କପିଲ୍-ଶାସ୍ତ୍ରୀ ହେଲେ ମୁହାଁ ମୁହିଁ, ଶାସ୍ତ୍ରୀ ରାଗିଲେ କପିଲ ଦେବଙ୍କ ଉପରେ, କହିଲେ ଆମେ IPL କୁ ଦେଉନୁ ଗୁରୁତ୍ୱ ଏବଂ…

  1. Home
  2. Cric Special

କପିଲ୍-ଶାସ୍ତ୍ରୀ ହେଲେ ମୁହାଁ ମୁହିଁ, ଶାସ୍ତ୍ରୀ ରାଗିଲେ କପିଲ ଦେବଙ୍କ ଉପରେ, କହିଲେ ଆମେ IPL କୁ ଦେଉନୁ ଗୁରୁତ୍ୱ ଏବଂ…

କ୍ରିକେଟ୍ ଖବର : ଚଳିତ ବର୍ଷର ଆଇସିସି ଟି-୨୦ ବିଶ୍ୱକପରେ, ଟିମ୍ ଇଣ୍ଡିଆକୁ ଟାଇଟଲ୍ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଖେଳାଳିଙ୍କ ଖରାପ ପ୍ରଦର୍ଶନ କେବଳ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିନାହିଁ ବରଂ ଅନେକ ପୂର୍ଵତ୍ତନ କ୍ରିକେଟରଙ୍କୁ ମଧ୍ୟ ନିରାଶ କରିଛି। ଅନ୍ୟପଟେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି …


କପିଲ୍-ଶାସ୍ତ୍ରୀ ହେଲେ ମୁହାଁ ମୁହିଁ, ଶାସ୍ତ୍ରୀ ରାଗିଲେ କପିଲ ଦେବଙ୍କ ଉପରେ, କହିଲେ ଆମେ IPL କୁ ଦେଉନୁ ଗୁରୁତ୍ୱ ଏବଂ…

କ୍ରିକେଟ୍ ଖବର : ଚଳିତ ବର୍ଷର ଆଇସିସି ଟି-୨୦ ବିଶ୍ୱକପରେ, ଟିମ୍ ଇଣ୍ଡିଆକୁ ଟାଇଟଲ୍ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଖେଳାଳିଙ୍କ ଖରାପ ପ୍ରଦର୍ଶନ କେବଳ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିନାହିଁ ବରଂ ଅନେକ ପୂର୍ଵତ୍ତନ କ୍ରିକେଟରଙ୍କୁ ମଧ୍ୟ ନିରାଶ କରିଛି। ଅନ୍ୟପଟେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ପାଇଁ ଏହି ଟୁର୍ନାମେଣ୍ଟ ଶେଷ ଟୁର୍ନାମେଣ୍ଟ ହୋଇଥିବା ବେଳେ ବିରାଟ କୋହଲି କ୍ଷୁଦ୍ର ଫର୍ମାଟର ଅଧିନାୟକତ୍ୱ ଛାଡିଥିଲେ। ନିକଟରେ ପୂର୍ବତନ ଅଧିନାୟକ କପିଲ୍ ଦେବ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ଦଳକୁ ନେଇ ଅନେକ କଥା କହିଥିଲେ। ଦଳ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ କପିଲ୍ ଦେବ ଏକ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ ଯେ, ଖେଳାଳିଙ୍କ ପାଇଁ ଆଇପିଏଲ୍ ବଡ ନା ଦେଶ ବଡ଼। ଯେପରି ଭାବେ ଖେଳାଳିମାନେ ଆଇପିଏଲକୁ ଅଧିକ ଗୁରୁତ୍ୱ ଦେଇ ଖେଳୁଛନ୍ତି । ଠିକ୍ ସେହିପରି ଦେଶ ପାଇଁ ଯଦି ସେତିକି ଗୁରୁତ୍ୱ ଦେଇ ଖେଳିଥାନ୍ତେ ତେବେ ଆଜି ଆମେ ବିଶ୍ୱକପ ବିଜୟୀ ହୋଇଥାନ୍ତେ। ତେବେ ଏହି ପ୍ରସଙ୍ଗର ଉତ୍ତର ଦେବାକୁ ଯାଇ ରବି ଶାସ୍ତ୍ରୀ , କପିଲ୍ ଦେବଙ୍କୁ ଅନେକ କଥା ପରୋକ୍ଷରେ କହିଛନ୍ତି।

କପିଲ୍-ଶାସ୍ତ୍ରୀ ହେଲେ ମୁହାଁ ମୁହିଁ, ଶାସ୍ତ୍ରୀ ରାଗିଲେ କପିଲ ଦେବଙ୍କ ଉପରେ, କହିଲେ ଆମେ IPL କୁ ଦେଉନୁ ଗୁରୁତ୍ୱ ଏବଂ…

‘ଇଣ୍ଡିଆ ଟୁଡେ’ ସହ ବାର୍ତ୍ତାଳାପ କରିବା ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଇପିଏଲ୍ ପ୍ରଥମ କିମ୍ବା ଦେଶ ପ୍ରତିକ୍ରିୟାରେ କହିଛନ୍ତି ଯେ, ହଁ… ଏହି ବିଷୟରେ କୌଣସି ଉତ୍ତର ଦେବାକୁ ମୁଁ ଚାହୁଁ ନାହି। କାରଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଦଳ ଅନେକ ରେକର୍ଡ ସୃଷ୍ଟି କରିଛି। ଦେଶ ପାଇଁ ଖେଳିବାବେଳେ ଯଦି ଆପଣଙ୍କର ମନ ସେଠାରେ ନଥିଲା, ତେବେ କିଏ ମୂର୍ଖ ଯିଏକି ଦେଶ ପାଇଁ ଖେଳିବା ଅପେକ୍ଷା ଫ୍ରାଞ୍ଚାଇଜ୍ କ୍ରିକେଟ୍ କୁ ଅଧିକ ଗୁରୁତ୍ୱ ଦେବ। ଆମ ଖେଳାଳି ଭାରତ ପାଇଁ ଖେଳୁଛନ୍ତି, ଖେଳୁଥିବା ସମୟରେ ସାରା ବିଶ୍ୱରେ କୋଟି କୋଟି ଲୋକ ତାଙ୍କୁ ଦେଖୁଛନ୍ତି। ଆମ ଖେଳାଳିମାନେ ବହୁତ ଭାଗ୍ୟବାନ ଯେ, ସେମାନେ ଏତେ ବଡ଼ ଭାରତ ପାଇଁ କ୍ରିକେଟ୍ ଖେଳୁଛନ୍ତି। ଯେଉଁମାନେ ଦେଶକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି।

କପିଲ୍-ଶାସ୍ତ୍ରୀ ହେଲେ ମୁହାଁ ମୁହିଁ, ଶାସ୍ତ୍ରୀ ରାଗିଲେ କପିଲ ଦେବଙ୍କ ଉପରେ, କହିଲେ ଆମେ IPL କୁ ଦେଉନୁ ଗୁରୁତ୍ୱ ଏବଂ…

ଅନ୍ୟପଟେ ଏହି ବୟାନ ଦେବା ସମୟରେ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଯେ ବିରାଟ କୋହଲି ଟି-୨୦ ପରେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟର ଅଧିନାୟକତ୍ୱ ପଦ ଛାଡି ପାରନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କ ଅଧିନାୟକତ୍ୱରେ ଭାରତ ଗତ ପାଞ୍ଚ ବର୍ଷ ଧରି ଶୀର୍ଷରେ ରହିଛି। ବିରାଟ ମାନସିକ ସ୍ତରରେ କ୍ଳାନ୍ତ ନହେବା ପର୍ଯ୍ୟନ୍ତ ସେ ଅଧିନାୟକ ପଦ ଛାଡିବାକୁ ଚାହାଁନ୍ତି ନାହିଁ। ତେବେ ନିକଟ ଭବିଷ୍ୟତରେ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ସେ ଅଧିନାୟକତ୍ୱ ଛାଡିପାରନ୍ତି। ଏହା ତୁରନ୍ତ ଘଟିବ ନାହିଁ, କିନ୍ତୁ ଏହା ହୋଇପାରେ।