ଅଧୁରା ରହି ଯାଇଥାନ୍ତା ବିଶ୍ୱକପ ସ୍ୱପ୍ନ! ୨୦୨୩ ବିଶ୍ୱକପ ହାରିବା ପରେ କୋଚ୍ ପଦ ଛାଡୁଥିଲେ ଦ୍ରାଭିଡ, କିନ୍ତୁ….

  1. Home
  2. Cric Special

ଅଧୁରା ରହି ଯାଇଥାନ୍ତା ବିଶ୍ୱକପ ସ୍ୱପ୍ନ! ୨୦୨୩ ବିଶ୍ୱକପ ହାରିବା ପରେ କୋଚ୍ ପଦ ଛାଡୁଥିଲେ ଦ୍ରାଭିଡ, କିନ୍ତୁ….


ଟି-୨୦ ବିଶ୍ୱକପ ୨୦୨୪ ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟାଇଟଲ ଜିତିଛି। ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଏବଂ ୨୨ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ହାତେଇବାରେ ସଫଳ ହୋଇଛି। ୧୧ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ଅନେକ ଉତ୍ଥାନ-ପତନ ଦେଖିଛି। ଅନେକ କିଛି ସୁଯୋଗ ଆସିଥିଲା ​​କିନ୍ତୁ ସେହି ସୁଯୋଗଗୁଡିକୁ ହାତେଇବାରେ ଭାରତ ବିଫଳ ହୋଇଥିଲା।

Win

ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଦୁଇଥର ଟାଇଟଲ ହାରିବା। ଏକଦିବସିୟ ବିଶ୍ୱକପ ପ୍ରତିଯୋଗିତାର ଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ସମଗ୍ର ଟୁର୍ନାମେଣ୍ଟରେ ଭାରତ ଗୋଟିଏ ବି ମ୍ୟାଚ୍ ହାରି ନଥିଲା। କିନ୍ତୁ, ଫାଇନାଲ୍ ମ୍ୟାଚରେ ପରାଜୟ ବରଣ କରିଥିଲା। କିନ୍ତୁ ନଭେମ୍ବର ୨୦୨୩ ରୁ ଜୁନ୍ ୨୦୨୪ ମଧ୍ୟରେ ଅନେକ ଘଟଣା ଘଟିଯାଇଛି। ବର୍ତ୍ତମାନ କୋଚ୍ ରାହୁଲ ଦ୍ରାବିଡ ଏ ବିଷୟରେ ପ୍ରକାଶ କରିଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ସେ ବିବୃତ୍ତି ଦେଇଛନ୍ତି।

Loss

ଟାଇଟଲ୍ ପରେ ରାହୁଲ ଦ୍ରାବିଡ ଡ୍ରେସିଂ ରୁମରେ ବିଦାୟ ଭାଷଣରେ ନିଜର ହୃଦୟର କଥା କହିଥିଲେ। ଏକଦିବସିୟ ବିଶ୍ୱକପରେ ପରାଜୟ ପରେ ରାହୁଲ ଦ୍ରାବିଡ କୋଚ ପଦରୁ ଇସ୍ତଫା ଦେବାକୁ ଯାଉଥିଲେ। କିନ୍ତୁ ରୋହିତ ଶର୍ମା ତାଙ୍କୁ ମନାଇବାରେ ସାହାଯ୍ୟ କରିଥିଲେ ଏବଂ ସେ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ କୋଚ ଭୂମିକାରେ ରୁହନ୍ତୁ ବୋଲି ଅନୁରୋଧ କରିଥିଲେ।

Rohit dravid

ରାହୁଲ ଦ୍ରାବିଡ କହିଛନ୍ତି ଯେ, “ମୁଁ ରୋହିତ ଶର୍ମାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ମୋତେ ବୁଝିବା ପାଇଁ ତାଙ୍କୁ ପ୍ରକୃତରେ ଧନ୍ୟବାଦ ଦେଉଛି। ନଭେମ୍ବରରେ ସେ ମୋତେ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ କୋଚିଂ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ମୁଁ ତାଙ୍କ ସହିତ କାମ କରିବାକୁ ପୁରା ଉପଭୋଗ କରିଛି। ରୋହିତଙ୍କୁ ତାଙ୍କ ସମୟ ପାଇଁ ବିଶେଷ ଧନ୍ୟବାଦ। କ୍ୟାପଟେନ୍ ଏବଂ କୋଚ୍ ଭାବରେ ଆମକୁ ଅନେକ ବିଷୟରେ ଆଲୋଚନା କରିବାକୁ ପଡିଥାଏ। ବେଳେ କିଛି କଥା ଉପରେ ଆମେ ସହମତି ପ୍ରକାଶ କରୁଥିବା ବେଳେ ଅନ୍ୟକିଛିରେ ଅସହମତି ପ୍ରକାଶ ପାଇଥାଏ”।

Rohit dravid

୨୦୨୪ ଟି-୨୦ ବିଶ୍ୱକପ ଫାଇନାଲ ପରେ ରାହୁଲ ଦ୍ରାବିଡଙ୍କ ଟିମ୍ ଇଣ୍ଡିଆର କୋଚ୍ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ଦ୍ରାବିଡ ୨୦୨୧ ଶେଷରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଟି-୨୦ ବିଶ୍ୱକପ ୨୦୨୪ ପର୍ଯ୍ୟନ୍ତ ଦଳ ସହିତ ରହିଥିଲେ। ଯଦି ଦ୍ରାବିଡ ଚାହିଁଥାନ୍ତେ, ସେ ପୁନର୍ବାର କୋଚିଂ ପଦ ପାଇଁ ଆବେଦନ କରିଥାନ୍ତେ, କିନ୍ତୁ ସେ ତାହା କରିନାହାଁନ୍ତି। କ୍ରିକେଟ୍ ବିଶେଷଜ୍ଞଙ୍କ ଅନୁଯାୟୀ, ଭେଟେରାନ୍ ଖେଳାଳି ପୁନର୍ବାର ଏହି ଦାୟିତ୍ୱ ଗ୍ରହଣ କରିନଥିଲେ କାରଣ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ଆଗକୁ ଗୌତମ୍ ଗମ୍ଭୀର ଏହି ଦାୟିତ୍ୱ ତୁଲାଉଥିବା ଦେଖିବାକୁ ମିଳିପାରେ।