କୋହଲି ଏବଂ ବାବର ଆଜାମଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ କଭର ଡ୍ରାଇଭ୍ କିଏ ମାରନ୍ତି ? ଜୋସ ବଟଲର ଦେଲେ ଉତ୍ତର

  1. Home
  2. Cric Special

କୋହଲି ଏବଂ ବାବର ଆଜାମଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ କଭର ଡ୍ରାଇଭ୍ କିଏ ମାରନ୍ତି ? ଜୋସ ବଟଲର ଦେଲେ ଉତ୍ତର

Jos-Buttler-names-Virat-Kohli-Babar-Azam-cover-drive-2022


କ୍ରିକେଟ ଖବର: ବିରାଟ କୋହଲି ଓ ବାବର ଆଜାମ। ଆଜିର ସମୟରେ ଏହି ୨ ଜଣ ମହାନ କ୍ରିକେଟର ଅଟନ୍ତି। ଯେତେବେଳେ ଏମାନେ ୨ଜଣ ଫୁଲ୍ ଫର୍ମରେ ଥାନ୍ତି ସେତେବେଳେ ସେମାନଙ୍କୁ ଦେଖିବାରେ ଆନନ୍ଦ ଲାଗେ । କୋହଲି ଓ ବାବର ନିଜ ନିଜର ଦଳ ପାଇଁ ବ୍ୟାଟିଂକ୍ରମରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

Virat Kohli surpassed David Warner to become the fifth-highest run-getter in T20 cricket

ଏମାନେ ପ୍ୟାଭିଲିୟନରୁ ଓହ୍ଲାଇବା ମାତ୍ରେ ହିଁ ପୂରା ଟିମର ଭାର ଏମାନଙ୍କ କାନ୍ଧରେ ରହିଥାଏ । ତେବେ କଭର ଡ୍ରାଇଭ ଏଭଳି ଏକ ଶର୍ଟ ଯେଉଁଥିପାଇଁ ଏହି ୨ ଜଣ ବ୍ୟାଟସମ୍ୟାନ ଜଣାଶୁଣା। ପ୍ରଶଂସକମାନେ ମଧ୍ୟ ବେଶ୍ ଚର୍ଚ୍ଚା କରିଥାନ୍ତି ଏହା ଯେ ଏହି ୨ଜଣଙ୍କ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ । ସର୍ବଶ୍ରେଷ୍ଠ କଭର ଡ୍ରାଇଭ୍ ଶର୍ଟ କିଏ ମାରନ୍ତି ?  ତାକୁ ନେଇ ସର୍ବଦା ଚର୍ଚ୍ଚା ଲାଗିରହିଥାଏ।

babar

ତେବେ ଇଂଲଣ୍ଡର ୱିକେଟ କିପର ତଥା ବ୍ୟାଟସମ୍ୟାନ ଜୋସ ବଟଲରଙ୍କୁ ଏହି ସମାନ ପ୍ରଶ୍ନ ପଚରାଯାଇଥିଲା।  ଏହାର ଉତ୍ତରରେ ସେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାମ ନେଇଥିଲେ । ଏହାପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ କୋହଲି ଏବଂ ବାବରଙ୍କୁ ଆଧୁନିକ କ୍ରିକେଟ୍ ରେ କଭର ଡ୍ରାଇଭ୍ର ମାଷ୍ଟର ଭାବରେ ବାଛିଥିଲେ।