ଦୀନେଶ କାର୍ତ୍ତିକ କାହିଁକି ଅନ୍ୟ ଖେଳାଳିଙ୍କ ତୁଳନାରେ ଏକ ଭିନ୍ନ ହେଲମେଟ ପିନ୍ଧନ୍ତି ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

  1. Home
  2. Cric Special

ଦୀନେଶ କାର୍ତ୍ତିକ କାହିଁକି ଅନ୍ୟ ଖେଳାଳିଙ୍କ ତୁଳନାରେ ଏକ ଭିନ୍ନ ହେଲମେଟ ପିନ୍ଧନ୍ତି ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ


କ୍ରିକେଟ ଖବର : ସରିଛି ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜ୍। ଏହି ସିରିଜର ଦ୍ଵିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର କିପର୍ ତଥା ଫିନିଶର ଦୀନେଶ କାର୍ତ୍ତିକ ନିଜର ଅନ୍ଦାଜରେ ମ୍ୟାଚ ଫିନିସ୍ କରିଥିଲେ। ଯେତେବେଳେ ମ୍ୟାଚ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ 9 ରନ୍ ଆବଶ୍ୟକ ଥିଲା, ସେତେବେଳେ ଦୀନେଶ କାର୍ତ୍ତିକ ଗୋଟିଏ ଛକା ଆଉ ଗୋଟିଏ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ। ଆଉ ଦଳକୁ ବିଜୟ ପ୍ରଦାନ କରିଥିଲେ। 

ଅନେକ ପ୍ରଶଂସକଙ୍କ ମନରେ ଦୀନେଶ କାର୍ତ୍ତିକ ବ୍ୟାଟିଂ ଦେଖିବା ମାତ୍ରେ ଅନେକ ଥର ଏହି ପ୍ରଶ୍ନ ଆସିଛି ଯେ ଦୀନେଶ କାର୍ତ୍ତିକଙ୍କ ହେଲମେଟ ବାକି ଖେଳାଳିଙ୍କଠାରୁ ଭିନ୍ନ କାହିଁକି? ତେବେ ଆସନ୍ତୁ ଜାଣିବା କାର୍ତ୍ତିକ କାହିଁକି ଏହି ହେଲମେଟ ପିନ୍ଧନ୍ତି ?

କାର୍ତ୍ତିକଙ୍କ ଭିନ୍ନ ହେଲମେଟର୍ ରହସ୍ୟ :  

ଦୀନେଶ କାର୍ତ୍ତିକ ମ୍ୟାଚ ସମୟରେ ଏହି ହେଲମେଟକୁ ସର୍ବଦା ବ୍ୟବହାର କରୁଥିବା ଦେଖାଯାଏ କାରଣ ଏହାର ଡିଜାଇନ୍ ବ୍ୟତୀତ ଏଥିରେ ଆହୁରି ଅନେକ କିଛି ବିଶେଷତ୍ୱ ଅଛି। 

ind vs sa 2nd t20 karthik

ଏହି ପ୍ରକାରର ଡିଜାଇନ୍ ହେଲମେଟ ପ୍ରାୟତଃ ଆମେରିକୀୟ ଫୁଟବଲ୍ ଖେଳ କିମ୍ବା ବେସବଲ୍ ଖେଳରେ ବ୍ୟବହୃତ ହୁଏ। ଏହି ହେଲମେଟରେ ବଲରୁ ରକ୍ଷା କରିବା ପାଇଁ ଅତିରିକ୍ତ ଗ୍ରୀଲ୍ ଅଛି ଏବଂ ଏହା ଅନ୍ୟ ଖେଳାଳିଙ୍କ ହେଲମେଟ ଅପେକ୍ଷା ଓଜନରେ ମଧ୍ୟ ହାଲୁକା ଅଟେ।

dk-helmet

ଯେଉଁ କାରଣରୁ ଏହି ହେଲମେଟ ବେକକୁ ଏପଟସେପଟ ବୁଲାଇବାରେ ଏବଂ ବିଶେଷ ଭାବରେ ରନ ପାଇଁ ଦୌଡ଼ିବା ସମୟରେ ଫିଲ୍ଡର ଉପରେ ନଜର ରଖିବାରେ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏହି ହେଲମେଟ। ଏହା ବ୍ୟତୀତ ଏହା ମୁଣ୍ଡରେ ମଧ୍ୟ ବହୁତ ଭଲ ଫିଟ୍ ହୁଏ।

ଏହାର ଅନ୍ୟ ଏକ ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ, ସାଧାରଣ ହେଲମେଟ ତୁଳନାରେ ଏହାର ଉପର ଭାଗରେ ଏବଂ ପାର୍ଶ୍ୱରେ ଅଧିକ ଭେଣ୍ଟିଲେଟର ଦିଆଯାଇଛି। ଯାହାକି ଗରମ ଏବଂ ଝାଳ ନ ହେବା ପାଇଁ ସହାୟକ ହେବ। ଏହି କାରଣରୁ କାର୍ତ୍ତିକ ଏହି ଭିନ୍ନ ହେମେଟ ପିନ୍ଧୁଛନ୍ତି ।