିନାୟକ?


ଚଳିତବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ। ୫ ଥର ଟାଇଟେଲ ଜିତିବା ସହିତ ଏହି ଦଳ ଆଇପିଏଲ ଇତିହାସର ଅନ୍ୟତମ ସଫଳ ଦଳ ଅଟେ। ତେବେ, ଚଳିତବର୍ଷ ଦଳ ଲଗାତାର ତିନୋଟି ବଡ଼ ପରାଜୟ ବରଣ କରିଛି। ପ୍ରଥମେ ମୁମ୍ବାଇ ଦଳ ଗୁଜୁରାଟ ଟାଇଟାନ୍ସ ବିରୋଧରେ ଜିତିବା ପରିସ୍ଥିତିରୁ ମ୍ୟାଚ ହାରି ଯାଇଥିଲା। 

Hardik rohit

ସେହିପରି ଦ୍ଵିତୀୟ ମ୍ୟାଚରେ ଦଳର ଅନଅଭିଜ୍ଞ ବୋଲିଂ ଲାଇନଅପ୍ ପଦାରେ ପଡି ଯାଇଥିଲା। ଏହି ମ୍ୟାଚରେ ହାଇଦ୍ରାବାଦ ମୁମ୍ବାଇ ବୋଲିଂ ବିରୁଦ୍ଧରେ ୨୭୮ ରନର ରେକର୍ଡ ଲକ୍ଷ ଧାର୍ଯ୍ୟ କରିବାରେ ସଫଳ ହୋଇଥିଲା। ଅବଶ୍ୟ ମୁମ୍ବାଇ ଦଳ ମଧ୍ୟ ଭଲ ବ୍ୟାଟିଂ କରି ୨୫୭ ରନ କରିବାରେ ସଫଳ ହୋଇଥିଲା। କିନ୍ତୁ, ଏହି ମ୍ୟାଚରେ ହାର୍ଦିକ ପାଣ୍ଡ୍ୟାଙ୍କର ସ୍ଲୋ ବ୍ୟାଟିଂ ପୁଣିଥରେ ପରାଜୟର କାରଣ ସାଜିଥିଲା।

Rohit

ମୁମ୍ବାଇ ଏହାର ତୃତୀୟ ମ୍ୟାଚ ରାଜସ୍ଥାନ ବିରୁଦ୍ଧରେ ନିଜ ଘରେ ମୁମ୍ବାଇରେ ଖେଳିଥିଲା। କିନ୍ତୁ, ରାଜସ୍ଥାନ ରୟଲ୍ସର ଶାଣିତ ବୋଲିଂ ଲାଇନଅପ୍ ଆଗରେ ମୁମ୍ବାଇ ବ୍ୟାଟିଂ କାମ କରିନଥିଲା। ଦଳ ମାତ୍ର ୧୨୫ ରନରେ ଅଲଆଉଟ ହୋଇ ଯାଇଥିଲା। ଏହାରିମଧ୍ୟରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି।

ଏପରିକି ମୁମ୍ବାଇରେ ଟସ୍ ସମୟରେ ହାର୍ଦିକଙ୍କୁ ଲୋକେ ହୁଟିଂ ମଧ୍ୟ କରିଥିଲେ। ତେବେ, ଏହାରିମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ନିଜ ଅଧିନାୟକଙ୍କୁ ପରିବର୍ତ୍ତନ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଦଳ ହାର୍ଦିକଙ୍କୁ ଅଧିନାୟକ ପଦରୁ ବିଦା କରିପାରେ। ତେବେ, ଏପରି ପରିସ୍ଥିତିରେ କିଏ ହେବ ଆଗାମୀ ଅଧିନାୟକ ତାହା ଏକ ବଡ଼ ପ୍ରଶ୍ନ ଅଟେ।

Rohit

ମୁମ୍ବାଇ ପୁଣିଥରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦ ଦେବାକୁ ଚାହୁଁଥିବା କୁହାଯାଉଛି। କିନ୍ତୁ, ରୋହିତ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିବା ଶୁଣିବାକୁ ମିଳୁଛି। ଆଗାମୀ ସିଜନରେ ବଡ଼ ନିଲାମୀ ହେବାକୁ ଯାଉଥିବା ବେଳେ ରୋହିତ ମୁମ୍ବାଇ ଛାଡ଼ି ଅନ୍ୟ ଦଳରୁ ଖେଳିବାକୁ ଚାହୁଁଥିବା କହିଛନ୍ତି। ସେ କେକେଆର୍ ଦଳରେ ସାମିଲ ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି।