ଗମ୍ଭୀରଙ୍କୁ ମିଳିଗଲା ମହମ୍ମଦ ସାମିଙ୍କ ବିକଳ୍ପ! ନିଜର ଧୃତ ବୋଲିଂ ସହିତ କରୁଛନ୍ତି ଚମତ୍କାର ପ୍ରଦର୍ଶନ….

  1. Home
  2. Cric Special

ଗମ୍ଭୀରଙ୍କୁ ମିଳିଗଲା ମହମ୍ମଦ ସାମିଙ୍କ ବିକଳ୍ପ! ନିଜର ଧୃତ ବୋଲିଂ ସହିତ କରୁଛନ୍ତି ଚମତ୍କାର ପ୍ରଦର୍ଶନ….


ପାଦ ଅସ୍ତ୍ରୋପଚାର ପରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ଏନସିଏରେ ରିହ୍ୟାବ୍ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ଦଳରେ ପ୍ରତ୍ୟାବର୍ତ୍ତନ ପାଇଁ ଶାମି କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। କିନ୍ତୁ, ତାଙ୍କୁ ଦଳକୁ ଫେରିବା ପାଇଁ ହୁଏ ତ ଆଉ କିଛି ସମୟ ଲାଗିପାରେ। ଏଥି ସହିତ, ଚୟନକର୍ତ୍ତା ମାନେ ମଧ୍ଯ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରି କୌଣସି ବିପଦ ନେବାକୁ ଚାହାଁନ୍ତି ନାହିଁ। 

Shami

ଏଭଳି ପରିସ୍ଥିତିରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଶାମିଙ୍କ ରିପ୍ଲେସମେଣ୍ଟ ଖୋଜି ପାଇଛନ୍ତି। ଯିଏ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବୋଲିଂ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ଟିମ୍ ଇଣ୍ଡିଆର ମୁଖ୍ୟ ବୋଲର୍ ମାନଙ୍କ ମଧ୍ୟରୁ ମହମ୍ମଦ ଶାମି ଅନ୍ୟତମ। ତାଙ୍କ ବିନା ଭାରତୀୟ ଦଳର ବୋଲିଂ  ଅସମ୍ପୂର୍ଣ୍ଣ ମନେହୁଏ। 

Shami

ଏକଦିବସିୟ ବିଶ୍ୱକପ୍ ୨୦୨୩ରେ ଦେଖା ଦେଇଥିଲା କିପରି ଶାମି ବୁମ୍ରାଙ୍କ ସହ ମିଶି ହଇଚଇ ସୃଷ୍ଟି କରି ୨୩ ୱିକେଟ୍ ନେଇଥିଲେ। କିନ୍ତୁ, ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ଯେଉଁଥିପାଇଁ ବର୍ଡର ଗାଭାସ୍କର ଟ୍ରଫି ପର୍ଯ୍ୟନ୍ତ ଫିଟ୍ ହେବା ତାଙ୍କ ପାଇଁ କଷ୍ଟକର ମନେହେଉଛି। ଏଭଳି ପରିସ୍ଥିତିରେ ଗୌତମ ଗମ୍ଭୀର ଆଇପିଏଲରେ କେକେଆର ଟିମ୍ କୁ ଚାମ୍ପିୟନ୍ କରାଇଥିବା ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଶାମିଙ୍କ ସ୍ଥାନ ଦେଇପାରନ୍ତି। 

Harshit

ଆଇପିଏଲ୍ ୨୦୨୪ରେ, ଦେଖାଯାଇଥିଲା ଯେ କେକେଆର୍ ପାଇଁ ଦ୍ରୁତ ବୋଲର ହର୍ଷିତ ରାଣା ନୂତନ ବଲ ଏବଂ ପୁରୁଣା ବଲ ସହିତ ଭଲ ବୋଲିଂ କରିଥିଲେ। ବିଶେଷକରି ତାଙ୍କ ଡେଥ ଓଭର ବୋଲିଂ ପ୍ରଶଂସନୀୟ ରହିଥିଲା। ହର୍ଷିତ ରାଣା ଆଇପିଏଲରେ ୧୩ଟି ମ୍ୟାଚ୍ ଖେଳି ୧୯ୱିକେଟ୍ ନେଇଥିଲେ। ଯେଉଁଥିପାଇଁ ଅନୁମାନ କରାଯାଏ ଯେ ଗୌତମ ଗମ୍ଭୀର ହୁଏ ତ ହର୍ଷିତ ରାଣାଙ୍କୁ ନିଜ ସହ ଅଷ୍ଟ୍ରେଲିଆ ଗସ୍ତରେ ନେଇ ପାରନ୍ତି। 

Harshit

ସେ କ୍ରମାଗତ ଭାବରେ ୧୪୦ କିମି ଗତିରେ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ହର୍ଷିତ ଏଡିଲେଡ ଏବଂ ପର୍ଥରେ ଅଷ୍ଟ୍ରେଲିଆର ଦ୍ରୁତ ପିଚରେ ହଇଚଇ ସୃଷ୍ଟି କରିପାରନ୍ତି। ସୂଚନା ଅନୁଯାୟୀ,ବର୍ଡର ଗାଭାସ୍କର ଟ୍ରଫି ନଭେମ୍ବରରେ ଆରମ୍ଭ ହେବ, ଯେଉଁଥିରେ ହର୍ଷିତ ରାଣା ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି। ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ପୂର୍ବରୁ ହର୍ଷିତ ରାଣା ଦୁଲିପ ଟ୍ରଫିରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ହର୍ଷିତ ରାଣା ଏପର୍ଯ୍ୟନ୍ତ ୨ ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ରାଣା ଦ୍ରୁତ ବୋଲିଂ କରି ଇଣ୍ଡିଆ- ସି ଏବଂ ଇଣ୍ଡିଆ-ଏ ବିପକ୍ଷରେ ୪-୪ ୱିକେଟ୍ ନେଇଥିଲେ। ତେବେ ହର୍ଷିତ ରାଣା ଫାଷ୍ଟ କ୍ଲାସ କ୍ରିକେଟ୍ ରେ ୯ ଟି ମ୍ୟାଚ୍ ଖେଳିଛନ୍ତି। ଏହି ଅବଧିରେ ସେ ୩୬ଟି ୱିକେଟ୍ ନେଇଛନ୍ତି। ଯେଉଁଥିରେ ସେ ଥରେ ୧୦ ୱିକେଟ୍ ଏବଂ ଗୋଟିଏ ଇନିଂସରେ ୫ ୱିକେଟ୍ ନେବାରେ ସଫଳ ହୋଇଛନ୍ତି।