ଗମ୍ଭୀରଙ୍କ ଅନୁରୋଧ ରକ୍ଷା କରି ଦଳକୁ ଫେରିଲେ ବିରାଟ! ଏଭଳି ମତ ରଖିଲା ବିସିସିଆଇ….

  1. Home
  2. Cric Special

ଗମ୍ଭୀରଙ୍କ ଅନୁରୋଧ ରକ୍ଷା କରି ଦଳକୁ ଫେରିଲେ ବିରାଟ! ଏଭଳି ମତ ରଖିଲା ବିସିସିଆଇ….


ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କୁ ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମରେ ଏକାଠି ଦେଖିବାକୁ ମିଳିବ। ଦିଲ୍ଲୀ, କ୍ଲବ କ୍ରିକେଟ ଏବଂ ଭାରତ ପାଇଁ ଉଭୟ ଖେଳାଳି ଏକାଠି ଅନେକ କ୍ରିକେଟ୍ ଖେଳିଛନ୍ତି। କିନ୍ତୁ, ଏଥର ଉଭୟ ଖେଳାଳିଙ୍କ ଭୂମିକା ଅଲଗା ହେବ। ଗମ୍ଭୀର ଜଣେ ପ୍ରଶିକ୍ଷକ ଭାବରେ ଟିମ୍ ଇଣ୍ଡିଆର ଅଂଶ ହେବେ। ଯେଉଁଠାରେ ବିରାଟ ଜଣେ ବରିଷ୍ଠ ଖେଳାଳି ଭାବରେ ଦାୟିତ୍ୱ ତୁଲାଇବେ। 

Virat

ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ବିରାଟ କୋହଲି ଲଣ୍ଡନରେ ତାଙ୍କ ପରିବାର ସହିତ ଛୁଟି କଟାଉଛନ୍ତି। ଟିମ୍ ଇଣ୍ଡିଆକୁ ଚଳିତ ମାସରେ ଶ୍ରୀଲଙ୍କା ଗସ୍ତ କରୁଛି। ଯେଉଁଠାରେ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହି ଯାତ୍ରା ପୂର୍ବରୁ ବିରାଟଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଖବର ଆସିଥିଲା। କିନ୍ତୁ, ମୁଖ୍ୟ ପ୍ରଶିକ୍ଷକ ବିରାଟଙ୍କୁ ଏହି ସିରିଜ୍ ପାଇଁ ଉପଲବ୍ଧ ହେବାକୁ ଅନୁରୋଧ କରିଥିଲେ, ଯାହାକୁ ବିରାଟ ଗ୍ରହଣ କରିଛନ୍ତି।

Gambhir

ବିସିସିଆଇକୁ ପକ୍ଷରୁ କୁହାଯାଇଛି ଯେ,"ବିରାଟ କୋହଲି ବିସିସିଆଇକୁ ସୂଚନା ଦେଇଛନ୍ତି ଯେ ସେ ଗୌତମ ଗମ୍ଭୀରଙ୍କ ଅନୁରୋଧ କ୍ରମେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଉପଲବ୍ଧ ରହିବେ। କାରଣ, କୋଚ୍ ଭାବେ ଏହା ତାଙ୍କର ପ୍ରଥମ ସିରିଜ୍ ହେବ”।

ରାହୁଲ ଦ୍ରାବିଡଙ୍କ ପରେ ବିସିସିଆଇ ଗୌତମ ଗମ୍ଭୀରଙ୍କୁ ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ଗସ୍ତରେ ପ୍ରଥମ ଥର ପାଇଁ ଏହି ସିରିଜର ନେତୃତ୍ୱ ନେଉଥିବାର ନଜର ଆସିବେ। ଦଳ ଏହାର ପ୍ରଥମ ଗସ୍ତରେ ନିରାଶର ସମ୍ମୁଖୀନ ହେବାକୁ ଚାହୁଁନାହିଁ। ଏଭଳି ପରିସ୍ଥିତିରେ ସେ ଏହି ଟୁର୍ ରେ ବରିଷ୍ଠ ଖେଳାଳିଙ୍କୁ ସାଙ୍ଗରେ ନେବାକୁ ଯଥାସମ୍ଭବ ଚେଷ୍ଟା କରିବେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି।

Virat gambhir

ଏହି ସିରିଜ୍ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଅଧିନାୟକ କରାଯାଇଥିବା ବେଳେ ରୋହିତ ଶର୍ମା ପୂର୍ବଭଳି ଦିନିକିଆ ଏବଂ ଟେଷ୍ଟ ଦଳର ନେତୃତ୍ୱ ନେବେ। ଏହାପୂର୍ବରୁ ମଧ୍ୟ ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିସାରିଛନ୍ତି।