ODI ରେ ଅଧିକ ଛକା ମାରିଥିବା 5 ଜଣ ଭାରତୀୟ ଖେଳାଳି, କିଏ ଅଛି ଆଗରେ, ଦେଖନ୍ତୁ ତାଲିକା

  1. Home
  2. Cric Special

ODI ରେ ଅଧିକ ଛକା ମାରିଥିବା 5 ଜଣ ଭାରତୀୟ ଖେଳାଳି, କିଏ ଅଛି ଆଗରେ, ଦେଖନ୍ତୁ ତାଲିକା


କ୍ରିକେଟ ଖବର : ସାଧାରଣତଃ ପ୍ରଶଂସକମାନେ ଗୋଟିଏ ଖେଳାଳିର ତୁଳନା ଅନ୍ୟ ଖେଳାଳିଙ୍କ ସହ କରିଥାନ୍ତି। ଆଉ ନିଜ ନିଜର ବେଷ୍ଟ ଖେଳାଳିଙ୍କୁ ଭୁରି ଭୁରି ପ୍ରସଂଶା ବି କରିଥାନ୍ତି। କ୍ରିକେଟରେ ବୋଲରଙ୍କ ଭୂମିକା ଯେଉଁ ପରିମାଣରେ ରହିଥାଏ, ଠିକ ସେତେକି ବ୍ୟାଟ୍ସମ୍ୟାନଙ୍କର ଭୂମିକା ବି ରହିଥାଏ। କ୍ରିକେଟ ଖେଳ ସମୟରେ ବ୍ୟାଟ୍ସମ୍ୟାନ ବିପକ୍ଷ ଦଳର ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥାନ୍ତି। ଖାସ୍ କରି ସେହି ସମୟରେ ଛକା ଆଉ ଚୌକା ଦେଖିବାର ନଜାରା ହିଁ ଅଲଗା ପ୍ରକାରର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଦେଶର ୫ ଜଣ ଏଭଳି ଖେଳାଳି ଯେଉଁମାନେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିଛନ୍ତି।

ରୋହିତ ଶର୍ମା-(୪୩୬ ଛକା):

rohit

ହିଟମ୍ୟାନ ନାମରେ ମଶହୁର ରୋହିତ ଶର୍ମା ଏହି ତାଲିକାର ଶୀର୍ଷରେ ରହିଛନ୍ତି । ରୋହିତ ଏପର୍ଯ୍ୟନ୍ତ୫୯ ଦିନିକିଆ ମ୍ୟାଚରେ ୨୪୪ ଛକା ଓ ଅର୍ନ୍ତଜାତୀୟ ଟି-୨୦ରେ ୧୩୩ ଛକା ଲଗାଇସାରିଛନ୍ତି ।

ମହେନ୍ଦ୍ର ସିଂ ଧୋନୀ-(୩୫୯ ଛକା):

ravi shastri believes karthik can replace ms dhoni as finisher

ନିଜ ବ୍ୟାଟିଂର ଯାଦୁରେ ସଭିଙ୍କୁ ମତୁଆଲା କରିଥିବା ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିୟର ୩ଟି ଫର୍ମାଟରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସେ ୫୩୮ ମ୍ୟାଚର ୫୨୬ ପାଳିରେ ୨୨୯ ଛକା ମାରିଛନ୍ତି। ସେ ଟି୨୦ରେ ୫୨ଟି ଛକା, ଟେଷ୍ଟରେ ୭୮ ଟି, ଆଉ ଦିନିକିଆରେ ୨୨୯ଟି ଛକା ମାରିଛନ୍ତି।

ସଚିନ ତେନ୍ଦୁଲକର-(୨୬୪ ଛକା):

sachin tendulkar

ଲିଟିଲ ମାଷ୍ଟର ନାମରେ ଜଣାଶୁଣା ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାମ ଏହି ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି। ତେନ୍ଦୁଲକର ୬୬୪ ମ୍ୟାଚ ମ୍ୟାଚର ୭୮୨ ପାଳିରେ ୨୬୪ ଛକା ଲଗାଇସାରିଛନ୍ତି ।

ଯୁବରାଜ ସିଂ- (୨୫୧ ଛକା):

Yuvraj

ଅର୍ନ୍ତରାଷ୍ଟ୍ରୀୟ ଟି-୨୦ରେ ଗୋଟିଏ ଓଭରରେ ୬ଟି ଛକା ଲଗାଇଥିବା ଯୁବରାଜ ସିଂ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି । ସେ ନିଜ କ୍ୟାରିୟରର ୪୦୨ ମ୍ୟାଚର ୩୯୧ ପାଳିରେ ୨୫୧ ଛକା ଲଗାଇଛନ୍ତି।

ସୌରଭ ଗାଙ୍ଗୁଲି-(୨୪୬ଛକା):

sourav ganguly

ଭାରତର ସବୁଠାରୁ ମହାନ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସୌରଭଗାଙ୍ଗୁଲି ସେହି ବ୍ୟାଟସମ୍ୟାନ ଯିଏ କି ତାଙ୍କ ଜମାନାରେ ସିକ୍ସର ଭାବେ ବେଶ୍ ପରିଚିତ ଥିଲେ । ସେ ବିନା ଟି୨୦ ମ୍ୟାଚ ଖେଳି ଏହି ତାଲିକାରେ ୫ମ ସ୍ଥାନରେ ରହିଛନ୍ତି। ଗାଙ୍ଗୁଲି ତାଙ୍କର ୪୮୮ ମ୍ୟାଚରେ ୨୪୬ ଛକା ମାରିଛନ୍ତି, ସେଥିମଧ୍ୟରୁ ଟେଷ୍ଟ ମ୍ୟାଚରେ ୫୭ ଟି ଛକା ମାରିଥିବା ବେଳେ ଦିନିକିଆରେ ୧୯୦ ଟି ଛକା ମାରିଛନ୍ତି।