ଦିନେ ବିରାଟଙ୍କୁ କରୁଥିଲେ ପରିହାସ! ଏବେ ଅଧିନାୟକ ପଦ ହରାଇବା ସହିତ ଟିମରୁ ହେଲେ ବିଦା….
ଅନ୍ତର୍ଜାତୀୟ କ୍ରିକେଟର ଅନେକ ଖେଳାଳିଙ୍କ ସହ ବିରାଟ କୋହଲିଙ୍କୁ ତୁଳନା କରାଯାଇଛି। କିନ୍ତୁ ପରିସଂଖ୍ୟାନ ଦୃଷ୍ଟିରୁ ଏହି ଖେଳାଳିମାନେ କିଙ୍ଗ କୋହଲିଙ୍କଠାରୁ ଆଗରେ ନାହାଁନ୍ତି। ଏହି ଖେଳାଳୀମାନଙ୍କ ମଧ୍ୟରୁ କେତେକଙ୍କ କ୍ୟାରିଅର ସମାପ୍ତ ହେବା ଅବସ୍ଥାରେ ରହିଥିବା ବେଳେ ଅନ୍ୟ କିଛି ଖେଳାଳି ପୁଣିଥରେ ନିଜ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି।
ଆଜି ଆମେ ଆପଣଙ୍କୁ ଏପରି ଜଣେ କ୍ରିକେଟରଙ୍କ ନାମ କହିବୁ ଯିଏ ୨ ବର୍ଷ ପୂର୍ବେ ତାଙ୍କ ଫର୍ମକୁ ନେଇ ଏକ ପୋଷ୍ଟ ସେୟାର କରି କୋହଲିଙ୍କୁ ପରିହାସ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବର୍ତ୍ତମାନ ଏହି ଖେଳାଳିଙ୍କ କ୍ୟାରିୟର ଶେଷ ହେବାକୁ ବସିଛି। କେବଳ ଏତିକି ନୁହେଁ ଏହି ବ୍ୟାଟ୍ସମ୍ୟାନଙ୍କୁ ତିନୋଟି ଫର୍ମାଟରୁ ବିଦା କରିବାକୁ ଦାବି ହେଉଛି। ଖାଲି ସେତିକି ନୁହେଁ, ଅଧିନାୟକତ୍ୱରୁ ବଞ୍ଚିତ ହେବା ପରେ ଏହି ଖେଳାଳିଙ୍କୁ ଟେଷ୍ଟ ଦଳରୁ ମଧ୍ୟ ବାଦ୍ ଦିଆଯାଇଛି।
ପାକିସ୍ତାନ କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ଖେଳାଳି ବାବର ଆଜାମଙ୍କୁ ତିନିଟି ଫର୍ମାଟରେ ବିରାଟ କୋହଲିଙ୍କ ଭଳି ବଡ଼ ଖେଳାଳି ବୋଲି କୁହାଯାଏ। ଯଦିଓ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଅବଧିରେ ସେ କ୍ରମାଗତ ଭାବରେ ରନ୍ ସ୍କୋର କରିଥିଲେ, କିନ୍ତୁ ଗତ କିଛି ବର୍ଷ ଧରି ଏହି ଖେଳାଳି ବଡ଼ ରନ କରିବାକୁ ଅସଫଳ ହୋଇଛନ୍ତି। ବାବରଙ୍କୁ ବିରାଟଙ୍କ ସହ ତୁଳନା କରିବାରେ ବ୍ୟସ୍ତ ଥିବା ପ୍ରଶଂସକମାନେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ବାବରଙ୍କୁ ଟେଷ୍ଟ ଦଳରୁ ହଟାଇବାକୁ ଦାବି କରିଛନ୍ତି। ଏବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚର ଚୂଡାନ୍ତ ଏକଦଶରୁ ବାଦ୍ ଦିଆଯାଇଛି।
ବାବର ଆଜାମ ୨୦୨୨ ମସିହାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ହୁଏତ ବିରାଟ କୋହଲିଙ୍କୁ ସିଧାସଳଖ ଅପମାନିତ କରିନାହାଁନ୍ତି, କିନ୍ତୁ ତାଙ୍କ ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ରାଗି ଯାଇଥିଲେ। ବିରାଟ କୋହଲି ଫର୍ମରେ ନଥିବାବେଳେ ସେ ପରୋକ୍ଷ ଭାବରେ ତାଙ୍କୁ ଟାର୍ଗେଟ କରିଥିଲେ। ୨୦୨୨ ପରଠାରୁ ବାବରଙ୍କୁ ଦୁଇଥର ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ସେ ୨ ବର୍ଷ ମଧ୍ୟରେ ସେ କୌଣସି ମ୍ୟାଚ୍ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଗ୍ରହଣ କରିନାହାଁନ୍ତି। ୨୦୨୨ ରୁ ୨୦୨୪ ମଧ୍ୟରେ ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ୍ରେ ତାଙ୍କ ବ୍ୟାଟରୁ ଗୋଟିଏ ବି ଛକା ଦେଖିବାକୁ ମିଳିନାହିଁ।
ଡିସେମ୍ବର ୨୦୨୨ ପରଠାରୁ ବାବର ଆଜାମ ଟେଷ୍ଟ କ୍ରିକେଟରେ ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଯେଉଁଠାରେ ବ୍ୟାଟ୍ସମ୍ୟାନ୍ ମାନେ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ, ସେଠାରେ ମଧ୍ୟ ବାବର ଆଜାମ ଫ୍ଲପ ପ୍ରମାଣିତ ହୋଇଥିଲେ। ଏହାପୂର୍ବରୁ ତାଙ୍କ ବ୍ୟାଟ ଘରୋଇ ସିରିଜରେ ବାଂଲାଦେଶ ବିପକ୍ଷରେ ମଧ୍ୟ ଶାନ୍ତ ରହିଥିଲା। ବାରମ୍ବାର ଫ୍ଲଫ୍ ହେବାପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଆଗାମୀ ମ୍ୟାଚ ଗୁଡିକ ପାଇଁ ଦଳରୁ ବିଦା କରାଯାଇଛି।