ଜାଡେଜାଙ୍କ କାରଣରୁ ଶେଷ ହେଲା ଏହି ଓଡ଼ିଆ ଖେଳାଳିଙ୍କ କ୍ୟାରିୟର, ଧୋନି ସୁଯୋଗ ନଦେବାରୁ ଶୀଘ୍ର ନେଇଗଲେ ଅବସର

  1. Home
  2. Cric Special

ଜାଡେଜାଙ୍କ କାରଣରୁ ଶେଷ ହେଲା ଏହି ଓଡ଼ିଆ ଖେଳାଳିଙ୍କ କ୍ୟାରିୟର, ଧୋନି ସୁଯୋଗ ନଦେବାରୁ ଶୀଘ୍ର ନେଇଗଲେ ଅବସର

jadeja and ojha


କ୍ରିକେଟ୍ ଖବର: ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବୋର୍ଡର-ଗାଭାସ୍କର ଟ୍ରଫି ୨୦୨୩ର ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ପାଇଁ ସବୁଠୁ ବଡ଼ ବିପଦ ହୋଇ ଉଭା ହୋଇଛନ୍ତି। ଏହି ସିରିଜରେ ରବିନ୍ଦ୍ର ଜାଡେଜା ସର୍ବାଧିକ ୧୭ ଟି ୱିକେଟ୍ ନେଇଛନ୍ତି।

Jadeja

ଇନ୍ଦୌରର ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ବଡ଼ ବିପଦ ହୋଇ ପାରନ୍ତି। ତେବେ ଯେତେବେଳେ ରବିନ୍ଦ୍ର ଜାଡେଜା ଭାରତୀୟ ଟେଷ୍ଟ ଦଳରେ ଏଣ୍ଟ୍ରି କରିଥିଲେ, ଏହା ସହିତ ସେ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ କରିଥିଲେ। ସେ ଖେଳାଳି ଜଣେ ଓଡିଶାର ଖେଳାଳି ଥିଲେ।

ଏହି ଓଡ଼ିଆ ଖେଳାଳିଙ୍କ କ୍ୟାରିୟର ଶେଷରେ ଦାୟୀ ଜାଡେଜା:

ଏକ ସମୟରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସହ ପ୍ରଜ୍ଞାନ ଓଝାଙ୍କ ଯୋଡ଼ି ଟିମ୍ ଇଣ୍ଡିଆରେ ହିଟ୍ ବୋଲି ମନେ କରାଯାଉଥିଲା। କିନ୍ତୁ ରବିନ୍ଦ୍ର ଜାଡେଜାଙ୍କ ଆଗମନ ସହିତ ସବୁକିଛି ବଦଳି ଗଲା। ବାମହାତୀ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ମାତ୍ର ୩୩ ବର୍ଷ ବୟସରେ ଅବସର ଘୋଷଣା କରିବାକୁ ପଡ଼ିଥିଲା। ଏହାର ସବୁଠାରୁ ବଡ଼ କାରଣ ହେଉଛି ରବିନ୍ଦ୍ର ଜାଡେଜାଙ୍କ ଦଳରେ ଏଣ୍ଟ୍ରି। ୧୪ ନଭେମ୍ବର ୨୦୧୩ରେ ପ୍ରଜ୍ଞାନ ଓଝା ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, ଯାହା ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ମ୍ୟାଚ୍ ଥିଲା।

ମୁମ୍ବାଇରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ପ୍ରଜ୍ଞାନ ଓଝା ପ୍ରଥମ ଇନିଂସରେ ୪୦ ରନ୍ ଦେଇ ୫ ୱିକେଟ୍ ଓ ଦ୍ୱିତୀୟ ଇନିଂସରେ ୪୯ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଅର୍ଥାତ ସେ ଏହି ମ୍ୟାଚରେ ୮୯ ରନ୍ ଦେଇ ୧୦ ୱିକେଟ୍ ନେଇଥିଲେ। ଏହା ପରେ ଓଝାଙ୍କ ବୋଲିଂ ଆକ୍ସନ ଉପରେ ପ୍ରଶ୍ନ ଉଠିଥିଲା। ଏହି କାରଣରୁ ତାଙ୍କୁ ଟିମ୍ ଇଣ୍ଡିଆରୁ ବାହାରରେ ବସିବାକୁ ପଡ଼ିଥିଲା। 

ଏହା ପରେ ସେ ଆକ୍ସନରେ ଉନ୍ନତି ଆଣିବା ପାଇଁ କଠିନ ପରିଶ୍ରମ କରିଥିଲେ ଓ ଆଇସିସିରୁ କ୍ଲିନ୍ ଚିଟ୍ ମଧ୍ୟ ପାଇଥିଲେ। କିନ୍ତୁ ସେପର୍ଯ୍ୟନ୍ତ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଗୁଡ୍ ବୁକରେ ଥିବା ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିନେଇଥିଲେ। ଏହି କାରଣରୁ ଓଝା ଆଉ ଦଳକୁ ଫେରିପାରିନଥିଲେ। 

ପ୍ରଜ୍ଞାନ ଓଝାଙ୍କ କ୍ରିକେଟ୍ କ୍ୟାରିୟର:

ପ୍ରଜ୍ଞାନ ଓଝା ୨୦୦୯ ମସିହାରେ ଟି-୨୦ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ନିଜର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ମ୍ୟାଚରେ ଓଝା ୨୧ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ତାଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିଥିଲା। ଏହା ସତ୍ତ୍ୱେ ତାଙ୍କର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ୬ଟି ମ୍ୟାଚରେ ୧୦ ୱିକେଟକୁ ସୀମିତ ରହିଯାଇଛି।

pragyan-ojha

ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ବୋଲିଂରେ କେବେବି ପୂର୍ଣ୍ଣ ବିଶ୍ୱାସ ପ୍ରଦର୍ଶନ କରିପାରନ୍ତି ନାହିଁ । ଏହା ବ୍ୟତୀତ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ କାନପୁର ଟେଷ୍ଟରେ ଓଝା ନିଜର ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏହି ଟେଷ୍ଟରେ ଭାରତୀୟ ବିଜୟରେ ୪ ୱିକେଟ୍ ନେଇଥିଲେ।

ପ୍ରଜ୍ଞାନ ଓଝା ନିଜର ୨୪ଟି ଟେଷ୍ଟ ମ୍ୟାଚ୍ କ୍ୟାରିୟରରେ ୩୦.୨୬ ଏଭେରେଜରେ ମୋଟ ୧୧୩ ଟି ୱିକେଟ୍ ନେଇଥିଲେ। ସେ ଟେଷ୍ଟ ମ୍ୟାଚରେ ୭ ଥରର ଇନିଂସରେ ୫ ୱିକେଟ୍ ଓ ଥରେ ଗୋଟିଏ ମ୍ୟାଚରେ ୧୦ ୱିକେଟ୍ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଜ୍ଞାନ ଓଝାଙ୍କ ପ୍ରଦର୍ଶନ ଅଧିକ ପ୍ରଭାବଶାଳୀ ଥିଲା। କାରିବିଆନ୍ ଦଳ ବିପକ୍ଷରେ କେବଳ ୫ଟି ଟେଷ୍ଟ ମ୍ୟାଚରେ ତାଙ୍କ ଖାତାରେ ୩୧ ୱିକେଟ୍ ଆସିଥିଲା। ଏହା ବ୍ୟତୀତ ଓଝା ଟିମ୍ ଇଣ୍ଡିଆ ପାଇଁ ୧୮ଟି ODI ରେ ୨୧ ୱିକେଟ୍ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ରିତେଶ ଦେଶମୁଖ ମାରିଲେ ରୋହିତ ଶର୍ମାଙ୍କ ପରି ବିଶାଳ ଛକା, ଶର୍ଟ ଦେଖି ନାଚିଲେ ସୋହେଲ ଖାନ୍