ଟେଷ୍ଟରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା ବିଶ୍ୱର ଶ୍ରେଷ୍ଠ 5 ଜଣ ବ୍ୟାଟ୍ସମ୍ୟାନ୍, ଜଣେ ଭାରତୀୟ ସାମିଲ, ଦେଖନ୍ତୁ ଲିଷ୍ଟ

  1. Home
  2. Cric Special

ଟେଷ୍ଟରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା ବିଶ୍ୱର ଶ୍ରେଷ୍ଠ 5 ଜଣ ବ୍ୟାଟ୍ସମ୍ୟାନ୍, ଜଣେ ଭାରତୀୟ ସାମିଲ, ଦେଖନ୍ତୁ ଲିଷ୍ଟ

top 5test players


କ୍ରିକେଟ୍ ଖବର: ଆଜିକାଲି କ୍ରିକେଟ୍ ରେ ଷ୍ଟ୍ରାଇକ ରେଟ୍ ଅଧିକ ଗୁରୁତ୍ୱପୂର୍ଣ ଅଟେ । ଲୋକମାନେ ଟି -20 ଏବଂ ODI କ୍ରିକେଟ୍ ଦେଖିବାକୁ ବହୁତ ପସନ୍ଦ କରନ୍ତି। କିନ୍ତୁ ଟେଷ୍ଟ କ୍ରିକେଟର ଲୋକପ୍ରିୟତା ମଧ୍ୟ ହ୍ରାସ ପାଇନାହିଁ। ଟେଷ୍ଟ କ୍ରିକେଟରେ ବ୍ୟାଟ୍ସମ୍ୟାନମାନେ ଦ୍ରୁତ ଗତିରେ ସ୍କୋର କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ବିଶ୍ୱ କ୍ରିକେଟର ପାଞ୍ଚଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ହାସଲ କରିଛନ୍ତି।

1) ନାଥାନ୍ ଆଷ୍ଟଲେ :

nathan astle

ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ନାଥାନ୍ ଆଷ୍ଟଲେଙ୍କ ନାମ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଯାହାଙ୍କ ନାମ ଟେଷ୍ଟରେ ଦ୍ରୁତତମ ଦ୍ୱିଶତକ ସ୍କୋର କରିବାର ରେକର୍ଡ ଅଛି। 2002 ମସିହାରେ ଖ୍ରୀଷ୍ଟଚର୍ଚରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନାଥାନ୍ ଆଷ୍ଟଲେ ମାତ୍ର 153 ବଲରେ ଦ୍ୱିଶତକ ହାସଲ କରିଥିଲେ।

2) ବେନ୍ ଷ୍ଟୋକ୍ସ :

Ben stokes

ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରୁଥିବା ବେଳେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ ମାତ୍ର 163 ବଲରେ ଦ୍ୱିଶତକ ହାସଲ କରିଥିଲେ।

3) ବିରେନ୍ଦ୍ର ସେହୱାଗ୍ :

sehwag

ଏହି ତାଲିକାରେ ପୂର୍ବତନ ଭାରତୀୟ ଓପନର୍ ବିରେନ୍ଦ୍ର ସେହୱାଗ ତୃତୀୟ ସ୍ଥାନରେ ଅଛନ୍ତି।  ଯିଏ 2010 ରେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର 168 ବଲରେ ଦ୍ୱିଶତକ ହାସଲ କରିଥିଲେ। ଟେଷ୍ଟ ମ୍ୟାଚ ରେ ଅଧିକାଂଶ ଖେଳାଳିଙ୍କ ଷ୍ଟ୍ରାଇକ ରେଟ୍ 60 ରୁ କମ୍ ଥିବାବେଳେ ସେହୱାଗଙ୍କ ଷ୍ଟ୍ରାଇକ ରେଟ୍ 82.23 ଅଟେ ।

4) ହର୍ସେଲ ଗିବ୍ସ :

harshal gibbs

2003 ରେ କେପଟାଉନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହର୍ଷଲ ଗିବ୍ସ 211 ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ।

5) ବ୍ରାଣ୍ଡନ୍ ମ୍ୟାକକୁଲମ୍ :

brendon Mccullum

ଏହି ତାଲିକାରେ ବ୍ରାଣ୍ଡନ୍ ମ୍ୟାକକୁଲମଙ୍କ ନାମ ପଞ୍ଚମ ସ୍ଥାନରେ ରହିଛି।  2014 ରେ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ସେ 216 ବଲରେ 200 ରନ୍ ସଂଗ୍ରହ କରିଥିଲେ।