WORLD BEST XI 2021: ଏହି ୧୧ ଜଣ ଖେଳାଳି ଦିନିକିଆ ମ୍ୟାଚରେ ଭଲ ପଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ

କ୍ରିକେଟ୍ ଖବର : ୨୦୨୧ ବର୍ଷ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ୨୦୨୨ ଆଉ ଦିନ କେତୋଟି ଗଲେ ଆରମ୍ଭ ହେବ। ତେବେ ଚଳିତ ବର୍ଷ କ୍ରିକେଟ୍ ଜଗତର ଅନେକ ନୂତନ ଖେଳାଳି ସେମାନଙ୍କ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ତେଣୁ ଅନେକ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲେ। ଏହି ବର୍ଷ ପ୍ରଥମ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧ ର ଟାଇଟଲ୍ ମ୍ୟାଚ୍ ସମାପ୍ତ ହେଲା ଏବଂ ଟି-୨୦ ବିଶ୍ୱକପ୍ ମଧ୍ୟ ଖେଳାଯାଇଥିଲା। ଯାହା ଅଷ୍ଟ୍ରେଲୀଆ ଦଳ ଜିତି ପ୍ରଥମ ଥର ପାଇଁ ଇତିହାସ ସୃଷ୍ଟି କଲା।
ଏହି ବର୍ଷ ଏପରି ଅନେକ ଖେଳାଳି ଥିଲେ ଯେଉଁମାନେ ବର୍ଷସାରା ଆଲୋଚନାରେ ରହିଥିଲେ। କେହି କେହି ସର୍ବାଧିକ ରନ୍ ସ୍କୋର କରିଥିଲେ ତ, ଆଉ କେହି ଗୋଟିଏ ମ୍ୟାଚରେ ୧୦ ଟି ଯାକ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ।ଏହି ବିଶେଷ ରିପୋର୍ଟରେ, ଆମେ ଚଳିତ ବର୍ଷର ଶ୍ରେଷ୍ଠ ଦିନିକିଆ ଖେଳିଥିବା ଶ୍ରେଷ୍ଠ ଏକାଦଶ ଦଳ ବିଷୟରେ ଉଲେଖ୍ୟ କରିଛୁ। ଯେଉଁଥିରେ କ୍ରିକେଟ୍ ଜଗତର ବହୁ ପ୍ରସିଦ୍ଧ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ତେବେ ଆସନ୍ତୁ ନଜର ପକାଇବା ତାଲିକା ଉପରେ…
୧) ପଲ୍ ଷ୍ଟିରଲିଂ :
ଆମ ତାଲିକାର ପ୍ରଥମ ନାଁ ହେଉଛି ଆୟର୍ଲାଣ୍ଡର ଓପନର୍ ବ୍ୟାଟ୍ସମ୍ୟାନ୍ ପଲ୍ ଷ୍ଟିରଲିଙ୍ଗଙ୍କ ନାମ। ସେ ୨୦୨୧ ମସିହାରେ ୫୦ ଓଭର ଫର୍ମାଟ୍ ଵାଲା ମ୍ୟାଚ୍ ଖେଳିବାବେଳେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଚଳିତ ବର୍ଷ (୨୦୨୧) ସେ ମୋଟ ୧୪ ଟି ୫୦ ଓଭର ମ୍ୟାଚ୍ ଖେଳିଥିଲେ। ଯେଉଁଥିରେ ସେ ୫୪.୨୩ ର ହାରରେ ବ୍ୟାଟିଂ କରିଛନ୍ତି। ଆଉ ମୋଟ ୭୦୫ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ସେ ୩ଟି ଶତକ ଓ ଦୁଇଟି ଅର୍ଦ୍ଧ ଶତକ ମାରିଛନ୍ତି। ଚଳିତ ବର୍ଷ ଏହି ଫର୍ମାଟରେ ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୧୩୧ ରନ୍ (ନଟ୍ ଆଉଟ)। ଏଥିସହିତ ତାଙ୍କ ବ୍ୟାଟିଂ ଷ୍ଟ୍ରାଇକ ରେଟ୍ ପାଖାପାଖି ୭୯.୬୬ ରହିଥିଲା।
୨) ଜାନେମାନ ମଲାନ :
ପଲ୍ ଷ୍ଟିରଲିଙ୍ଗଙ୍କ ସହ ଆମେ ଓପନ୍ନର ଭାବରେ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ୍ ଜାନେମାନ ମଲାନଙ୍କୁ ଚୟନ କରିଛୁ। ଯିଏକି ଚଳିତ ବର୍ଷ ODI ଫର୍ମାଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ୨୦୨୧ ମସିହାରେ, ସେ ହାରାହାରି ୮୪.୩୩ ହାରରେ ବ୍ୟାଟିଂ କରିଛନ୍ତି। ଆଉ ୮ ଟି ମ୍ୟାଚରେ ସେ ୫୦୯ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ମାଲାନଙ୍କ ବ୍ୟାଟରୁ ମୋଟ ୨ ଟି ଶତକ ଏବଂ ୨ ଟି ଅର୍ଦ୍ଧଶତକ ବାହାରିଛି। ଚଳିତ ବର୍ଷ ଦିନିକିଆରେ ତାଙ୍କର ସର୍ବୋତ୍ତମ ସ୍କୋର ୧୭୭ ରହିଛି। ଏଥିସହିତ ମଲାନଙ୍କ ବ୍ୟାଟିଂ ଷ୍ଟ୍ରାଇକ ହାର ୯୨.୦୪ ରହିଥିଲା।
୩) ବାବର ଆଜାମ :

ଆମର ୧୧ ଜଣିଆ ଦଳରେ ଆମେ ଅଧିନାୟକ ଦାୟିତ୍ୱ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜାମଙ୍କୁ ଦେଇଛୁ, ଯିଏକି ୨୦୨୧ ମସିହାରେ ନ୍ୟୁଜ୍ ହେଡଲାଇନରେ ରହିଥିଲେ। ତାଙ୍କ ଦଳ ପାକିସ୍ତାନର ଅଧିନାୟକତ୍ୱ ଗ୍ରହଣ କରିବା ସହିତ ସେ ନିଜର ବ୍ୟାଟିଂ ଯାଦୁ ସଭିଙ୍କୁ ଦେଖାଇଥିଲେ। ସେଥିପାଇଁ ଆମେ ତିନି ନମ୍ବର ସ୍ଥାନରେ ବାବରଙ୍କୁ ରଖିଛୁ। ସେ ୨୦୨୧ ମସିହାରେ ୫୦ ଓଭର ଫର୍ମାଟରେ ମୋଟ ୬ ଟି ମ୍ୟାଚ୍ ଖେଳିଥିଲେ। ଯେଉଁଥିରେ ସେ ୬୭.୫୦ ହାରରେ ବ୍ୟାଟିଂ କରିଥିଲେ। ଆଉ ସେ ମୋଟ୍ ୪୦୫ ରନ୍ ସ୍କୋର ସଂଗ୍ରହ କରିଛନ୍ତି। ଏହି ସମୟରେ ସେ ମୋଟ୍ ୨ ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି।
୪) ରସି ଭାନ୍ ଡେର୍ ଡୁସେନ୍ :
ମଧ୍ୟକ୍ରମରେ, ଆମେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ରସି ଭାନ୍ ଡେର୍ ଡୁସେନଙ୍କୁ ଚତୁର୍ଥ ନମ୍ବରରେ ଚୟନ କରିଛୁ। ସେ ଚଳିତ ବର୍ଷ ଆଫ୍ରିକୀୟ କ୍ରିକେଟ୍ ଦଳ ପାଇଁ ମଧ୍ୟକ୍ରମରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ସେ ସୁଯୋଗର ସଠିକ ଉପଯୋଗ କରି କ୍ରିକେଟ ପ୍ରେମୀଙ୍କର ପ୍ରିୟ ହୋଇପାରିଥିଲେ। ୨୦୨୧ ମସିହାରେ ସେ ଦିନିକିଆ ଫର୍ମାଟରେ ୮ ଟି ମ୍ୟାଚ ଖେଳି ମୋଟ ୩୪୨ ରନ୍ ସଂଗ୍ରହ କରିଛନ୍ତି। ଏହି ରନ୍ ସେ ୫୭.୦୦ ହାରରେ ସଂଗ୍ରହ କରିଛନ୍ତି। ସେ ମୋଟ୍ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି। ଚଳିତ ବର୍ଷ ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୧୨୩ ରନ୍।
୫) ସୂର୍ଯ୍ୟକୁମାର ଯାଦବ :

ଆମେ ମଧ୍ୟକ୍ରମରେ ଆଉ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ସ୍ଥାନ ଦେଇଚୁ। ସେ ହେଉଛନ୍ତି ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବ। ସେ ଟିମ୍ ଇଣ୍ଡିଆ ସହିତ ଚଳିତ ବର୍ଷ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ଏହି ଫର୍ମାଟରେ ଅଧିକ ଖେଳିବାର ସୁଯୋଗ ପାଇନାହାଁନ୍ତି, ତଥାପି ଆମେ ତାଙ୍କର ଖେଳ ଶୈଳୀରୁ ପ୍ରଭାବିତ ହୋଇ ଆମ ଦଳରେ ସ୍ଥାନ ଦେଇଛୁ। ଭାରତ ପାଇଁ ୩ ଟି ଦିନିକିଆରେ ସୂର୍ଯ୍ୟକୁମାର ଯାଦବ ମୋଟ ୧୨୪ ରନ୍ ସଂଗ୍ରହ କରିଛନ୍ତି। ସେ ତିନୋଟି ମ୍ୟାଚରେ ୬୨.୦୦ ହାରରେ ବ୍ୟାଟିଂ କରିଛନ୍ତି। ସେ ଗୋଟିଏ ହିଁ ଅର୍ଦ୍ଧଶତକୀୟ ପାରି ଖେଳିଛନ୍ତି।
୬) ମୁଶଫିକୁର ରହୀମ :
ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଆମେ ଏହି ତାଲିକାରେ ବାଂଲାଦେଶ କ୍ରିକେଟ୍ ଦଳର ମୁଶଫିକୁର ରହୀମଙ୍କୁ ମନୋନୀତ କରିଛୁ। ଯିଏ ଚଳିତ ବର୍ଷ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହିତ ବହୁତ ଲୋକଙ୍କୁ ପ୍ରଭାବିତ କରିଛନ୍ତି। ସେ ଚଳିତ ବର୍ଷ ଦିନିକିଆ ଫର୍ମାଟରେ ମୋଟ ୯ ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ମୋଟ ୪୦୭ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କର ବ୍ୟାଟରୁ ମୋଟ୍ ଗୋଟିଏ ଶତକ ଓ ୨ ଟି ଅର୍ଦ୍ଧଶତକ ବାହାରିଛି। ଚଳିତ ବର୍ଷ ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୧୨୫ ରନ୍।
୭) ଶାକିବ ଅଲ ହାସନ :
ନିମ୍ନ କ୍ରମରେ ଆମେ ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନଙ୍କୁ ଆମ ତାଲିକାରେ ଅଲରାଉଣ୍ଡର ଭାବରେ ଅନ୍ତର୍ଭୁକ୍ତ କରିଛୁ। ଯିଏ ତାଙ୍କ ବୋଲିଂ ସହିତ ବ୍ୟାଟିଂରେ ବି ୨୦୨୧ ମସିହାରେ ଆଲୋଚନାରେ ରହିଥିଲେ।ସୀମିତ ଫର୍ମାଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ସହିତ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ, ODI ଫର୍ମାଟରେ ଶାକିବ ୩୯.୫୭ ହାରରେ ୯ଟି ମ୍ୟାଚ ଖେଳି ୨୭୭ ରନ୍ ସଂଗ୍ରହ କରିଛନ୍ତି।ତାଙ୍କର ଶ୍ରେଷ୍ଠ ସ୍କୋର ଅପରାଜିତ ୯୬ ରହିଥିଲା। ସେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଏଥି ସହିତ, ୯ ଟି ମ୍ୟାଚରେ ସେ ମୋଟ୍ ୧୬ ଟି ୱିକେଟ୍ ନେଇଛନ୍ତି। ତାଙ୍କର ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ ହେଉଛି ୩୦ ରନ୍ ଦେଇ ୬ ଟି ୱିକେଟ୍ ନେବା।
୮) ମିଚେଲ ଷ୍ଟାର୍କ :
ଜଣେ ଦ୍ରୁତ ବୋଲର ଭାବରେ ୮ ନମ୍ବରରେ ଆମେ ଅଷ୍ଟ୍ରେଲୀୟ ପେସ ବୋଲର ମିଚେଲ ଷ୍ଟାର୍କଙ୍କୁ ଆମ ତାଲିକାରେ ଅନ୍ତର୍ଭୁକ୍ତ କରିଛୁ।ଏହି ବର୍ଷ ସେ ୫୦ ଓଭରର ସୀମିତ ଫର୍ମାଟରେ ଅଧିକ ଖେଳିବାର ସୁଯୋଗ ପାଇନାହାନ୍ତି। ତଥାପି ସେ ଅଳ୍ପ କିଛି ମ୍ୟାଚ୍ରେ ବୋଲିଂ କରି କ୍ରିକେଟପ୍ରେମୀଙ୍କର ପ୍ରିୟ ହୋଇପାରିଛନ୍ତି। ୨୦୨୧ ମସିହାରେ ସେ ଅଷ୍ଟ୍ରେଲିଆ ପାଇଁ ମାତ୍ର ୩ ଟି ଦିନିକିଆ ମ୍ୟାଚରେ ବୋଲିଂ କରିଛନ୍ତି। ଆଉ ଏହି ତିନୋଟି ମ୍ୟାଚରେ ସେ ମୋଟ୍ ୧୧ ଟି ୱିକେଟ୍ ନେଇଛନ୍ତି। ଏହି ଫର୍ମାଟରେ ଷ୍ଟାର୍କଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୪୮ ରନ ଦେଇ ୫ ଟି ୱିକେଟ୍ ନେବା।
୯) ଦୁଷ୍ମାନଥା ଚାମିରା :
ଆମ ତାଲିକାର ନବମ ସ୍ଥାନରେ ଅଛନ୍ତି ଶ୍ରୀଲଙ୍କା କ୍ରିକେଟ୍ ଦଳର ଖେଳାଳି ଦୁଷ୍ମାନଥା ଚାମିରା। ଦ୍ୱିତୀୟ ଦ୍ରୁତ ବୋଲର ଭାବରେ ଆମେ ତାଙ୍କୁ ଚୟନ କରିଛୁ। ଏହି ଡାହାଣ ହାତର ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ଏହି ଫର୍ମାଟରେ ପ୍ରାୟ ଭଲ ଥିଲା। ଚାମିରା ଘଣ୍ଟା ପ୍ରତି ୧୪୨ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରିଥିବାର ରେକର୍ଡ ବି ରହିଛି। ଚଳିତ ବର୍ଷ ତାଙ୍କର ଦିନିକିଆ କ୍ୟାରିୟରକୁ ଦେଖି ସେ ଶ୍ରୀଲଙ୍କା ଦଳ ପାଇଁ ମୋଟ ୧୪ ଟି ମ୍ୟାଚରେ ଦଳକୁ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି। ସେ ଚଳିତ ବର୍ଷ ଦିନିକିଆରେ ସର୍ବାଧିକ ୨୦ ଟି ୱିକେଟ୍ ନେଇଛନ୍ତି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୬ ରନ୍ ଦେଇ ୫ ଟି ୱିକେଟ୍ ନେବା।
୧୦) ମୁସ୍ତାଫିଜୁର ରହମାନ :
ଏହି ତାଲିକାରେ ତୃତୀୟ ଦ୍ରୁତ ବୋଲର ଭାବରେ ଆମେ ବାଂଲାଦେଶ ଦଳର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ୧୦ ନମ୍ବରରେ ରଖିଛୁ। ୨୦୨୧ ମସିହାରେ ସେ ୫୦ ଓଭର ଫର୍ମାଟରେ ବୋଲିଂ କରି ଏକ ଭଲ ପ୍ରଦର୍ଶନ କରିଥିଲେ ଏବଂ ସର୍ବାଧିକ ୱିକେଟ୍ ନେବାରେ ଚଳିତ ବର୍ଷ ଚତୁର୍ଥ ସ୍ଥାନରେ ରହିଛନ୍ତି ସେ। ଏହି ଫର୍ମାଟର ୧୦ ଟି ମ୍ୟାଚରେ ସେ ବୋଲିଂ କରି ନିଜ ଦଳ ପାଇଁ ମୋଟ ୧୮ ଟି ୱିକେଟ୍ ନେଇଥିଲେ। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୬ ରନରେ ୩ ଟି ୱିକେଟ୍ ଅକ୍ତିଆର କରିବା।
୧୧) ହରିସ୍ ରାଉଫ୍ :
2021 ବର୍ଷର ଶ୍ରେଷ୍ଠ ଦିନିକିଆ ଖେଳିବା ଏକାଦଶରେ ଆମେ ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ହରିସ୍ ରାଉଫଙ୍କୁ ୧୧ ନମ୍ବରରେ ରଖିଛୁ। ସେ ଚଳିତ ବର୍ଷ ଏହି ଫର୍ମାଟରେ ଅଧିକ ମ୍ୟାଚ୍ ଖେଳିବାକୁ ପାଇଁ ସମୟ ପାଇ ନାହାଁନ୍ତି। ତଥାପି ସେ ମାତ୍ର ୬ ଟି ମ୍ୟାଚ ଖେଳି ମୋଟ ୧୩ ଟି ୱିକେଟ୍ ନେଇଛନ୍ତି।