୫୧ ଟି ଟେଷ୍ଟ ଇନିଂସ ପରେ ଧୋନି, ପନ୍ତ ଏବଂ ଶାହାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଖେଳାଳି ? ଦେଖନ୍ତୁ ସମସ୍ତଙ୍କ ରେକର୍ଡ

  1. Home
  2. Cric Special

୫୧ ଟି ଟେଷ୍ଟ ଇନିଂସ ପରେ ଧୋନି, ପନ୍ତ ଏବଂ ଶାହାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଖେଳାଳି ? ଦେଖନ୍ତୁ ସମସ୍ତଙ୍କ ରେକର୍ଡ


କ୍ରିକେଟ୍ ଖବର : ଜଣେ ବ୍ୟଟ୍ସମ୍ୟାନର ଖେଳ ପ୍ରତିଭା କ୍ରିକେଟର ଟେଷ୍ଟ ଫର୍ମାଟରୁ ଜଣାପଡିଥାଏ। ଟେଷ୍ଟ କ୍ରିକେଟରେ ଧର୍ଯ୍ୟର ସହିତ ବ୍ୟାଟିଂ କରିବାକୁ ପଡିଥାଏ। କାରଣ ବିପକ୍ଷ ଦଳର ବୋଲରମାନେ ଟେଷ୍ଟ ଫର୍ମାଟରେ ଜବରଦସ୍ତ ବାଉନ୍ସ ସହିତ ଟପ ସ୍ପିନ ମଧ୍ୟ କରିଥାନ୍ତି। ତେଣୁ ଜଗିରଖି ଏହି ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କୁ ଖେଳିବାକୁ ପଡ଼ିଥାଏ। ତେବେ ଆଜିର ଏହି ଆର୍ଟିକାଲରେ ଆମେ ଭାରତର ୩ ଜଣ ୱିକେଟ୍ କିପରଙ୍କ ବିଷୟରେ ଉଲେଖ୍ୟ କରିଛୁ, ଯେଉଁମାନେ କି ନିଜର ଖେଳ ପ୍ରତିଭାବଳରେ ଲାଇମଲାଇଟରେ ରହିଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ଜଣେ ତ ବର୍ତ୍ତମାନ କ୍ରିକେଟର ତିନୋଟି ଯାକ ଫର୍ମାଟରେ କମାଲ୍ କରୁଛନ୍ତି।

ତେବେ ଆମେ ଯେଉଁ ତିନିଜଣ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ହେଲେ କିମ୍ବଦନ୍ତୀ ଖେଳାଳି ତଥା ଭାରତୀୟ କ୍ରିକେଟକୁ ଆଗକୁ ନେଇଥିବା ଅଧୀନାୟକ ମହେନ୍ଦ୍ର ସିଂ ଧୋନି, ଅନ୍ୟଜଣେ ହେଲେ ରିଦ୍ଧିମାନ୍ ଶାହା ଏବଂ ତୃତୀୟରେ ରହିଲେ ରିଷଭ ପନ୍ତ। ଯିଏକି ଧୋନିଙ୍କର ଶିଷ୍ୟ ଭାବରେ ବି ବିଶ୍ୱରେ ଲୋକପ୍ରିୟ। 

MS Dhoni revealed why he likes to retain the exact No. 7 jersey number ?

ଭାରତର ବର୍ତ୍ତମାନ ୱିକେଟ୍ କିପର ରିଷଭ ପନ୍ତ ବିଶ୍ୱକୁ ନିଜ କ୍ରିକେଟ୍ ପ୍ରତିଭାରେ ପାଗଳ କରିସାରିଲେଣି। ଗତବର୍ଷ ଆରମ୍ଭରୁ ସେ ଭଲ ଫର୍ମରେ ଅଛନ୍ତି। ୨୪ ବର୍ଷିୟ ଏହି ଖେଳାଳି ପଡିଆରେ ଖେଳୁଥିବା ସମୟରେ ନିଜର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରନ୍ତି। ନିଜର ଶ୍ରେଷ୍ଠ ବ୍ୟାଟିଂ ଦ୍ୱାରା ସେ ମ୍ୟାଚ୍ ଜିତାଇବାର କ୍ଷମତା ରଖନ୍ତି। ଖେଳ ପ୍ରତି ତାଙ୍କର ଆଶ୍ଚର୍ଯ୍ୟଜନକ ଆତ୍ମବିଶ୍ୱାସ ତାଙ୍କୁ ଜଣେ ଭଲ ଖେଳାଳି ଭାବରେ ପରିଣତ କରିଛି। ରିଦ୍ଧିମାନ ଶାହା ଦଳରେ ଥାଇ ମଧ୍ୟ ପନ୍ତଙ୍କୁ ଏମଏସ ଧୋନିଙ୍କ ଉତ୍ତରାଧିକାରୀ ଭାବରେ ଗଣନା କରାଯାଏ। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ପନ୍ତ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଦୁଇ ଗସ୍ତରେ ସେ ଦୁଇଟି ଶତକୀୟ ପାରି ଖେଳିଥିଲେ। ପରେ ତାଙ୍କ କ୍ୟାରିୟରରେ କଳାବାଦଲ ଆସିଥିଲା। ସେ କାଳକ୍ରମେ ନିଜର ଫର୍ମ ହରାଇଥିଲେ। ତେଣୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇନଥିଲା। କିନ୍ତୁ ଗତ ବର୍ଷ ସିଡନୀ ଏବଂ ଗବା ଟେଷ୍ଟରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ପରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟରେ ସେ ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିଥିଲେ। କେପଟାଉନରେ ଏକ ଚମତ୍କାର ଶତକୀୟ ପାରି ଖେଳିବା ପରେ, ଇଂଲଣ୍ଡ ଗସ୍ତ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତରେ ପୁଣି ସେ ନିଜର ଫର୍ମ ହରାଇଥିଲେ। କିନ୍ତୁ ବର୍ତ୍ତମାନ ସେ ସମସ୍ତ ଫର୍ମାଟରେ ଭାରତର ପ୍ରଥମ ପସନ୍ଦ ୱିକେଟକିପର୍ -ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। 

kholi and pant

ଯୁବ କ୍ରିକେଟ୍ ଖେଳାଳିଙ୍କର ଛୋଟ କ୍ୟାରିୟର ମଧ୍ୟରେ ଏହି ବିଶାଳ ତୁଳନା କରାଯାଉଛି। ଗତ ଦଶନ୍ଧି ମଧ୍ୟରେ ଭାରତୀୟ ଟେଷ୍ଟ ଦଳରେ ତିନିଜଣ ମହାନ ୱିକେଟକିପର ସ୍ଥାନ ପାଇଛନ୍ତି। ଆଉ ସେମାନେ ହେଲେ ଧୋନି, ଶାହା ଏବଂ ପନ୍ତ। ଆଉ ବର୍ତ୍ତମାନ ଏମାନଙ୍କ ମଧ୍ୟରରେ ବର୍ତ୍ତମାନ ତୁଳନା କରାଯାଉଛି। ଧୋନି ଏବଂ ଶାହା ସେମାନଙ୍କର ପ୍ରଥମ ୫୧ ଇନିଂସରେ ଯାହା ହାସଲ କରିପାରି ନାହାନ୍ତି। ତାହାଠାରୁ ଅଧିକ କିଛି ହାସଲ କରିଛନ୍ତି ରିଷଭ ପନ୍ତ। ଆଉ ଏହି ତିନି ଜଣଙ୍କ ମଧ୍ୟରେ ପନ୍ତ ଶ୍ରେଷ୍ଠ ବୋଲି ଅନେକ କହୁଛନ୍ତି। ସାଧାରଣ ଲୋକଙ୍କ ମତ ଅନୁଯାୟୀ, ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଧୋନି। କିନ୍ତୁ ରିଷଭ ପନ୍ତ ଯେତେବେଳେ ଧୋନିଙ୍କ ପରି ଅଧିକ ମ୍ୟାଚ ଖେଳିବେ , ତେବେ ସେ ଧୋନିଙ୍କ ଠାରୁ ବି ଅଧିକ ବିସ୍ଫୋରକ ଖେଳାଳି ହେବେ ବୋଲି ଅନେକ କହିଛନ୍ତି। ତେବେ ଏଠାରେ ଆମେ ସୂଚନା ଦେବାକୁ ଚାହିଁବୁ ଯେ, ଏକମାତ୍ର ଏସୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଯିଏକି ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶତକ ହାସଲ କରିଛନ୍ତି ସେ ହେଉଛନ୍ତି ରିଷଭ ପନ୍ତ। 

ତେବେ ୫୧ ଟି ଟେଷ୍ଟ ଇନିଂସରେ, ପନ୍ତ ବର୍ତ୍ତମାନ ୪ଟି ଶତକ ହାସଲ କରିଥିବା ବେଳେ, ୯ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଉ ଏହାରି ମଧ୍ୟରେ ଧୋନି ୫୧ଟି ଟେଷ୍ଟ ଇନିଂସ ସମୟରେ ୧ ଟି ଶତକ ଆଉ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ।